୭ ମାସର ସର୍ବୋଚ୍ଚ ସ୍ତରରେ ନିଫ୍ଟି, ନିବେଶକଙ୍କ ଲାଭ ୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର କାରବାରରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଥିଲା । ସେନସେକ୍ସ କାରବାର ଆରମ୍ଭରେ ୫୫୦ ଅଙ୍କ ଖସି ଆସିଥିଲା, କିନ୍ତୁ ଅପରାହ୍ଣରେ ଏହା ଜୋରଦାର କମବ୍ୟାକ୍ କରିଥିଲା । ଗୋଟିଏ ସମୟରେ ଏହା ପ୍ରାୟ ୧୪୦୦ ପଏଣ୍ଟ ଯାଏଁ ଉଠିଥିଲା । ତେବେ କାରବାର ଶେଷରେ ଏହା ୧୨୦୦ ଅଙ୍କ ବଢି ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ଆଜିର କାରବାରରେ ୨୫,୦୦୦ ସ୍ତର ଅତିକ୍ରମ କରି ନୂଆ ଗୁରୁତ୍ୱପୂର୍ଣ୍ଣ ସ୍ତର ସୃଷ୍ଟି କରିଛି । ୨୦୨୪ ଅକ୍ଟୋବର ପରେ ପ୍ରଥମ ଥର ପାଇଁ ନିଫ୍ଟି ସୂଚକାଙ୍କ ଏହି ସ୍ତର ଛୁଇଁଛି । ପ୍ରାୟ ୧୪୧ କାରବାର ଦିନର ଅପେକ୍ଷା ପରେ ନିଫ୍ଟି ଏହି ସ୍ତର ପୁଣି ଥରେ ଛୁଇଁଛି । ଆଜିର ଏହି ବୃଦ୍ଧି ଯୋଗୁଁ ସେୟାର ବଜାର ନିବେଶକଙ୍କୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଅଟୋ, ଆଇଟି ଓ ମେଟାଲ୍ ସେକ୍ଟରର ସେୟାରରେ ଦେଖିବାକୁ ମିଳିଛି ।ଆଜିର ବୃଦ୍ଧିକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଗୋଟିଏ ବୟାନ ଅଧିକ ସପୋର୍ଟ ମିଳିଥିଲା । ଟ୍ରମ୍ପ ଏକ ବୟାନରେ କହିଥିଲେ ଯେ ଭାରତ ବିନା କୌଣସି ଟାରିଫ୍‌ରେ ଆମେରିକା ସହ ଏକ ବୁଝାମଣା ପାଇଁ ପ୍ରସ୍ତାବ ଦେଇଛି । ଟ୍ରମ୍ପଙ୍କ ଏହି ବୟାନ ଦୁଇ ଦେଶ ମଧ୍ୟରେ ଶୀଘ୍ର ଏକ ଟ୍ରେଡ୍ ଡିଲ୍‌ର ସମ୍ଭାବନା ସୃଷ୍ଟି କରିଛି । ଯେଉଁଥି ପାଇଁ ଗ୍ଲୋବାଲ୍ ନିବେଶକଙ୍କ ମଧ୍ୟରେ ଭାରତକୁ ନେଇ ଭରସା ଅଧିକ ମଜଭୁତ ହୋଇଛି ।ଆଜିର କାରବାର ଶେଷରେ ବିଏସ୍‌ଇ ସେନ

୭ ମାସର ସର୍ବୋଚ୍ଚ ସ୍ତରରେ ନିଫ୍ଟି, ନିବେଶକଙ୍କ ଲାଭ ୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର କାରବାରରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଥିଲା । ସେନସେକ୍ସ କାରବାର ଆରମ୍ଭରେ ୫୫୦ ଅଙ୍କ ଖସି ଆସିଥିଲା, କିନ୍ତୁ ଅପରାହ୍ଣରେ ଏହା ଜୋରଦାର କମବ୍ୟାକ୍ କରିଥିଲା । ଗୋଟିଏ ସମୟରେ ଏହା ପ୍ରାୟ ୧୪୦୦ ପଏଣ୍ଟ ଯାଏଁ ଉଠିଥିଲା । ତେବେ କାରବାର ଶେଷରେ ଏହା ୧୨୦୦ ଅଙ୍କ ବଢି ବନ୍ଦ ହୋଇଥିଲା । ନିଫ୍ଟି ମଧ୍ୟ ଆଜିର କାରବାରରେ ୨୫,୦୦୦ ସ୍ତର ଅତିକ୍ରମ କରି ନୂଆ ଗୁରୁତ୍ୱପୂର୍ଣ୍ଣ ସ୍ତର ସୃଷ୍ଟି କରିଛି । ୨୦୨୪ ଅକ୍ଟୋବର ପରେ ପ୍ରଥମ ଥର ପାଇଁ ନିଫ୍ଟି ସୂଚକାଙ୍କ ଏହି ସ୍ତର ଛୁଇଁଛି । ପ୍ରାୟ ୧୪୧ କାରବାର ଦିନର ଅପେକ୍ଷା ପରେ ନିଫ୍ଟି ଏହି ସ୍ତର ପୁଣି ଥରେ ଛୁଇଁଛି । ଆଜିର ଏହି ବୃଦ୍ଧି ଯୋଗୁଁ ସେୟାର ବଜାର ନିବେଶକଙ୍କୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି । ସବୁଠୁ ଅଧିକ ବୃଦ୍ଧି ଅଟୋ, ଆଇଟି ଓ ମେଟାଲ୍ ସେକ୍ଟରର ସେୟାରରେ ଦେଖିବାକୁ ମିଳିଛି ।

ଆଜିର ବୃଦ୍ଧିକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଗୋଟିଏ ବୟାନ ଅଧିକ ସପୋର୍ଟ ମିଳିଥିଲା । ଟ୍ରମ୍ପ ଏକ ବୟାନରେ କହିଥିଲେ ଯେ ଭାରତ ବିନା କୌଣସି ଟାରିଫ୍‌ରେ ଆମେରିକା ସହ ଏକ ବୁଝାମଣା ପାଇଁ ପ୍ରସ୍ତାବ ଦେଇଛି । ଟ୍ରମ୍ପଙ୍କ ଏହି ବୟାନ ଦୁଇ ଦେଶ ମଧ୍ୟରେ ଶୀଘ୍ର ଏକ ଟ୍ରେଡ୍ ଡିଲ୍‌ର ସମ୍ଭାବନା ସୃଷ୍ଟି କରିଛି । ଯେଉଁଥି ପାଇଁ ଗ୍ଲୋବାଲ୍ ନିବେଶକଙ୍କ ମଧ୍ୟରେ ଭାରତକୁ ନେଇ ଭରସା ଅଧିକ ମଜଭୁତ ହୋଇଛି ।

ଆଜିର କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୧୨୦୦.୧୮ ଅଙ୍କ ବା ୧.୪୮ ପ୍ରତିଶତ ବଢି ୮୨,୫୩୦.୭୪ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୩୯୫.୨୦ ପଏଣ୍ଟ ବା ୧.୬୦ ପ୍ରତିଶତ ବଢି ୨୫,୦୬୨.୧୦ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୧୫ରେ ବଢି ୪୩୯.୯୯ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କରାବାର ଦିନ ଅର୍ଥାତ୍ ଶୁକ୍ରବାର ମେ ୧୪ରେ ୪୩୪.୮୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୫.୧୦ ଲକ୍ଷ କୋଟି ଟଙ୍କା ବଢିଛି ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୫.୧୦ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । 

ବିଏସ୍‌ଇ ସେନ୍‌ସେକ୍ସରେ ଆଜି ୩୦ରୁ ୨୯ ସେୟାର ସବୁଜ ସଂକେତ ଅର୍ଥାତ୍ ବୃଦ୍ଧି ସହ ବନ୍ଦ ହୋଇଛି । ଏଥିରୁ ଟାଟା ମୋଟର୍ସ ସେୟାରରେ ସବୁଠୁ ଅଧିକ ୪.୧୬ ପ୍ରତିଶତ ବୃଦ୍ଧି ହୋଇଛି । ଏହାପରେ ଏଚସିଏଲ୍ ଟେକ୍, ଆଦାନୀ ପୋର୍ଟ୍ସ, ଇଟର୍ନଲ ଓ ମାରୁତି ସୁଜୁକିର ସେୟାର ମୂଲ୍ୟ ୨.୧୭ରୁ ୩.୩୭ ପ୍ରତିଶତ ମଧ୍ୟରେ ବଢିଛି ।