୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ
ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍ଗନ୍ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍ଏସ୍ଏଫ୍ ଓ୍ବାଲର୍ଡ କପ୍ ଯୁବ ଟ୍ରାପ୍ ମିକ୍ସଡ ଟିମ୍ ଯୋଡ଼ି ଲକ୍ଷ୍ୟ ଶେଓରାନ ଓ ନୀରୁ ଫାଇନାଲରେ ଗୋଟିଏ ପଏଣ୍ଟ ପାଇଁ ଏକ ପଦକ ହାତଛଡ଼ା କରିଥିଲେ ମଧ୍ୟ ଭାରତୀୟ ଦଳ ପଦକ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ଗୁରୁବାର ମିକ୍ସଡ ଟିମ୍ ଏୟାର ପିସ୍ତଲ ଯୋଡ଼ି ସୁରୁଚି ଓ ସୌରଭ ଚୌଧାରୀ ବ୍ରୋଞ୍ଜ ଜୁତିବା ପରେ ଭାରତର ମୋଟ […] The post ୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ appeared first on Dharitri Odia News.
ବୁଏନ୍ସ ଏରିଜ, ୧୧ା୪: ରାଇଫଲ ପିସ୍ତଲ ଓ ଶଟ୍ଗନ୍ ଶୁଟରମାନଙ୍କ ଲାଗି ବର୍ଷର ପ୍ରଥମ ଆଇଏସ୍ଏସ୍ଏଫ୍ ଓ୍ବାଲର୍ଡ କପ୍ ଯୁବ ଟ୍ରାପ୍ ମିକ୍ସଡ ଟିମ୍ ଯୋଡ଼ି ଲକ୍ଷ୍ୟ ଶେଓରାନ ଓ ନୀରୁ ଫାଇନାଲରେ ଗୋଟିଏ ପଏଣ୍ଟ ପାଇଁ ଏକ ପଦକ ହାତଛଡ଼ା କରିଥିଲେ ମଧ୍ୟ ଭାରତୀୟ ଦଳ ପଦକ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। ଗୁରୁବାର ମିକ୍ସଡ ଟିମ୍ ଏୟାର ପିସ୍ତଲ ଯୋଡ଼ି ସୁରୁଚି ଓ ସୌରଭ ଚୌଧାରୀ ବ୍ରୋଞ୍ଜ ଜୁତିବା ପରେ ଭାରତର ମୋଟ ପଦକ ସଂଖ୍ୟା ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହ ୮ରେ ପହଞ୍ଚିଥିଲା। ଫଳରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା।
ଅନ୍ୟପକ୍ଷରେ ଚାଇନା ୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଭାରତର ସ୍ବର୍ଣ୍ଣ ଜିତିଥିବା ପ୍ରତିଯୋଗୀମାନେ ହେଲେ ସିଫ୍ଟ କୌର (ମହିଳା ୫୦ ମିଟର ରାଇଫଲ ଥ୍ରି ପୋଜିଶନ), ରୁଦ୍ରାଂକ୍ଷ ପାଟିଲ (ପୁରୁଷ ୧୦ମିଟର ଏୟାର ରାଇଫଲ), ସୁରୁଚି (ମହିଳା ୧୦ ମିଟର ଏୟାର ପିସ୍ତଲ) ଓ ବିଜୟବୀର ସିଧୁ (ପୁରୁଷ ୨୫ ମିଟର ରାପିଡ-ଫାୟାର ପିସ୍ତଲ)। ସିଧୁ ତାଙ୍କ ଇଭେଣ୍ଟରେ ଏକ ଆଇଏସଏସ୍ଏଫ୍ ଓ୍ବାଲର୍ଡ କପ୍ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି।
The post ୮ ପଦକ ସହ ଦ୍ୱିତୀୟ ସ୍ଥାନରେ ଭାରତ appeared first on Dharitri Odia News.