୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର
ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ ବିବାହ କରିଛନ୍ତି। ନକଲି ବିବାହର ଅଭିନୟ ପାଇଁ କାଓ ଦୈନିକ ୨୦୦ ଡଲାର(ପ୍ରାୟ ୧୭ ହଜାର) ପର୍ଯ୍ୟନ୍ତ ରୋଜଗାର କରନ୍ତି ବୋଲି ଦାବି କରିଛନ୍ତି। କାଓ କହିଛନ୍ତି, ସେ ସମ୍ପ୍ରତି ନିଜକୁ ଭଡ଼ାରେ ଦେଇ ନକଲି […] The post ୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର appeared first on Dharitri Odia News.
ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ ବିବାହ କରିଛନ୍ତି। ନକଲି ବିବାହର ଅଭିନୟ ପାଇଁ କାଓ ଦୈନିକ ୨୦୦ ଡଲାର(ପ୍ରାୟ ୧୭ ହଜାର) ପର୍ଯ୍ୟନ୍ତ ରୋଜଗାର କରନ୍ତି ବୋଲି ଦାବି କରିଛନ୍ତି।
କାଓ କହିଛନ୍ତି, ସେ ସମ୍ପ୍ରତି ନିଜକୁ ଭଡ଼ାରେ ଦେଇ ନକଲି ସ୍ତ୍ରୀ ଏବଂ ନକଲି ପ୍ରେମିକା ଭାବେ ଭଲ ରୋଜଗାର କରୁଛନ୍ତି। ୨୦୧୮ରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ନକଲି ଗର୍ଲଫ୍ରେଣ୍ଡ ସଜାଇ ନିଜ ମା’ବାପାଙ୍କ ସହ ତାଙ୍କର ପରିଚୟ କରାଇଥିଲେ। ଜଣେ ନକଲି ଗର୍ଲଫ୍ରେଣ୍ଡ କିମ୍ବା ନକଲି ସ୍ତ୍ରୀ ଭାବେ ଲୋକଙ୍କୁ ସେବା ଦେଇ ସେ ଭଲ ରୋଜଗାର କରିପାରିବେ ବୋଲି କାଓ ସେତେବେଳେ ଅନୁଭବ କରିଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ଚାଇନାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପାରିବାରିକ ଚାପ, ଡେଟିଂ ଏବଂ ବିବାହ ଆଦି ସହ ସଂଘର୍ଷ କରୁଛନ୍ତି। ଏପରି ସ୍ଥଳେ ତାଙ୍କ ଭଳି କେତେଜଣ ଯୁବତୀ ନକଲି ପ୍ରେମିକା କିମ୍ବା ସ୍ତ୍ରୀ ସାଜି ଲୋକଙ୍କୁ ସେବା ଯୋଗାଇ ଭଲ ରୋଜଗାର କରିପାରୁଛନ୍ତି। ତେବେ ସାଧାରଣତଃ ପର୍ବପର୍ବାଣି କିମ୍ବା ଛୁଟିଦିନରେ ସେମାନଙ୍କ ଚାହିଦା ବଢ଼ିଯାଇଥାଏ ବୋଲି କାଓ କହିଛନ୍ତି। ଖାସ୍କରି ବିଭିନ୍ନ ପାରିବାରିକ ସମାରୋହରେ ସେ ନକଲି ପ୍ରେମିକା କିମ୍ବା ସ୍ତ୍ରୀ ଭାବେ ଯୋଗଦେଇଥାନ୍ତି। କାଓ କହିଛନ୍ତି, ସେ କୌଣସି ବ୍ୟକ୍ତିଙ୍କୁ ଛଦ୍ମ ବିବାହ କରିବା ପୂର୍ବରୁ ତାଙ୍କର ବୟସ, ଶିକ୍ଷାଗତ ଯୋଗ୍ୟତା, ଜୀବିକା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିଥାନ୍ତି। ସେହିପରି ବିବାହରେ ଅତିଥିଙ୍କ ସମ୍ମୁଖରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ବିବାହ ପୂର୍ବରୁ ସେ ତାଙ୍କ ନକଲି ସ୍ବାମୀଙ୍କ ପରିବାର ସହ ଭେଟି ସେମାନଙ୍କ ସହିତ ମିଶିବାକୁ ଚେଷ୍ଟା କରିଥାନ୍ତି।
ତେବେ ଛଦ୍ମ ବିବାହ କରି ସେ କେବେ ମଧ୍ୟ କୌଣସି ଆଇନଗତ ସମସ୍ୟାରେ ପଡ଼ି ନ ଥିବା କାଓ କହିଛନ୍ତି। ସେ ବିବାହ କରୁଥିବା ବ୍ୟକ୍ତିଙ୍କ ମା’ବାପା ସାଧାରଣତଃ ଅତିଥିଙ୍କଠାରୁ ଉପହାର ପାଇବା ଆଶାରେ ଛଦ୍ମ ବିବାହରେ ରାଜି ହୋଇଯାଇଥାନ୍ତି ବୋଲି କାଓ କହିଛନ୍ତି। ଛଦ୍ମ ବିବାହ ସମ୍ପର୍କରେ ସେମାନେ ତାଙ୍କ ପଡ଼ୋଶୀ ଓ ଅତିଥିଙ୍କୁ ଲୁଚାଇଥାନ୍ତି। କାଓ କହିଛନ୍ତି, ଏକଦା ଜଣେ ମହିଳା ଆସି ତାଙ୍କୁ ନିଜ ପୁଅ ସହ ବିବାହ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ପୁଅର ପୂର୍ବରୁ ବିବାହ ଠିକ୍ ହୋଇଯାଇଥିବା ବେଳେ ହଠାତ କୌଣସି କାରଣ ବଶତଃ ଏହା ଭାଙ୍ଗିଯାଇଥିଲା। ପୁଅ ବିବାହ କରୁଥିବା ନେଇ ତାଙ୍କ ଗଁାରେ ସମସ୍ତେ ଜାଣିସାରିଥିବାରୁ ଲୋକଲଜ୍ଜା ଭୟରେ ଉକ୍ତ ମହିଳା ଜଣକ ତାଙ୍କୁ ନିଜ ପୁଅ ସହ ଛଦ୍ମ ବିବାହ କରିବାକୁ ଅନୁରୋଧ କରିଥିଲେ ବୋଲି କାଓ କହିଛନ୍ତି
The post ୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର appeared first on Dharitri Odia News.