୭କ୍ବିଣ୍ଟାଲ ୬୫କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ଆଜି ଚାଲାଣବେଳେ ୭କ୍ବିଣ୍ଟାଲ ୬୫କେଜି ଗଞ୍ଜେଇ ଜବତ ହୋଇଛି। ଖୋର୍ଦ୍ଧା ଜିଲା ଧଳାନିକଟରୁ ଜିଆରଆଇ ଜବତ କରିଥିବା ସୂଚନା ମିଳିଛି। ପିକଅପ ଭ୍ୟାନରେ ୨୫ଟି ଅଖାରେ ୭କ୍ବିଣ୍ଟାଲ ୬୫କେଜି ଗଞ୍ଜେଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧କୋଟି ୫୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି।