୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୦।୫(ଅନୁରାଧା ମହାରଣା)- ରାଜ୍ୟର ଅଧାରୁ ଅଧିକ ଜିଲାରେ କାଳ ବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିଛି। ୩ଟି ସହରକୁ ବାଦଦେଲେ ସମଗ୍ର ଓଡ଼ିଶାରେ ତାପମାତ୍ରା ଗୁରୁବାର ୪୦ ଡିଗ୍ରୀ ସେଲସିୟସ୍ ତଳକୁ ରହିଥିଲା। ଏହାସହ କୋରାପୁଟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ତାଳଚେରରେ ୧୩.୦ ମିମି, ଝାରସୁଗୁଡ଼ାରେ ୧୧.୪ ଓ ଖୋର୍ଦ୍ଧା ଜିଲାରେ ୧୧.୦ ମିମି ବର୍ଷା ରେକର୍ଡ ହୋଇଛି। ଏହା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା […] The post ୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି appeared first on Dharitri Odia News.
ଭୁବନେଶ୍ୱର,୧୦।୫(ଅନୁରାଧା ମହାରଣା)- ରାଜ୍ୟର ଅଧାରୁ ଅଧିକ ଜିଲାରେ କାଳ ବୈଶାଖୀ ପ୍ରଭାବରେ ତାତିରୁ ଆଶ୍ୱସ୍ତି ମିଳିଛି। ୩ଟି ସହରକୁ ବାଦଦେଲେ ସମଗ୍ର ଓଡ଼ିଶାରେ ତାପମାତ୍ରା ଗୁରୁବାର ୪୦ ଡିଗ୍ରୀ ସେଲସିୟସ୍ ତଳକୁ ରହିଥିଲା। ଏହାସହ କୋରାପୁଟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ତାଳଚେରରେ ୧୩.୦ ମିମି, ଝାରସୁଗୁଡ଼ାରେ ୧୧.୪ ଓ ଖୋର୍ଦ୍ଧା ଜିଲାରେ ୧୧.୦ ମିମି ବର୍ଷା ରେକର୍ଡ ହୋଇଛି। ଏହା ବ୍ୟତୀତ ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ୬ ଦିନ ପର୍ଯ୍ୟନ୍ତର ରାଜ୍ୟର ବିଭିନ୍ନ ଜିଲାରେ ଝଡ଼ବର୍ଷା ନେଇ ଆଞ୍ଚଳିକ ପାଣିିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ୬ଦିନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ ୩୬ ଡ଼ିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଶୁକ୍ରବାର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇପାରେ । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ତୀବ୍ର ବେଗରେ ପବନ ବହିବା ସହ ଘଡ଼ଘଡ଼ି ବିଜୁଳିର ଆଶଙ୍କା କରାଯାଉଛି। କଟକ ଜଗତସିଂହପୁର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢ଼େଙ୍କାନାଳ, ଅନୁଗୋଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧାମାଳ, କଳାହାଣ୍ଡି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବୌଦ୍ଧ ଆଦି ଜଇଳାରେ ମଧ୍ୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଘଣ୍ଟାପ୍ରତି ବେଗରେ ପବନ ବହିବା ସହ ଘଡ଼ଘଡ଼ି ବିଜୁଳିର ଭୟ ରହିଛି। ଏହି ସମସ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରୀ କରାଯାଇଛି। ଆସନ୍ତା ୧୫ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ଲାଗିରହିବ।
The post ୬ ଦିନ ଝଡ଼ବର୍ଷା; ୟେଲୋ ଓ୍ବାର୍ନିଂ ଜାରି appeared first on Dharitri Odia News.