୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି
ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍’ ଫିଲ୍ମରେ ନଜରକୁ ଆସିଥିଲେ। ତେବେ ୬ ବର୍ଷ ପରେ ପୁଣିଥରେ ଏକ ବଡ଼ ପ୍ରୋଜେକ୍ଟରେ ଉଭୟଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନର ବ୍ୟାନରରେ ଏହି ଫିଲ୍ମର ନିର୍ମାଣ ହେବାକୁ ଥିବାବେଳେ ନୀରଜ ଘେୱାନ ଏହାର ନିର୍ଦ୍ଦେଶନା ଦେବେ। ସୂତ୍ର ଅନୁଯାୟୀ, […] The post ୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍’ ଫିଲ୍ମରେ ନଜରକୁ ଆସିଥିଲେ। ତେବେ ୬ ବର୍ଷ ପରେ ପୁଣିଥରେ ଏକ ବଡ଼ ପ୍ରୋଜେକ୍ଟରେ ଉଭୟଙ୍କୁ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନର ବ୍ୟାନରରେ ଏହି ଫିଲ୍ମର ନିର୍ମାଣ ହେବାକୁ ଥିବାବେଳେ ନୀରଜ ଘେୱାନ ଏହାର ନିର୍ଦ୍ଦେଶନା ଦେବେ। ସୂତ୍ର ଅନୁଯାୟୀ, ଯେତେବେଳେ କରନ୍ ଏବଂ ନୀରଜ ଜାହ୍ନବୀଙ୍କୁ ଏହି ଫିଲ୍ମରେ ଅଭିନୟ କରିବାକୁ ଅଫର ଦେଇଥିଲେ, ସେ ତୁରନ୍ତ ଏହାକୁ ଗ୍ରହଣ କରିଥିଲେ। ଜାହ୍ନବୀ ତାଙ୍କର ପ୍ରଥମ ସହତାରକା ଇଶାନଙ୍କ ସହ ପୁନର୍ବାର କାମ କରିବାକୁ ବେଶ୍ ଉତ୍ସାହିତ ଥିବା ନେଇ ରିପୋର୍ଟରେ କୁହାଯାଇଛି।
ଜୋହରଙ୍କ ଏହି ବିଗ୍ ପ୍ରୋଜେକ୍ଟରେ ୨ ଜଣ ଅଭିନେତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ଇଶାନଙ୍କ ସହ ଆଉ ଜଣେ ଅଭିନେତାଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ତେବେ ଉକ୍ତ ଅଭିନେତାଙ୍କ ନାମ ପ୍ରକାଶ ପାଇନାହିଁ। ଫିଲ୍ମର କାହାଣୀ ୨ ସାଙ୍ଗଙ୍କ ଜୀବନୀ ଉପରେ ଆଧାରିତ ରହିବ। ତେବେ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ ବୋଲି ରିପୋର୍ଟରେ କୁହାଯାଇଛି। ସମ୍ପ୍ରତି ଜାହ୍ନବୀ ସାଉଥ୍ ଷ୍ଟାର ଜୁନିୟର ଏନ୍ଟିଆର ଏବଂ ଅଭିନେତା ସୈଫ୍ ଅଲି ଖାନ୍ଙ୍କ ସହ ‘ଦେବରା: ପାର୍ଟ-୧’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ସହ ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମଟି ଆସନ୍ତା ୨୭ ତାରିଖରେ ମୁକ୍ତିଲାଭ କରିବ। ସେହିପରି ଇଶାନ ନେଟ୍ଫ୍ଲିକ୍ସ ସିରିଜ୍ ‘ଦି ପର୍ଫେକ୍ଟ କପଲ୍’ ସହ ହଲିଉଡରେ ଡେବ୍ୟୁ କରିଛନ୍ତି।
The post ୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି appeared first on Dharitri Odia News.