୭ ରାଜ୍ୟର ୧୩ ବିଧାନସଭା ସିଟ୍ ରେ ଉପନିର୍ବାଚନ, ଜୁଲାଇ ୧୦ରେ ପୁଣି ଥରେ ହେବ ଏନଡିଏ ଓ ଇଣ୍ଡିଆ ମେଣ୍ଟର ଟକ୍କର
ନୂଆଦିଲ୍ଲୀ ୬।୭: ଲୋକସଭା ନିର୍ବାଚନ ପରେ ସାରା ଦେଶର ଅଲଗା ଅଲଗା ରାଜ୍ୟରେ ୧୩ ବିଧାନସଭା ଆସନ ନିମନ୍ତେ ଜୁଲାଇ ୧୦ ତାରିଖ ଦିନ ଭୋଟ ହେବ। ଯେଉଁ ସବୁ ଆସନରେ ଉପ ନିର୍ବାଚନ ହେବ ସେଥିରୁ କେତେକ ଲୋକସଭା ନିର୍ବାଚନ ପରେ ଖାଲି ହୋଇଥିଲା। କାରଣ ଅନେକ ବିଧାୟକ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଧାନସଭା ଛାଡିଥିଲେ। ଏଣୁ ଏହି ସବୁ ବିଧାନସଭା ଆସନ ଏବେ ଖାଲି ପଡିଛି। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୦ ତାରିଖରେ ବିହାରର ଗୋଟିଏ, ପଶ୍ଚିମବଙ୍ଗର ୪, ତାମିଲନାଡୁର ଗୋଟିଏ, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରାଖଣ୍ଡର ୨ଟି, ପଞ୍ଜାବର ଗୋଟିଏ ଓ ହିମାଚଳର ୩ ବିଧାନସଭା ଆସନ ନିମନ୍ତେ ଭୋଟଗ୍ରହଣ ହେବ। ଏହି ସବୁ ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଜୁନ ୧୪ ତାରିଖରେ ନୋଟିଫିକେସନ ଜାରି ହୋଇଥିଲା। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଜୁନ ୨୧ ତାରିଖ ଥିବା ବେଳେ ଯାଞ୍ଚ ଜୁନ ୨୪ରେ ଶେଷ ହୋଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୬ ଜୁନ ଥିଲା। ଏହି ସବୁ ପ୍ରକ୍ରିୟା ପରେ ଏବେ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୩ ଜୁଲାଇରେ ଭୋଟ ଗଣନା ହେବ। ଏହି ନିର୍ବାଚନରେ ବିହାର ରୁପୌଲୀ ବିଧାନସଭା ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗର ରାୟଗଞ୍ଜ, ଦକ୍ଷିଣ ରାନାଘାଟ, ବଗଦା ଓ ମାଣିକତାଲା ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ। ସେହିପରି ତାମିଲନାଡୁର ବିକ୍ରାବନ୍ଦୀ, ମଧ୍ୟପ୍ରଦେଶର ଅମରବାଡା, ଉତ୍ତରାଖଣ
ନୂଆଦିଲ୍ଲୀ ୬।୭: ଲୋକସଭା ନିର୍ବାଚନ ପରେ ସାରା ଦେଶର ଅଲଗା ଅଲଗା ରାଜ୍ୟରେ ୧୩ ବିଧାନସଭା ଆସନ ନିମନ୍ତେ ଜୁଲାଇ ୧୦ ତାରିଖ ଦିନ ଭୋଟ ହେବ। ଯେଉଁ ସବୁ ଆସନରେ ଉପ ନିର୍ବାଚନ ହେବ ସେଥିରୁ କେତେକ ଲୋକସଭା ନିର୍ବାଚନ ପରେ ଖାଲି ହୋଇଥିଲା। କାରଣ ଅନେକ ବିଧାୟକ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଧାନସଭା ଛାଡିଥିଲେ। ଏଣୁ ଏହି ସବୁ ବିଧାନସଭା ଆସନ ଏବେ ଖାଲି ପଡିଛି।
ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୦ ତାରିଖରେ ବିହାରର ଗୋଟିଏ, ପଶ୍ଚିମବଙ୍ଗର ୪, ତାମିଲନାଡୁର ଗୋଟିଏ, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରାଖଣ୍ଡର ୨ଟି, ପଞ୍ଜାବର ଗୋଟିଏ ଓ ହିମାଚଳର ୩ ବିଧାନସଭା ଆସନ ନିମନ୍ତେ ଭୋଟଗ୍ରହଣ ହେବ। ଏହି ସବୁ ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଜୁନ ୧୪ ତାରିଖରେ ନୋଟିଫିକେସନ ଜାରି ହୋଇଥିଲା। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଜୁନ ୨୧ ତାରିଖ ଥିବା ବେଳେ ଯାଞ୍ଚ ଜୁନ ୨୪ରେ ଶେଷ ହୋଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ୨୬ ଜୁନ ଥିଲା। ଏହି ସବୁ ପ୍ରକ୍ରିୟା ପରେ ଏବେ ଜୁଲାଇ ୧୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୩ ଜୁଲାଇରେ ଭୋଟ ଗଣନା ହେବ।
ଏହି ନିର୍ବାଚନରେ ବିହାର ରୁପୌଲୀ ବିଧାନସଭା ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗର ରାୟଗଞ୍ଜ, ଦକ୍ଷିଣ ରାନାଘାଟ, ବଗଦା ଓ ମାଣିକତାଲା ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ। ସେହିପରି ତାମିଲନାଡୁର ବିକ୍ରାବନ୍ଦୀ, ମଧ୍ୟପ୍ରଦେଶର ଅମରବାଡା, ଉତ୍ତରାଖଣ୍ଡର ବଦ୍ରିନାଥ ଓ ମଙ୍ଗଲୌର ପାଇଁ ମଧ୍ୟ ଭୋଟ ଗ୍ରହଣ ହେବ। ପଞ୍ଜାବର ୱେଷ୍ଟ ଜଲନ୍ଧର, ହିମାଚଳ ପ୍ରଦେଶର ଦେହେରା, ହମୀରପୁର ଓ ନାଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ଭୋଟ ପଡିବ। ଏହି ସବୁ ଆସନ ବିଧାୟକଙ୍କ ମୃତ୍ୟୁ ଓ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା କାରଣରୁ ଖାଲି ହୋଇଥିଲା।