୬୯ ବର୍ଷରେ ଚମତ୍କାର ଡ୍ୟାନ୍ସ କଲେ ରେଖା, IIFA ଆୱାର୍ଡରେ ଅଭିନେତ୍ରୀଙ୍କୁ ନେଇ ହେଉଛି ଚର୍ଚ୍ଚା

ମୁମ୍ଵାଇ ୩୦।୦୯: IIFA ଆୱାର୍ଡ ୨୦୨୪ ଶୁକ୍ରବାର ଦିନ ଆବୁଧାବିରେ ଅନୁଷ୍ଠିତ ହୋଇଥିଲା । ଏହି ଆୱାର୍ଡ ଶୋ’ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡର ବହୁ ବଡ ତାରକାଙ୍କ ଝଲକ ଦେଖିବାକୁ ମିଲିଥିଲା । କିନ୍ତୁ ଏଭରଗ୍ରୀନ୍‌ ଅଭିନେତ୍ରୀ ରେଖାଙ IIFA ଆୱାର୍ଡରେ ତାଙ୍କ ସୁନ୍ଦରତାକୁ ଖୁବ୍‌ ଚର୍ଚ୍ଚା ହେଉଛି।  ଅନେକ ପ୍ରସିଦ୍ଧ କଳାକାର ମଧ୍ୟ ମଞ୍ଚରେ ସେମାନଙ୍କର ପରଫମାନ୍ସ ଦେଇଥିଲେ। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । । ଏହି ସମୟ ମଧ୍ୟରେ ୭୦ ରୁ ୮୦ ଦଶକରେ ହିନ୍ଦୀ ସିନେମାରୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ରେଖା ମଧ୍ୟ ପରଫମାନ୍ସ କରିଥିଲେ। ସେ ଷ୍ଟେଜ୍‌ରେ କ୍ଲାସିକ୍ ଗୀତରେ ଚମତ୍କାର ଡ୍ୟାନ୍ସ ପରଫର୍ମ କରିଥିଲେ । ଯିଏ ଏହା ଦେଖିଛି ସେ ଅଭିନେତ୍ରୀଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ସମସ୍ତଙ୍କ ଆଖି ରେଖାଙ୍କ ଉପରେ ରହିଥିଲା। ନିଜର ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଦିୱାନା କରିଦେଇଥିଲା । IIFA ରେଖାଙ୍କ କିଛି ସୁନ୍ଦର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି।#Rekha ji mesmerizing the audience with her ever charming charisma ???????????????? #IIFA2024 pic.twitter.com/hRc4gV1zZ0— ???????? GreatestLegendaryIconRekhaji???? ???? (@TheRekhaFanclub) September 28, 2024ସେଥିରେ ସେ ଗୋଲାପୀ ଏବଂ

୬୯ ବର୍ଷରେ ଚମତ୍କାର ଡ୍ୟାନ୍ସ କଲେ ରେଖା, IIFA ଆୱାର୍ଡରେ ଅଭିନେତ୍ରୀଙ୍କୁ ନେଇ ହେଉଛି ଚର୍ଚ୍ଚା

ମୁମ୍ଵାଇ ୩୦।୦୯: IIFA ଆୱାର୍ଡ ୨୦୨୪ ଶୁକ୍ରବାର ଦିନ ଆବୁଧାବିରେ ଅନୁଷ୍ଠିତ ହୋଇଥିଲା । ଏହି ଆୱାର୍ଡ ଶୋ’ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡର ବହୁ ବଡ ତାରକାଙ୍କ ଝଲକ ଦେଖିବାକୁ ମିଲିଥିଲା । କିନ୍ତୁ ଏଭରଗ୍ରୀନ୍‌ ଅଭିନେତ୍ରୀ ରେଖାଙ IIFA ଆୱାର୍ଡରେ ତାଙ୍କ ସୁନ୍ଦରତାକୁ ଖୁବ୍‌ ଚର୍ଚ୍ଚା ହେଉଛି।  ଅନେକ ପ୍ରସିଦ୍ଧ କଳାକାର ମଧ୍ୟ ମଞ୍ଚରେ ସେମାନଙ୍କର ପରଫମାନ୍ସ ଦେଇଥିଲେ। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । । ଏହି ସମୟ ମଧ୍ୟରେ ୭୦ ରୁ ୮୦ ଦଶକରେ ହିନ୍ଦୀ ସିନେମାରୁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ରେଖା ମଧ୍ୟ ପରଫମାନ୍ସ କରିଥିଲେ। 

ସେ ଷ୍ଟେଜ୍‌ରେ କ୍ଲାସିକ୍ ଗୀତରେ ଚମତ୍କାର ଡ୍ୟାନ୍ସ ପରଫର୍ମ କରିଥିଲେ । ଯିଏ ଏହା ଦେଖିଛି ସେ ଅଭିନେତ୍ରୀଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ସମସ୍ତଙ୍କ ଆଖି ରେଖାଙ୍କ ଉପରେ ରହିଥିଲା। ନିଜର ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଦିୱାନା କରିଦେଇଥିଲା । IIFA ରେଖାଙ୍କ କିଛି ସୁନ୍ଦର ଫଟୋ ଏବଂ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି।

ସେଥିରେ ସେ ଗୋଲାପୀ ଏବଂ ଗୋଲଡେନ୍‌ ରଙ୍ଗର ଲେହେଙ୍ଗାରେ ପିନ୍ଧିଥିଲେ। ଭାରୀ ଅଳଙ୍କାର ସହିତ ମେକଅପ୍ ମଧ୍ୟ ବହୁତ ବୋଲ୍ଡ ଥିଲା। ରେଖା ଏହି ପୁରା ଲୁକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ତାଙ୍କର ଏହି ଷ୍ଟାଇଲ୍‌ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତିଛି । ରେଖା ତାଙ୍କ ସୁପରହିଟ୍ ଗୀତ 'ପରଦେସିଆ' ସହିତ ଅନ୍ୟାନ୍ୟ ଜବରଦସ୍ତ ପରଫମାନ୍ସ କରିଥିଲେ। ସେଠାରେ ଉପସ୍ଥିତ ସମସ୍ତ ତାରକା ତଥା ଦର୍ଶକଙ୍କ ହୃଦୟ ଜିତିଥିଲା। ରେଖା ସେ ୧୫୦ ଡ୍ୟାନ୍ସରଙ୍କ ୨୨ ମିନିଟ୍ ପାଇଁ ଏକ ଚମତ୍କାର ପ୍ରଦର୍ଶନ ଦେଇଥିଲେ।   

ରେଖାଙ୍କ ଡ୍ୟାନ୍ସର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ତାଙ୍କ ଫଟୋ ଏବଂ ଭିଡିଓ ଉପରେ ମନ୍ତବ୍ୟ ଦେଇ ତାଙ୍କୁ ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି, 'ସେ ମୋର ହୃଦୟ ଜିତିଛନ୍ତି। ଅନ୍ୟ ଉପଭୋକ୍ତା ଲେଖିଛନ୍ତି, 'ବହୁତ ସୁନ୍ଦର... ରେଖା  ଜୀ ତମେ ପ୍ରକୃତରେ ଏକ ଡିଭା' ।