୮ ବର୍ଷର ଅପେକ୍ଷାର ଅନ୍ତ, ୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ
ନିଜର ଶେଷ ରଣଜୀ ମ୍ୟାଚ୍ ଖେଳୁଥିବା ଧୱଲ କୁଲକର୍ଣ୍ଣୀ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ବିର୍ଦ୍ଦଭର ସବୁ ପ୍ରକାରର ପ୍ରତିରୋଧକୁ ୫ମ ଦିନର ମଧ୍ୟାହ୍ନ ସମୟରେ ଭାଙ୍ଗି ଦେଇଛି ମୁମ୍ବାଇ। ଫାଇନାଲ ମ୍ୟାଚ୍ର ଶେଷ ଦିନରେ ମୁମ୍ବାଇ ୧୬୯ ରନରେ ବିର୍ଦ୍ଦଭକୁ ହରାଇ ୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଛି।
୨୦୧୫-୧୬ ପରେ ମୁମ୍ବାଇ ପ୍ରଥମଥର ଟ୍ରଫି କବଜା କରିଛି। ଦୀର୍ଘ ୮ ବର୍ଷ ପରେ ମୁମ୍ବାଇ କ୍ୟାମ୍ପକୁ ରଣଜୀ ଟ୍ରଫି ଫେରିଛି। ଅଜିଙ୍କ୍ୟ ରାହାଣେ ମୁମ୍ବାଇର ୨୬ତମ ଅଧିନାୟକ ଭାବେ ରଣଜୀ ଟ୍ରଫି ଟାଇଟଲ ହାସଲ କରିଛନ୍ତି।
ମୁମ୍ବାଇର ସ୍ପିନ ବୋଲିଂ ଅଲରାଉଣ୍ଡର ତନୁଶ କୋଟିଆନ ଓ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ବିର୍ଦ୍ଦଭର ଟ୍ରଫି ଜିତିବା ସ୍ୱପ୍ନକୁ ଚୂରାମାର କରି ଦେଇଛନ୍ତି। ୫୩୮ ରନର ବିଶାଳ ଟାର୍ଗେଟକୁ ପିଛା କରୁଥିବା ବିର୍ଦ୍ଦଭ ଦ୍ୱିତୀୟ ଇନିଂସରେ ୩୬୮ ରନରେ ଅଲଆଉଟ ହୋଇଛି। ଦଳର ଅଧିନାୟକ ଅକ୍ଷୟ ୱାଡକର(୧୦୨) ଓ ହର୍ଷ ଦୁବେ(୬୫) ଆଜି ସକାଳୁ ଦମଦାର ବ୍ୟାଟିଂ କରିବା ସହ ମୁମ୍ବାଇକୁ କୌଣସି ସଫଳତା ହାସଲ କରିବାକୁ ଦେଇ ନଥିଲେ।
କିନ୍ତୁ ଲଞ୍ଚ ପରେ ମୁମ୍ବାଇର ବୋଲର ଦଳର ବିଜୟକୁ ବିଜୟକୁ ନିଶ୍ଚିତ କରିଥିଲେ। କୋଟିଆନ ଓ ଅନ୍ୟ ବୋଲରମାନେ ନିଜର ଜଲୱା ଦେଖାଇଥିଲେ। ନିଜର ଶେଷ ରଣଜୀ ମ୍ୟାଚ୍ ଖେଳୁଥିବା ଧୱଲ କୁଲକର୍ଣ୍ଣୀ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ତାଙ୍କୁ ଶେଷ ମ୍ୟାଚ୍ରେ ଅଧିନାୟକ ରାହାଣେ ଓ ୱାଙ୍ଖେଡେ ଦର୍ଶକ ପୂରା ସମର୍ଥନ କରିଥିଲେ। ସେ ବିର୍ଦ୍ଦଭର ଶେଷ ବ୍ୟାଟର ଉମେଶ ଯାଦବଙ୍କୁ ବୋଲ୍ଡ କରି ମୁମ୍ବାଇକୁ ୪୨ ଥର ପାଇଁ ରଣଜୀ ଚାମ୍ପିୟନ କରିଥିଲେ। ସେ ବିଜୟର ଶେଷ ୱିକେଟ ନେ ନିଜର ବିଦାୟକୁ ଅଧିକ ସ୍ମରଣୀୟ କରିଛନ୍ତି।
ମୁମ୍ବାଇ ତା’ର ପ୍ରଥମ ଇନିଂସରେ ୨୨୪ ରନ କରିଥିଲା। ଏହାର ଜବାବରେ ବିର୍ଦ୍ଦଭ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ କେବଳ ୧୦୫ ରନ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସରେ ୧୯ ବର୍ଷୀୟ ମୁଶୀର ଖାନଙ୍କ ଲଢ଼ୁଆ ଶତକ ବଳରେ ମୁମ୍ବାଇ ୪୧୮ କରିଥିଲା। ଏହାପରେ ବିର୍ଦ୍ଦଭକୁ ଜିତିବା ପାଇଁ ୫୩୮ ରନର ବିଶାଳ ଲକ୍ଷ୍ୟ ମିଳିଥିଲା।
ଦଳ ଦମଦାର ଲଢ଼େଇ କରିବା ସହ ମ୍ୟାଚ୍କୁ ଡ୍ର କରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ମୁମ୍ବାଇ ବୋଲର ଲଞ୍ଚ ପରେ କମାଲ କରି ବିର୍ଦ୍ଦଭକୁ ୩୬୮ ରନରେ ଅଲଆଉଟ କରି ଦେଇଥିଲେ।
???????????????????????????? ???????????? ????????????????????????!
Dhawal Kulkarni takes the final wicket as they beat Vidarbha by 169 runs in the @IDFCFIRSTBank #RanjiTrophy #Final in Mumbai
Brilliant performance from the Ajinkya Rahane-led side ????
Scorecard ▶️ https://t.co/k7JhkLhgT5 pic.twitter.com/Iu458SZF2F— BCCI Domestic (@BCCIdomestic) March 14, 2024
ପୂରା ସଜିନରେ ମୁମ୍ବାଇ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା କୋଟିଆନ ୫୦୨ ରନ କରିବା ସହ ୨୯ ୱିକେଟ ନେଇଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ମିଳିଛି। ସେହିପରି ଦ୍ୱିତୀୟ ଇନିଂସରେ ୧୩୬ ରନ କରିବା ସହ ୨ଟି ୱିକେଟ ନେଇଥିବା ମୁଶୀରଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
ବିଜୟ ଟ୍ରଫି ସହ ଅଜିଙ୍କ୍ୟ ରାହାଣେ ୫ କୋଟି ଟଙ୍କାର ଚେକ ବିସିସିଆଇ ଠାରୁ ଗ୍ରହଣ କରିଛନ୍ତି। ସେ ମୁମ୍ବାଇ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ବିର୍ଦ୍ଦଭକୁ ମଧ୍ୟ ଲଢ଼େଇ ପାଇଁ ସଲାମ କରିଛନ୍ତି।