୭ରୁ ସି.କେ. ନାଇଡୁ ଟ୍ରଫି: ବରଗଡ଼ରେ ପହଞ୍ଚିଲେ ଓଡ଼ିଶା, ସୌରାଷ୍ଟ୍ର ଦଳ

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଜାନୁଆରୀ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ ଗ୍ରାଉଣ୍ଡରେ ବିସିସିଆଇ ପ୍ରଦତ୍ତ ୨୩ ବର୍ଷରୁ କମ୍‌ ବୟସ ବର୍ଗର କର୍ନେଲ ସି. କେ. ନାଇଡୁ ଏଲାଇଟ ଗ୍ରୁପ୍‌-ସି ଲିଗ୍‌ କ୍ରିକେଟ ପ୍ରତିଯୋଗିତା ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହେବ। ଇତିମଧ୍ୟରେ ଓଡ଼ିଶା ଓ ସୌରାଷ୍ଟ୍ର ଦଳ ବରଗଡ଼ରେ ପହଞ୍ଚିଛନ୍ତି ବୋଲି ଏକ ଖବରଦାତା ସମ୍ମିଳନୀରେ ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ମ୍ୟାଚ୍‌କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଉକ୍ତ […] The post ୭ରୁ ସି.କେ. ନାଇଡୁ ଟ୍ରଫି: ବରଗଡ଼ରେ ପହଞ୍ଚିଲେ ଓଡ଼ିଶା, ସୌରାଷ୍ଟ୍ର ଦଳ appeared first on Dharitri Odia News.

୭ରୁ ସି.କେ. ନାଇଡୁ ଟ୍ରଫି: ବରଗଡ଼ରେ ପହଞ୍ଚିଲେ ଓଡ଼ିଶା, ସୌରାଷ୍ଟ୍ର ଦଳ

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଜାନୁଆରୀ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ ଗ୍ରାଉଣ୍ଡରେ ବିସିସିଆଇ ପ୍ରଦତ୍ତ ୨୩ ବର୍ଷରୁ କମ୍‌ ବୟସ ବର୍ଗର କର୍ନେଲ ସି. କେ. ନାଇଡୁ ଏଲାଇଟ ଗ୍ରୁପ୍‌-ସି ଲିଗ୍‌ କ୍ରିକେଟ ପ୍ରତିଯୋଗିତା ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହେବ। ଇତିମଧ୍ୟରେ ଓଡ଼ିଶା ଓ ସୌରାଷ୍ଟ୍ର ଦଳ ବରଗଡ଼ରେ ପହଞ୍ଚିଛନ୍ତି ବୋଲି ଏକ ଖବରଦାତା ସମ୍ମିଳନୀରେ ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ମ୍ୟାଚ୍‌କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଉକ୍ତ ପଡିଆରେ ୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇସାରିଥିବା ବେଳେ କ୍ରିଷ୍ଣା ବିକାଶ ଗ୍ରୁପ୍‌ ସହାୟତାରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ସମସ୍ତ ମ୍ୟାଚ୍‌ ସଫଳତାର ସହ ସମାପନ କରିପାରିଛି ବୋଲି ସୂଚନା ଦିଆଯାଇଥିଲା।

ଏହି ମ୍ୟାଚ୍‌ ପୂର୍ବରୁ ଏହି ଗ୍ରାଉଣ୍ଡ ୨୦୧୫-୧୬, ୨୦୧୮-୧୯, ୨୦୨୦-୨୧ରେ ୨୩ ବର୍ଷରୁ କମ୍‌ ବୟସ ବର୍ଗର ସି. କେ. ନାଇଡୁ ଟ୍ରଫି ଏବଂ ୨୦୧୬-୧୭, ୨୦୧୭-୧୮, ୨୦୨୩-୨୪ରେ ୧୯ ବର୍ଷରୁ କମ୍‌ ବୟସ ବର୍ଗରେ କୁଚ୍‌ ବିହାର ଟ୍ରଫି ଏଭଳି ୬ଟି ମ୍ୟାଚ୍‌ ହୋଇସାରିଥିବା ବେଳେ ଆସନ୍ତା ମ୍ୟାଚ୍‌ ଏହି ଗ୍ରାଉଣ୍ଡର ସପ୍ତମ ମ୍ୟାଚ୍‌ । ଆସନ୍ତା ମ୍ୟାଚ ମଧ୍ୟ ପୂର୍ବ ମ୍ୟାଚ୍‌ଗୁଡ଼ିକ ଭଳି ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ବୋଲି ଆୟୋଜକମାନେ କହିଥିଲେ। ଚଳିତ ବର୍ଷ ସିଜନ୍‌ ଆରମ୍ଭରେ ଚାରିଦିନିଆ ଫର୍ମାଟ୍‌ର ଏହା ଉଭୟ ଦଳର ପ୍ରଥମ ମ୍ୟାଚ୍‌। ଏହା ପୂର୍ବରୁ ଓଡ଼ିଶା ଦଳ ଚଳିତ ବର୍ଷ ଏକ ଦିବସୀୟ ପ୍ରତିଯୋଗିତାରେ ଖେଳିଥିବା ୬ରୁ ୪ ମ୍ୟାଚ୍‌ରେ ବିଜୟୀ ହୋଇ ନିଜ ଗ୍ରୁପ୍‌ରେ ତୃତୀୟ ସ୍ଥାନରେ ରହିଥିଲା। ସେହିପରି ଏକ ଦିବସୀୟ ପ୍ରତିଯୋଗିତାରେ ନିଜ ଗ୍ରୁପ୍‌ରେ ସ୍ଥାନ ପାଇ ସୌରାଷ୍ଟ୍ର ଦଳ ୫ରୁ ୪ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।
ଏହି ମ୍ୟାଚ୍‌ ପାଇଁ ବିସିସିଆଇ ପକ୍ଷରୁ ବାଲକ୍ରିଷ୍ଣା ମିସକୁଇନ୍‌ ମ୍ୟାଚ୍‌ ରେଫରି ଏବଂ ଦୀପକ ଡିଏଲ ଓ ବିକାଶ ଭଟ୍ଟ ଅମ୍ପାୟର ରହିଛନ୍ତି । ସେହିପରି ତାପସ ନାୟକ ସିନିୟର ଭିଡିଓ ଆନାଲିଷ୍ଟ ରହିଥିବା ବେଳେ ଜୁନିୟର ଭିଡିଓ ଆନାଲିଷ୍ଟ ରହିଛନ୍ତି ସାୱନ ପାଢ଼ୀ। ସିଡି ସୁନୀଲ ଅନଲାଇନ୍‌ ସ୍କୋରର ଏବଂ ବୀରବର ନାୟକ ମାନୁଆଲ ସ୍କୋରର ଅଛନ୍ତି। ସେହିପରି ଏହି ମ୍ୟାଚ୍‌ ପ୍ରବନ୍ଧନରେ ଓଡ଼ିଶା ଦଳର ମ୍ୟାନେଜର ଭାବେ ସଚ୍ଚିଦାନନ୍ଦ ପଣ୍ଡା ରହିଥିବା ବେଳେ ପ୍ରଦୀପ ସାହୁ ସୌରାଷ୍ଟ୍ର ଦଳର ସ୍ଥାନୀୟ ମ୍ୟାନେଜର ଅଛନ୍ତି। ଅମ୍ପାୟରମାନଙ୍କ ପ୍ରବନ୍ଧନରେ ପ୍ରଦୀପ ନନ୍ଦ ଥିବାବେଳେ ସ୍କୋରର ଓ ଭିଡିଓ ଆନାଲିଷ୍ଟଙ୍କ ପାଇଁ ରଜତ ଦାଶ ରହିଛନ୍ତି। ସେହିପରି କ୍ରିଷ୍ଣା ବିକାଶ ଗ୍ରୁପ୍‌ ଚେୟାରମେନ ଡି. ମୁରଲୀ କ୍ରିଷ୍ଣା ଭେନ୍ୟୁ ମୁଖ୍ୟ ରହିଛନ୍ତି। ଅଶୋକ ସିଂ ଭେନ୍ୟୁ ସଂଯୋଜକ, ମୁରଲୀ ପାତ୍ର ମୁଖ୍ୟ କ୍ୟୁରେଟର, ରୋଣ୍ଟୁ ଆସିଷ୍ଟାଣ୍ଟ କ୍ୟୁରେଟର ରହିଛନ୍ତି। ଖବରଦାତା ସମ୍ମିଳନୀରେ ଜିଲା କ୍ରିକେଟ ଆସୋସିଏଶନ ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ଭେନ୍ୟୁ ମୁଖ୍ୟ ତଥା କ୍ରିଷ୍ଣା ବିକାଶ ଗ୍ରୁପ୍‌ ଚେୟାରମ୍ୟାନ ଡି. ମୁରଲୀ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

The post ୭ରୁ ସି.କେ. ନାଇଡୁ ଟ୍ରଫି: ବରଗଡ଼ରେ ପହଞ୍ଚିଲେ ଓଡ଼ିଶା, ସୌରାଷ୍ଟ୍ର ଦଳ appeared first on Dharitri Odia News.