୭୦ ବର୍ଷ ତଳର ଖେଳାଳିଙ୍କ ପୁରୁଣା ଟୋପି, ୨.୧୪ କୋଟି ଟଙ୍କାରେ ନିଲାମ୍
ନୂଆଦିଲ୍ଲୀ ୦୬/୧୨: ଗୋଟିଏ ଟୋପିର ଦାମ କେତେ ହୋଇପାରେ । ୧୦୦, ୧୦୦୦ କିମ୍ବା ୫୦୦୦ । କିନ୍ତୁ ପ୍ରଶଂସକଙ୍କ ଭଲ ପାଇବା ଏଠି ଗୋଟିଏ ଟୋପିର ମୂଲ୍ୟ ଢେର୍ ବଢ଼ାଇଦେଇଛି । ଅଷ୍ଟ୍ରେଲିଆ ତଥା ଦୁନିଆର ମହାନ ବ୍ୟାଟ୍ସ ମ୍ୟାନ୍, କେହି ନୁହନ୍ତି ଯାହାଙ୍କ ସମକକ୍ଷ । ତାଙ୍କ ରେକର୍ଡ ଆଜି ଭାଙ୍ଗିନି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହାନ ବ୍ୟାଟର ସାର୍ ଡନ୍ ବ୍ରାଡ୍ମ୍ୟାନ୍ । ଏହି ମହାନ କ୍ରିକେଟରଙ୍କ ଟୋପିର ହୋଇଛି ନିଲାମ । ୭୦ ବର୍ଷ ତଳର ପୁରୁଣା ଟୋପି । ଯାହା ନିଲାମ ହୋଇଛି ୨.୧୪ କୋଟି ଟଙ୍କାରେ । ଏହାକୁ କିଣିଛନ୍ତି ଡନ୍ ବ୍ରାଡ୍ ମ୍ୟାନଙ୍କ ବଡ଼ ପ୍ରଶଂସକ । ଡନ୍ ବ୍ରେଡମ୍ୟାନଙ୍କ କ୍ୟାପ୍ ଐତିହାସିକ କାହିଁକି ନା ୧୯୪୭-୪୮ରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜରେ ସେ ଏହାକୁ ପିନ୍ଧିଥିଲେ । ସେତେବେଳେ ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ଦେଶ ହିସାବରେ ପ୍ରଥମ ଥର ବିଦେଶ ଯାତ୍ରା କରିଥିଲା । ଅଷ୍ଟ୍ରେଲିଆ ନଜରରେ ଏହି ସିରିଜ୍ ଐତିହାସିକ କାହିଁକି ନା ଭାରତ ବିପକ୍ଷରେ ଏହି ସିରିଜରେ ମାତ୍ର ୬ଟି ଇନିଂସରେ ବ୍ରାଡମ୍ୟାନ୍ କରିଥିଲେ ୭୧୫ ରନ୍ । ଏଥିରେ ୩ ଶତକ ଓ ଗୋଟିଏ ଦ୍ୱିଶତକ ସାମିଲ୍ । ତେବେ ବ୍ରାଡମ୍ୟାନ୍ଙ୍କ ଟୋପି ୧.୯୫ ଲକ୍ଷ ଡଲାରରୁ ୨.୬୦ ଲକ୍ଷ ଡଲାର ନିଲାମ କରାଯିବ ବୋଲି ଆଶା କରାଯାଉଥିଲା । Also Read- ଷ୍ଟାର୍କଙ୍କ ପରେ ମ୍ୟାକସ୍ଵିନିଙ୍କ ଦମଦାର ପ୍ରଦର୍ଶନ, ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପଲ୍ଲା ଭାରି
ନୂଆଦିଲ୍ଲୀ ୦୬/୧୨: ଗୋଟିଏ ଟୋପିର ଦାମ କେତେ ହୋଇପାରେ । ୧୦୦, ୧୦୦୦ କିମ୍ବା ୫୦୦୦ । କିନ୍ତୁ ପ୍ରଶଂସକଙ୍କ ଭଲ ପାଇବା ଏଠି ଗୋଟିଏ ଟୋପିର ମୂଲ୍ୟ ଢେର୍ ବଢ଼ାଇଦେଇଛି ।
ଅଷ୍ଟ୍ରେଲିଆ ତଥା ଦୁନିଆର ମହାନ ବ୍ୟାଟ୍ସ ମ୍ୟାନ୍, କେହି ନୁହନ୍ତି ଯାହାଙ୍କ ସମକକ୍ଷ । ତାଙ୍କ ରେକର୍ଡ ଆଜି ଭାଙ୍ଗିନି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମହାନ ବ୍ୟାଟର ସାର୍ ଡନ୍ ବ୍ରାଡ୍ମ୍ୟାନ୍ । ଏହି ମହାନ କ୍ରିକେଟରଙ୍କ ଟୋପିର ହୋଇଛି ନିଲାମ । ୭୦ ବର୍ଷ ତଳର ପୁରୁଣା ଟୋପି । ଯାହା ନିଲାମ ହୋଇଛି ୨.୧୪ କୋଟି ଟଙ୍କାରେ । ଏହାକୁ କିଣିଛନ୍ତି ଡନ୍ ବ୍ରାଡ୍ ମ୍ୟାନଙ୍କ ବଡ଼ ପ୍ରଶଂସକ ।
ଡନ୍ ବ୍ରେଡମ୍ୟାନଙ୍କ କ୍ୟାପ୍ ଐତିହାସିକ କାହିଁକି ନା ୧୯୪୭-୪୮ରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜରେ ସେ ଏହାକୁ ପିନ୍ଧିଥିଲେ । ସେତେବେଳେ ଟିମ୍ ଇଣ୍ଡିଆ ସ୍ୱତନ୍ତ୍ର ଦେଶ ହିସାବରେ ପ୍ରଥମ ଥର ବିଦେଶ ଯାତ୍ରା କରିଥିଲା । ଅଷ୍ଟ୍ରେଲିଆ ନଜରରେ ଏହି ସିରିଜ୍ ଐତିହାସିକ କାହିଁକି ନା ଭାରତ ବିପକ୍ଷରେ ଏହି ସିରିଜରେ ମାତ୍ର ୬ଟି ଇନିଂସରେ ବ୍ରାଡମ୍ୟାନ୍ କରିଥିଲେ ୭୧୫ ରନ୍ । ଏଥିରେ ୩ ଶତକ ଓ ଗୋଟିଏ ଦ୍ୱିଶତକ ସାମିଲ୍ । ତେବେ ବ୍ରାଡମ୍ୟାନ୍ଙ୍କ ଟୋପି ୧.୯୫ ଲକ୍ଷ ଡଲାରରୁ ୨.୬୦ ଲକ୍ଷ ଡଲାର ନିଲାମ କରାଯିବ ବୋଲି ଆଶା କରାଯାଉଥିଲା ।
Also Read- ଷ୍ଟାର୍କଙ୍କ ପରେ ମ୍ୟାକସ୍ଵିନିଙ୍କ ଦମଦାର ପ୍ରଦର୍ଶନ, ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପଲ୍ଲା ଭାରି