୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର
ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଏସପି ସାର୍ଥକ ଷଡଙ୍ଗୀ, ବିଇଏମ୍ସି କମିଶନର ଭବାନୀ ପ୍ରସାଦ ମିଶ୍ର, ବ୍ରହ୍ମପୁର ଡିଏଫଓ ସୋନି ଖୋଖରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ […] The post ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର appeared first on Dharitri Odia News.
ବ୍ରହ୍ମପୁର,୪ା୫(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ବ୍ରହ୍ମପୁର ଆସି ଜାତୀୟ ରାଜପଥ ପାର୍ଶ୍ୱସ୍ଥ କନିିଷିଠାରେ ସାଧାରଣ ସଭାରେ ଯୋଗ ଦେବେ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଏସପି ସାର୍ଥକ ଷଡଙ୍ଗୀ, ବିଇଏମ୍ସି କମିଶନର ଭବାନୀ ପ୍ରସାଦ ମିଶ୍ର, ବ୍ରହ୍ମପୁର ଡିଏଫଓ ସୋନି ଖୋଖରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନ ହେବ ସେ ନେଇ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସୁରକ୍ଷା ଟିମଙ୍କ ସହ ବୈଠକରେ ଆଲୋଚନା ହୋଇଥିଲା। ସଭାକୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବ। ସଭା ସ୍ଥଳରେ କାର୍ଯ୍ୟ କରିବା ନିମନ୍ତେ ଆସିଥିବା ଲୋକଙ୍କୁ ଯାଞ୍ଚ କରାଯିବ। ଜାତୀୟ ରାଜପଥ ପାର୍ଶ୍ୱରେ କାର୍ଯ୍ୟକ୍ରମ ହେଉଥିବା କାରଣରୁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ। କାୈଣସି ପାର୍କିଂ ବ୍ୟବସ୍ଥା ରହିବ ନାହିଁ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।
ଏଥିସହ ବ୍ରହ୍ମପୁରରେ ଟ୍ରାଫିକ କର୍ମଚାରୀ ନିୟୋଜିତ ରହିବେ। ସଭାରେ ୧ ଲକ୍ଷ ଲୋକଙ୍କ ଏକାଠି ହେବା ନେଇ ସୂଚନା ମିଳିଛି। ରାଜ୍ୟ ସରକାର ଓ ଡିଜିଙ୍କ ସହ ଆଲୋଚନା କରାଯାଇ ଓଡିଶା ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଏସ୍ପି କହିଛନ୍ତି। ଲୋକେ କିଭଳି ସଭା ସ୍ଥଳରେ ସୁରୁଖୁୁରୁରେ ପହଞ୍ଚିପାରିବେ ସେ ନେଇ ଟ୍ରାଫିକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। କନିଷିଠାରେ ହେଲିପ୍ୟାଡ ନିର୍ମାଣ କରାଯିବ। ସେଠାରେ ପ୍ରଧାନମନ୍ତ୍ରୀ ଅବତରଣ କରିବେ ଓ ପୁଣି ଫେରିବେ ବୋଲି ଏସ୍ପି କହିଛନ୍ତି। ବୈଠକରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
The post ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ: ସଭାକୁ ଆସୁଥିବା ଲୋକଙ୍କ ଉପରେ ରହିବ କଡା ନଜର appeared first on Dharitri Odia News.