୭୪୯.୯ ମେଗାୱାଟର ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ, ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଅନୁମୋଦନ

ଭୁବନେଶ୍ବର: ୭୪୯.୯ ମେଗାୱାଟ୍ର ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୭୪୯.୯ ମେଗାୱାଟ୍ର ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୪ ହଜାର ୪୭୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲ୍ଲାରେ ଓ.ଏଚ୍.ପି.ସି ଦ୍ୱାରା ସ୍ଥାପିତ ହେବାକୁ ଥିବା ୬୦୦ ମେଗାୱାଟ କ୍ଷମତା ସଂପନ୍ନ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ୍ (ପି.ଏସ୍.ପି) ପ୍ରକଳ୍ପ, ଓଏନଜିସି ତ୍ରିପୁରା ପାୱାର୍ କମ୍ପାନୀ ଲିମିଟେଡ୍ (ଓଟିପିସିଏଲ୍) ଦ୍ୱାରା ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମୋଟ ୧୪୮.୫ ମେଗାୱାଟ୍ କ୍ଷମତା ସଂପନ୍ନ ତିନି ଗୋଟି ପବନ ଶକ୍ତି ପ୍ରକଳ୍ପ ଏବଂ ଭୁବନେଶ୍ୱରର ପଟିଆ ଠାରେ ୧.୪ ମେଗାୱାଟ୍ କ୍ଷମତା ସଂପନ୍ନ ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ ହେବ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ସୋମବାର ସୁଦ୍ଧା ୧୨୪୯.୩୮ ମେଗାୱାଟ  ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୮, ୩୯୫.୩୮ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍

୭୪୯.୯ ମେଗାୱାଟର ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ, ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଅନୁମୋଦନ

ଭୁବନେଶ୍ବର: ୭୪୯.୯ ମେଗାୱାଟ୍ର ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକରେ ମୋଟ ୭୪୯.୯ ମେଗାୱାଟ୍ର ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୪ ହଜାର ୪୭୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । 

ଏହି ସପ୍ତମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲ୍ଲାରେ ଓ.ଏଚ୍.ପି.ସି ଦ୍ୱାରା ସ୍ଥାପିତ ହେବାକୁ ଥିବା ୬୦୦ ମେଗାୱାଟ କ୍ଷମତା ସଂପନ୍ନ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ୍ (ପି.ଏସ୍.ପି) ପ୍ରକଳ୍ପ, ଓଏନଜିସି ତ୍ରିପୁରା ପାୱାର୍ କମ୍ପାନୀ ଲିମିଟେଡ୍ (ଓଟିପିସିଏଲ୍) ଦ୍ୱାରା ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ସ୍ଥାପିତ ହେବାକୁ ଥିବା ମୋଟ ୧୪୮.୫ ମେଗାୱାଟ୍ କ୍ଷମତା ସଂପନ୍ନ ତିନି ଗୋଟି ପବନ ଶକ୍ତି ପ୍ରକଳ୍ପ ଏବଂ ଭୁବନେଶ୍ୱରର ପଟିଆ ଠାରେ ୧.୪ ମେଗାୱାଟ୍ କ୍ଷମତା ସଂପନ୍ନ ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ ହେବ । 

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)“ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨” ଅନୁଯାୟୀ, ସୋମବାର ସୁଦ୍ଧା ୧୨୪୯.୩୮ ମେଗାୱାଟ  ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ମୋଟ ୮, ୩୯୫.୩୮ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି |

ଏହି ପୁଞ୍ଜି ନିବେଶ ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଶକ୍ତି କ୍ଷେତ୍ରରେ ରୂପାନ୍ତରଣ  ଆଣିବା ସହ ସବୁଜ ଶକ୍ତି ପ୍ରକଳ୍ପର ବିକାଶକୁ ସୁଦୃଢ଼ କରିବ ଏବଂ ୨୦୩୦ ସୁଦ୍ଧା ୧୦ ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଦିଗରେ ସହାୟତା କରିବ ।  ରାଜ୍ୟ ସରକାରଙ୍କ ଏହି ନିରନ୍ତର ପ୍ରୟାସ ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଏବଂ ପରିବେଶ ସୁରକ୍ଷା ଦିଗରେ ସ୍ଥିର ହୋଇଥିବା ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହିତ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ ।