୬ ମାସରେ ୫୨% ବୃଦ୍ଧି

ଭୁବନେଶ୍ୱର, ୧୧ା୧୦(ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବା ୟୁପିଆଇର କାରବାର ବୃଦ୍ଧି ପାଉଛି। ଏପରିକି ୨୦୨୪ ଜାନୁଆରୀ ୧ରୁ ଜୁନ୍‌ ଶେଷ ମଧ୍ୟରେ ୟୁପିଆଇର କାରବାର ପ୍ରାୟ ୭୯(୭୮.୯୭) ବିଲିୟନରେ ପହଞ୍ଚିଛି। ଏହି ୬ ମାସ ମଧ୍ୟରେ ହୋଇଥିବା କାରବାର ପୂର୍ବ ବର୍ଷ ତୁଳନାରେ ୫୨% ବୃଦ୍ଧି ପାଇଛି ବୋଲି ପେମେଣ୍ଟ ଟେକ୍ନୋଲୋଜି ସେବା ପ୍ରଦାନକାରୀ ‘ୱାଲର୍‌ଡଲାଇନ’ ଗୁରୁବାର ଏକ ରିପୋର୍ଟରେ ବିସ୍ତୃତ ଭାବେ ଏହି ସୂଚନା ଦେଇଛି। ୨୦୨୪ […] The post ୬ ମାସରେ ୫୨% ବୃଦ୍ଧି appeared first on Dharitri Odia News.

୬ ମାସରେ ୫୨% ବୃଦ୍ଧି

ଭୁବନେଶ୍ୱର, ୧୧ା୧୦(ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବା ୟୁପିଆଇର କାରବାର ବୃଦ୍ଧି ପାଉଛି। ଏପରିକି ୨୦୨୪ ଜାନୁଆରୀ ୧ରୁ ଜୁନ୍‌ ଶେଷ ମଧ୍ୟରେ ୟୁପିଆଇର କାରବାର ପ୍ରାୟ ୭୯(୭୮.୯୭) ବିଲିୟନରେ ପହଞ୍ଚିଛି। ଏହି ୬ ମାସ ମଧ୍ୟରେ ହୋଇଥିବା କାରବାର ପୂର୍ବ ବର୍ଷ ତୁଳନାରେ ୫୨% ବୃଦ୍ଧି ପାଇଛି ବୋଲି ପେମେଣ୍ଟ ଟେକ୍ନୋଲୋଜି ସେବା ପ୍ରଦାନକାରୀ ‘ୱାଲର୍‌ଡଲାଇନ’ ଗୁରୁବାର ଏକ ରିପୋର୍ଟରେ ବିସ୍ତୃତ ଭାବେ ଏହି ସୂଚନା ଦେଇଛି। ୨୦୨୪ ଜାନୁଆରୀରୁ ଜୁନ୍‌ ମଧ୍ୟରେ ହୋଇଥିବା କାରବାରକୁ ନେଇ ପ୍ରସ୍ତୁତ ହୋଇଥିବା ତଥ୍ୟରେ କୁହାଯାଇଛି, ୨୦୨୩ ୟୁପିଆଇ କାରବାର ସଂଖ୍ୟା ଜାନୁଆରୀରେ ୮.୦୩ ବିଲିୟନ ଥିଲା, ଯାହା ଜୁନ୍‌ ୨୦୨୪ ସୁଦ୍ଧା ୧୩.୯ ବିଲିୟନକୁ ବୃଦ୍ଧିପାଇଥିଲା। କାରବାର ସଂଖ୍ୟା ବୃଦ୍ଧି ପାଉଥିବାବେଳେ କାରବାର ପରିମାଣ ମଧ୍ୟ ଅନୁରୂପ ଭାବେ ବଢ଼ିଛି। ୨୦୨୩ ଜାନୁଆରୀରେ, ୟୁପିଆଇ ମାଧ୍ୟମରେ ୧୨.୯୮ ଲକ୍ଷ କୋଟି ଟଙ୍କାର କାରବାର କରାଯାଇଥିବାବେଳେ ୨୦୨୪ ଜୁନ୍‌ରେ ୨୦.୦୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷର ସମାନ ଅବଧି ତୁଳନାରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୟୁପିଆଇ କାରବାର ସଂଖ୍ୟାରେ ୫୨ ପ୍ରତିଶତ ବୃଦ୍ଧିପାଇଛି। କାରବାର ସଂଖ୍ୟା ୨୦୨୩ର ପ୍ରଥମାର୍ଦ୍ଧରେ ୫୧.୯ ବିଲିୟନରୁ ଏହି ବର୍ଷର ସମାନ ଅବଧିରେ ୭୮.୯୭ ବିଲିୟନକୁ ବୃଦ୍ଧିପାଇଛି। ଏହି ଅବଧି ମଧ୍ୟରେ ୟୁପିଆଇ କାରବାରର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ୮୩.୧୬ ଲକ୍ଷ କୋଟିରୁ ୧୧୬.୬୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୟୁପିଆଇ କାରବାରର ସଂଖ୍ୟା ଏବଂ ମୂଲ୍ୟ ଦୃଷ୍ଟିରୁ ଫୋନ୍‌ ପେ ଅଗ୍ରଣୀ ୟୁପିଆଇ ପ୍ଲାଟ୍‌ଫର୍ମ ଭାବରେ ଉଭାହୋଇଛି। ଏହା ପଛକୁ ଗୁଗଲ ପେ ଏବଂ ପେଟିଏମ୍‌ ରହିଛି। ତେବେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୟୁପିଆଇ କାରବାରର ହାରାହାରି ଟିକେଟ ଆକାର (ପ୍ରତି କାରବାର ମୂଲ୍ୟ)ରେ ୮% ହ୍ରାସ ଘଟିଛି। ଗତ ବର୍ଷର ପ୍ରଥମାର୍ଦ୍ଧରେ ହାରାହାରି ଟିକେଟ ଆକାର ୧,୬୦୩ ଟଙ୍କା ଥିବାବେଳେ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଏହା ୧,୪୭୮ ଟଙ୍କାକୁ ଖସି ଆସିଛି। ହାରାହାରି ଟିକେଟ ଆକାରରେ ବ୍ୟକ୍ତିଠାରୁ ବ୍ୟକ୍ତି ଏବଂ ବ୍ୟକ୍ତିଠାରୁ ଦୋକାନ କାରବାର ଅନ୍ତର୍ଭୁକ୍ତ ରହିଛି।

The post ୬ ମାସରେ ୫୨% ବୃଦ୍ଧି appeared first on Dharitri Odia News.