୬ ମହିଳା ବିଚାରପତିଙ୍କୁ ବହିଷ୍କାର ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ବିଚାରକୁ ନେଲେ
ନୂଆଦିଲ୍ଲୀ,୧୨।୧: ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ୬ ବିଚାରପତିଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟକୁ ପଠାଇଥିବା ଆବେଦନପତ୍ରକୁ ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ ଏକ ରିଟ୍ ପିଟିଶନ ଭାବେ ନେଇଛନ୍ତି। ଉକ୍ତ ମାମଲାରେ ସହାୟତା ପାଇଁ ଆଇନଜୀବୀ ଗୌରବ ଅଗ୍ରଓ୍ବାଲଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରାଯାଇଛି। ଆବେଦନ କରିଥିବା ବିଚାରପତିମାନେ […] The post ୬ ମହିଳା ବିଚାରପତିଙ୍କୁ ବହିଷ୍କାର ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ବିଚାରକୁ ନେଲେ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧: ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ୬ ବିଚାରପତିଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟକୁ ପଠାଇଥିବା ଆବେଦନପତ୍ରକୁ ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠ ଏକ ରିଟ୍ ପିଟିଶନ ଭାବେ ନେଇଛନ୍ତି। ଉକ୍ତ ମାମଲାରେ ସହାୟତା ପାଇଁ ଆଇନଜୀବୀ ଗୌରବ ଅଗ୍ରଓ୍ବାଲଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରାଯାଇଛି। ଆବେଦନ କରିଥିବା ବିଚାରପତିମାନେ ମଧ୍ୟପ୍ରଦେଶ ରାଜ୍ୟ ନ୍ୟାୟିକ ସେବାର ପୂର୍ବତନ ସିଭିଲ୍ ଜଜ୍, ଦ୍ୱିତୀୟ ଶ୍ରେଣୀ(କନିଷ୍ଠ ବିଭାଗ)ର। କୋଭିଡ୍ ମହାମାରୀ ସମୟରେ ସେମାନଙ୍କ କାର୍ଯ୍ୟର ପରିମାଣାତ୍ମକ ଆକଳନ କରାଯାଇପାରି ନ ଥିବା ସତ୍ତ୍ୱେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବିଚାରପତିମାନେ ଆବେଦନପତ୍ରରେ ଦର୍ଶାଇଥିଲେ।
The post ୬ ମହିଳା ବିଚାରପତିଙ୍କୁ ବହିଷ୍କାର ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲା ବିଚାରକୁ ନେଲେ appeared first on Dharitri Odia News.