୭ରେ ଏୟାରଆଟାକ୍‌ ସାଇରନ୍‌- ଓଡ଼ିଶାରେ ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍‌

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମେ ୭ତାରିଖ ବୁଧବାର ଦେଶର ଅନେକ ରାଜ୍ୟରେ ହେବ ମକ୍‌ଡ୍ରିଲ୍‌ । ଆକ୍ରମଣ ହେଲେ ସାଧାରଣ ଲୋକମାନେ କଣ କରିବେ ସେନେଇ ତାଲିମ ଦିଆଯିବ । ଯେକୌଣସି ପରିସ୍ଥିତିରେ ଆକ୍ରମଣ ହେଲେ ସାଧରଣ ଲୋକ ଓ ଛାତ୍ରମାନେ କିଭଳି ସୁରକ୍ଷିତ ସ୍ଥାନକୁ ଯିବେ ତାହାର ଅଭ୍ୟାସ କରିବାକୁ କେନ୍ଦ୍ର […]

୭ରେ ଏୟାରଆଟାକ୍‌ ସାଇରନ୍‌- ଓଡ଼ିଶାରେ ୧୨ଟି ସ୍ଥାନରେ ହେବ ମକ୍‌ଡ୍ରିଲ୍‌
ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମେ ୭ତାରିଖ ବୁଧବାର ଦେଶର ଅନେକ ରାଜ୍ୟରେ ହେବ ମକ୍‌ଡ୍ରିଲ୍‌ । ଆକ୍ରମଣ ହେଲେ ସାଧାରଣ ଲୋକମାନେ କଣ କରିବେ ସେନେଇ ତାଲିମ ଦିଆଯିବ । ଯେକୌଣସି ପରିସ୍ଥିତିରେ ଆକ୍ରମଣ ହେଲେ ସାଧରଣ ଲୋକ ଓ ଛାତ୍ରମାନେ କିଭଳି ସୁରକ୍ଷିତ ସ୍ଥାନକୁ ଯିବେ ତାହାର ଅଭ୍ୟାସ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ର ଏବଂ ନାଗରିକଙ୍କୁ ତାଲିମ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍‌ଡ୍ରିଲ କରାଯିବ । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଗୋପାଳପୁର, ପାରାଦୀପରେ ଏହି ମକ୍‌ଡ୍ରିଲ୍‌ ହେବ । ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍‌ଡ୍ରିଲ୍‌ । ଏହାପୂର୍ବରୁ ରବିବାର ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ମିନିଟ୍‌ ପାଇଁ ବ୍ଲାକଆଉଟ ଅଭ୍ୟାସ କରାଯାଇଥିଲା । ଯେଉଁଥିରେ ରାତି ୯ଟାରୁ ୯ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ଲାଇଟ୍‌ ବନ୍ଦ କରାଯାଇଥିଲା ।