୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନ ବାବୁଙ୍କ ବାବୁଭାୟା: ଶାହା
ଚାନ୍ଦବାଲି,୨୮।୫:ଭଦ୍ରକ ଜିଲା ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ସଭାରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ। ରାଜ୍ୟ ଖଣିଜ ସଂପଦରେ ଭରପୂର। କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ ହୋଇ ରହିଛନ୍ତି। ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଆ ଲୋକ ନବୀନ ବାବୁଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ […] The post ୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନ ବାବୁଙ୍କ ବାବୁଭାୟା: ଶାହା appeared first on Dharitri Odia News.
ଚାନ୍ଦବାଲି,୨୮।୫:ଭଦ୍ରକ ଜିଲା ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ସଭାରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ। ରାଜ୍ୟ ଖଣିଜ ସଂପଦରେ ଭରପୂର। କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ ହୋଇ ରହିଛନ୍ତି। ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଆ ଲୋକ ନବୀନ ବାବୁଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ।
ଶାହା ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି। ନବୀନ ବାବୁଙ୍କ ବାବୁଭାୟା ଏହି ୭ ଲକ୍ଷ କୋଟି ଖାଇଗଲେ। କିନ୍ତୁ ଆମେ ଓଡ଼ିଶା ିଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ, ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ।
The post ୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନ ବାବୁଙ୍କ ବାବୁଭାୟା: ଶାହା appeared first on Dharitri Odia News.