୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର, ୫ରେ ବସୁଛି ବୈଠକ

ଭୁବନେଶ୍ଵର:  ଆସନ୍ତା ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏ ନେଇ ଆସନ୍ତା ୫ ତାରିଖରେ ହୋଇପାରେ ନିଷ୍ପତ୍ତି। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଉକ୍ତଦିନ ବୈଠକ ବସିପାରେ। ଆଉ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ୮ ରୁ ୨୭ ତାରିଖ ଯାଏଁ ୨୦ ଦିନ ଧରି ହୋଇପାରେ ଗଣତି କାର୍ଯ୍ୟ। ସମସ୍ତ କାର୍ଯ୍ୟକ୍ରମ ୫ ତାରିଖ ବୈଠକରେ ନିଷ୍ପତ୍ତି ହେବ। ୪ ତାରିଖରେ ଜଷ୍ଟିସ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ରୁ ୨୭ ତାରିଖ ଯାଏଁ ପୁରୀରେ ରହିବେ ଜଷ୍ଟିସ ପଶାୟତ। ଉଲ୍ଲେଖନୀୟ ଶ୍ରୀମନ୍ଦିର ଅଳଙ୍କାର ତଦାରଖ କମିଟି ମୁଖ୍ୟ ହେଉଛନ୍ତି ଅରିଜିତ ପଶାୟତ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ ୨୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲା ଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯିବ। ୩ଟି ବିଭାଗର କାର୍ଯ୍ୟ ବାବଦରେ ଆଲୋଚନା ହୋଇ ସାରିଛି। 

୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର, ୫ରେ ବସୁଛି ବୈଠକ

ଭୁବନେଶ୍ଵର:  ଆସନ୍ତା ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏ ନେଇ ଆସନ୍ତା ୫ ତାରିଖରେ ହୋଇପାରେ ନିଷ୍ପତ୍ତି। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଉକ୍ତଦିନ ବୈଠକ ବସିପାରେ। ଆଉ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ୮ ରୁ ୨୭ ତାରିଖ ଯାଏଁ ୨୦ ଦିନ ଧରି ହୋଇପାରେ ଗଣତି କାର୍ଯ୍ୟ। ସମସ୍ତ କାର୍ଯ୍ୟକ୍ରମ ୫ ତାରିଖ ବୈଠକରେ ନିଷ୍ପତ୍ତି ହେବ। ୪ ତାରିଖରେ ଜଷ୍ଟିସ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ରୁ ୨୭ ତାରିଖ ଯାଏଁ ପୁରୀରେ ରହିବେ ଜଷ୍ଟିସ ପଶାୟତ। ଉଲ୍ଲେଖନୀୟ ଶ୍ରୀମନ୍ଦିର ଅଳଙ୍କାର ତଦାରଖ କମିଟି ମୁଖ୍ୟ ହେଉଛନ୍ତି ଅରିଜିତ ପଶାୟତ। 

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁନ ୨୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲା ଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯିବ। ୩ଟି ବିଭାଗର କାର୍ଯ୍ୟ ବାବଦରେ ଆଲୋଚନା ହୋଇ ସାରିଛି।