୫୫୦ କିଶାନ ସମାଜ ମହିଳା ସଶକ୍ତିକରଣ ଓ ସଚେତନତା ସମାବେଶ
ସମ୍ବଲପୁର:ପଶ୍ଚିମ ଓଡ଼ିଶା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,ବର୍ତ୍ତମାନ ଯୁଗର ଆବଶକ୍ୟତାକୁ ଅନୁଭବ କରି କିଶାନ ସମାଜକୁ ସଂସ୍କାରିତ ଶିକ୍ଷା, ସ୍ୱାସ୍ଥ୍ୟ ଆର୍ଥିକ ବିକାଶଓ ସାମାଜିକ ସଂଗଠନକୁଦୃଢ ଭାବେ ସଂଗଠିତ କରିବା ପାଇଁ ଜମନକିରା ବ୍ଲକ କୁଆଗୋଲା କେନ୍ଦ୍ର ଗୁଡ଼ି ସ୍ତରୀୟ ଏକ ମହିଳା ସଶକ୍ତିକରଣ ସଚେତନତା ସମାବେଶ ଆଜି ବଡକଛାର ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି,ଏହି ସମାବେଶ ରେ କିଶାନ ସମାଜ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମୋହନଲାଲ କିଶାନ,ଉପସଭାପତି ପୂର୍ବତନ ବିଧାୟକ କୁଚିଣ୍ଡା /ଲାଇକେରା ଶ୍ରୀଯୁକ୍ତ ବୃନ୍ଦାବନ […] The post ୫୫୦ କିଶାନ ସମାଜ ମହିଳା ସଶକ୍ତିକରଣ ଓ ସଚେତନତା ସମାବେଶ appeared first on Odisha.News.
ସମ୍ବଲପୁର:ପଶ୍ଚିମ ଓଡ଼ିଶା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ,ବର୍ତ୍ତମାନ ଯୁଗର ଆବଶକ୍ୟତାକୁ ଅନୁଭବ କରି କିଶାନ ସମାଜକୁ ସଂସ୍କାରିତ ଶିକ୍ଷା, ସ୍ୱାସ୍ଥ୍ୟ ଆର୍ଥିକ ବିକାଶଓ ସାମାଜିକ ସଂଗଠନକୁଦୃଢ ଭାବେ ସଂଗଠିତ କରିବା ପାଇଁ ଜମନକିରା ବ୍ଲକ କୁଆଗୋଲା କେନ୍ଦ୍ର ଗୁଡ଼ି ସ୍ତରୀୟ ଏକ ମହିଳା ସଶକ୍ତିକରଣ ସଚେତନତା ସମାବେଶ ଆଜି ବଡକଛାର ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି,ଏହି ସମାବେଶ ରେ କିଶାନ ସମାଜ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମୋହନଲାଲ କିଶାନ,ଉପସଭାପତି ପୂର୍ବତନ ବିଧାୟକ କୁଚିଣ୍ଡା /ଲାଇକେରା ଶ୍ରୀଯୁକ୍ତ ବୃନ୍ଦାବନ ମାଝୀ,ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ପଞ୍ଚାନନ ପଧାନ, ସୁନ୍ଦରଗଡ ଜିଲ୍ଲା ସଭାପତି ଜଗନ୍ନାଥଲାକ୍ରା କୁଚିଣ୍ଡା ମହାଗୁଡ଼ି ସଭାପତି ଶ୍ରୀ ଶୋଭାରାମ ପଧାନ, ଉପସଭାପତି କରୁଣା କର କିସାନ ପ୍ରମୁଖ ଯୋଗ ଦେଇ ପରିବାର ର ଆର୍ଥିକ ସମୃଦ୍ଧି,କନ୍ୟା ସନ୍ତାନ ର ଶିକ୍ଷା ଓ ସୁରକ୍ଷା,ମହିଳାଙ୍କ ପ୍ରତି ଶୋଷଣ ଏବଂ ନିର୍ଯାତନା ନିବାରଣ,ଅନ୍ଧବିଶ୍ୱାସ ଦୂରୀକରଣ ବିଷୟ ରେ ଆଲୋକପାତ କରିଥିଲେ।୫୫୦ କିଶାନ ସମାଜ ର ପାରମ୍ପରିକ ନାଚ ଗୀତ ରେ ଝୁମି ଉଠିଥିଲା ବଡକଛାର ଗ୍ରାମ, ପ୍ରାୟ ତିନିହଜାର ରୁ ଉର୍ଦ୍ଧ କିଶାନ ପରିବାର ଯୋଗଦେଇଥିଲେ ଏଇ ସମାବେଶରେଶ୍ରୀ କର୍ମୁ ଚରଣ ବାଘ୍, ସନାତନ୍ ପଧାନ ଧନେଶ୍ଵର ପଧାନ,ବିଦୁ କିଶାନ,ଭକ୍ତ କିଶାନ, ମହିଳା ନେତ୍ରି ଜେମା ଦେଇ ମାଝୀ, ଝରଣା କିସାନ ଜ୍ୟୋସ୍ନା ମାଝୀ ତଥା ସମସ୍ତ ଆଞ୍ଚଳିକ ଗୁଡ଼ିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସମାବେଶ ରେ ସହଯୋଗ କରିଥିଲେ।
The post ୫୫୦ କିଶାନ ସମାଜ ମହିଳା ସଶକ୍ତିକରଣ ଓ ସଚେତନତା ସମାବେଶ appeared first on Odisha.News.