୭୮ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱରରେ ପରେଡ୍ ଅଭ୍ୟାସ

ପରେଡକୁ କମାଣ୍ଡ କରିବେ ଆଇପିଏସ ଅମ୍ରିତପାଲ୍ କର। ଚଳିତ ବର୍ଷ ଇଣ୍ଡୋ ତିବତିଆନ୍ ବର୍ଡର ପୁଲିସ ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ ପୁଲିସ ଯୋଗଦେଇଛନ୍ତି।

୭୮ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱରରେ ପରେଡ୍ ଅଭ୍ୟାସ

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍ ଉତ୍ସବ ପାଇଁ ଅଭ୍ୟାସ ଆରମ୍ଭ। ୭୮ ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସାଲ୍ ହୋଇଛି।

ଚଳିତ ବର୍ଷ ପରେଡରେ ଏନସିସି, ସ୍କାଉଟ, ଗାଇଡ, ଅର୍ଦ୍ଧସାମରିକ ଓ ସାମରିକ ଭଳି ବିଭିନ୍ନ କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୫୮ ଟି ଗ୍ରୁପ ଅଂଶଗ୍ରହଣ କରିବେ। ପରେଡକୁ କମାଣ୍ଡ କରିବେ ଆଇପିଏସ ଅମ୍ରିତପାଲ୍ କର। ଚଳିତ ବର୍ଷ ଇଣ୍ଡୋ ତିବତିଆନ୍ ବର୍ଡର ପୁଲିସ ଓ ଛତିଶଗଡ଼ ଷ୍ଟେଟ୍ ଆର୍ମଡ ପୁଲିସ ଯୋଗଦେଇଛନ୍ତି।

ଅଗଷ୍ଟ ୧୫ ଦିନ ସକାଳ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।