୬ ମାସ ପରେ ଖୋଲିଲା ବଦ୍ରିନାଥ ମନ୍ଦିର

ଡେରାଡୁନ: ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଅବସ୍ଥିତ ଦେଶର ଅନ୍ୟତମ ଧାମ ବଦ୍ରିନାଥ ମନ୍ଦିର ରବିବାର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି। ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ସେନା ବ୍ୟାଣ୍ଡ୍‌ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଧୁନ୍‌ ଏବଂ ଭକ୍ତଙ୍କ ‘ବଦ୍ରି ବିଶାଲ ଲାଲ କି ଜୟ’ ଧ୍ବନିରେ ସକାଳ ୬ଟା ସମୟରେ ବଦ୍ରିନାଥ ମନ୍ଦିରର ମୁଖ୍ୟ ଫାଟକ ଖୋଲାଯାଇଥିଲା। ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ପ୍ରଥମ ଦିନ ସହସ୍ରାଧିକ ଭକ୍ତ ଭଗବାନ ବିଷ୍ଣୁଙ୍କ ଦର୍ଶନ […]

୬ ମାସ ପରେ ଖୋଲିଲା ବଦ୍ରିନାଥ ମନ୍ଦିର

ଡେରାଡୁନ: ଦୀର୍ଘ ୬ ମାସ ପରେ ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଅବସ୍ଥିତ ଦେଶର ଅନ୍ୟତମ ଧାମ ବଦ୍ରିନାଥ ମନ୍ଦିର ରବିବାର ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି। ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ସେନା ବ୍ୟାଣ୍ଡ୍‌ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଧୁନ୍‌ ଏବଂ ଭକ୍ତଙ୍କ ‘ବଦ୍ରି ବିଶାଲ ଲାଲ କି ଜୟ’ ଧ୍ବନିରେ ସକାଳ ୬ଟା ସମୟରେ ବଦ୍ରିନାଥ ମନ୍ଦିରର ମୁଖ୍ୟ ଫାଟକ ଖୋଲାଯାଇଥିଲା।

ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଥିବାବେଳେ ପ୍ରଥମ ଦିନ ସହସ୍ରାଧିକ ଭକ୍ତ ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଗତ ୧୦ରେ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥ ମନ୍ଦିର ଖୋଲାଯାଇଛି। ସୂଚନାଯୋଗ୍ୟ ଉତ୍ତର ଭାରତରେ ପ୍ରବଳ ଶୀତ ଯୋଗୁଁ ପ୍ରତିବର୍ଷ ନଭେମ୍ବରରେ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିରକୁ ୬ ମାସ ବନ୍ଦ ରଖାଯାଇଥାଏ।