୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ

ନୂଆଦିଲ୍ଲୀ,୨୫।୧: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି। ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ କର୍ମଚାରୀ, ହୋମଗାର୍ଡ, ସିଭିଲ୍‌ ଡିଫେନ୍ସ ଏବଂ ସୁଧାରାତ୍ମକ ସେବାର କର୍ମଚାରୀମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ୧୬ ବୀରତ୍ୱ ଓ ସେବା ମେଡାଲକୁ ଏବେ […] The post ୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ appeared first on Dharitri Odia News.

୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ

ନୂଆଦିଲ୍ଲୀ,୨୫।୧: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି। ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ କର୍ମଚାରୀ, ହୋମଗାର୍ଡ, ସିଭିଲ୍‌ ଡିଫେନ୍ସ ଏବଂ ସୁଧାରାତ୍ମକ ସେବାର କର୍ମଚାରୀମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ୧୬ ବୀରତ୍ୱ ଓ ସେବା ମେଡାଲକୁ ଏବେ ଏକତ୍ର କରି ୪ଟିରେ ପରିଣତ କରାଯାଇଛି। ସେଗୁଡ଼ିକ ହେଲେ ରାଷ୍ଟ୍ରପତି ବୀରତ୍ୱ ମେଡାଲ(ପିଏମ୍‌ଜି), ବୀରତ୍ୱ ମେଡାଲ(ଜିଏମ୍‌), ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ମେଡାଲ (ପିଏସ୍‌ଏମ୍‌) ଏବଂ ପ୍ରଶଂସନୀୟ ସେବା ମେଡାଲ(ଏମ୍‌ଏସ୍‌ଏମ୍‌)। ୨୭୭ ବୀରତ୍ୱ ପୁରସ୍କାରରୁ ୧୧୯ଟି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ନିୟୋଜିତ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅନ୍ୟ ୧୩୩ଟି ଜମ୍ମୁ-କଶ୍ମୀର ଅଞ୍ଚଳର ଯବାନଙ୍କୁ ପ୍ରଦାନ କରାଯିବ। ଜାତିସଂଗ ପକ୍ଷରୁ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ନିୟୋଜିତ ଥାଇ ନିହତ ହୋଇଥିବା ବିଏସ୍‌ଏଫ୍‌ ହେଡ୍‌ କନ୍‌ଷ୍ଟେବଲ ସନଓ୍ବାଲା ରାମ ବିଷ୍ଣୋଇ ଏବଂ ଶିଶୁପାଳ ସିଂଙ୍କୁ ମରଣୋତ୍ତର ଭାବେ ରାଷ୍ଟ୍ରପତି ବୀରତ୍ୱ ସମ୍ମାନ ପ୍ରଦାନ କରାଯିବ। ଜମ୍ମୁ-କଶ୍ମୀର ପୋଲିସକୁ ସର୍ବାଧିକ ୭୨ ବୀରତ୍ୱ ମେଡାଲ ମିଳିବାକୁ ଥିବାବେଳେ ୬୫ଟି ସିଆର୍‌ପିଏଫ୍‌ ଯବାନଙ୍କୁ ମିଳିବ। ଏହା ବ୍ୟତୀତ ମହାରାଷ୍ଟ୍ରରୁ ୧୮, ଛତିଶଗଡ଼ରୁ ୨୬, ଝାଡ଼ଖଣ୍ଡରୁ ୨୩, ଓଡ଼ିଶାରୁ ୧୫, ଦିଲ୍ଲୀରୁ ୮ ଏବଂ ସଶସ୍ତ୍ର ସୁରକ୍ଷା ବଳ(ଏସ୍‌ଏସ୍‌ବି)ରୁ ୨୧ ଯବାନଙ୍କୁ ବୀରତ୍ୱ ସମ୍ମାନରେ ସମ୍ମାନିତ କରାଯିବ।

The post ୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ appeared first on Dharitri Odia News.