୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷାଦେବା ଜରୁରୀ

ଥୁଆମୂଳ ରାମପୁର,୧୯।୭(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଥୁଆମୂଳ ରାମପୁର ଜେ.ଏମ.ଏଫ.ସି କୋର୍ଟ, ତାଳୁକ ଆଇନ ପ୍ରାଧିକରଣ ସେବା କମିଟି ତରଫରୁ ଶିକ୍ଷା ଅଧିକାର ଆଇନ ୨୦୦୯ ର ଜେ.ଜେ (ସିପିସି) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜେ.ଏମ.ଏଫ.ସି କୋର୍ଟ ନ୍ୟାୟାଧିଶ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […] The post ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷାଦେବା ଜରୁରୀ appeared first on Dharitri Odia News.

୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷାଦେବା ଜରୁରୀ

ଥୁଆମୂଳ ରାମପୁର,୧୯।୭(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଥୁଆମୂଳ ରାମପୁର ଜେ.ଏମ.ଏଫ.ସି କୋର୍ଟ, ତାଳୁକ ଆଇନ ପ୍ରାଧିକରଣ ସେବା କମିଟି ତରଫରୁ ଶିକ୍ଷା ଅଧିକାର ଆଇନ ୨୦୦୯ ର ଜେ.ଜେ (ସିପିସି) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଜେ.ଏମ.ଏଫ.ସି କୋର୍ଟ ନ୍ୟାୟାଧିଶ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଡ଼ଃ ତାରିଣୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏ.ପିପି ଦେବଦତ୍ତ ଯୋଷୀ, ଓକିଲ ଦିଲ୍ଲୀପ କୁମାର ନାଏକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃର୍ତ୍ତିବାସ ନାଏକ, ଏମ.ଏମ.ପି.ଏସ କଲେଜ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବି.ଆର୍‌.ସି.ସି ହେମନ୍ତ କୁମାର ପଣ୍ଡା, ଟିଏଲସି ସ୍ଥାୟୀ ମେମ୍ବର ସରୋଜିନୀ ମାଝୀ, ଓକିଲ ନବକିଶୋର ବେହେରା, ଓକିଲ ପ୍ରିୟଙ୍କା ନାଏକ, ସି.ଆର.ସି ଝଜରୁ ମାଝୀ ପ୍ରମୂଖ ମଞ୍ଚାସୀନ ରହି ତାଙ୍କ ବକ୍ତବ୍ୟରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜେ. ଜେ.(ସିପିସି) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଉପରେ ବୁଝାଇଥିଲେ।
ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କିଶୋର ନ୍ୟାୟ ଆଇନ, ୨୦୦୯ ଅନୁଯାଇ ବିଭିନ ମାମଲା ସହ ଜଡିତ ଥିବା ୧୮ ବର୍ଷରୁ କମ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ଏହି ଆଇନର ମୂଳ ଲକ୍ଷ୍ୟ । ଶିଶୁମାନଙ୍କୁ ଦଣ୍ଡ ବଦଳରେ ପୁନର୍ବାସ କରାଇବା ସହ ସେମାନଙ୍କ ସହିତ ଜଡିତ ଥିବା ମୋକଦ୍ଦମା ଗୁଡିକର ପରିଚାଳନା କରାଇବା ପାଇଁ ଏହି ଆଇନ ରୂପରେଖ ପ୍ରଦାନ କରିଥାଏ ବୋଲି ବକ୍ତବ୍ୟରେ କହିବା ସହ ଭାରତୀୟ ସମ୍ବିଧାନର ଧାରା ୨୧(କ) ଅନୁଯାୟୀ, ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଧାନ ବିଷୟରେ ସଚେତନ କରାଇବା ସହ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ସଚେତନ କାର୍ଯ୍ୟକ୍ରମକୁ କୋର୍ଟ କର୍ମଚାରୀ ଜିମ୍ମି ବେହେରା ଏବଂ ଅଶୋକ କୁମାର୍‌ ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷକମାନେ ସହଯୋଗ କରିଥିଲେ। ସଚେତନ ଶିବିରକୁ ଶିକ୍ଷକ ହରିନାରାୟଣ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କାଶୀନାଥ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ l

The post ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷାଦେବା ଜରୁରୀ appeared first on Dharitri Odia News.