୮ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ୧୧ରୁ ବଢିବ ଗରମ
ଭୁବନେଶ୍ୱର ୦୬।୦୩ : ପାଗ ବଦଳିଛି । କେତେକ ଜାଗାରେ ହାଲୁକା ବର୍ଷା ହୋଇଛି । ଏଭଳି ପାଗ ଆସନ୍ତା ୩-୪ ଦିନ ରହିବ । ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଗରମ ବଢ଼ିବ । କେତେକ ସ୍ଥାନରେ ୧୧ କିମ୍ବା ୧୨ ତାରିଖବେଳକୁ ଦିନ ତାପମାତ୍ରା ୩୮-୩୯ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ତେବେ ଗତ ୨୪ ଘଣ୍ଟାରେ ବଲାଙ୍ଗୀର, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇଛି । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ପାଣିପାଗ ବିଭାଗ ଆକଳନ ହେଲା, ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଥିବାବେଳେ ଦକ୍ଷିଣ ଛତିଶଗଡ଼ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷା ସମ୍ଭାବନା ଅଛି । ବୁଧବାର ୬ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ୭ରେ ଉତ୍ତର ଉପକୂଳ ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଅଛି । ୮ରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳରେ ହାଲୁକା ବର୍ଷା ହୋଇପାରେ । ୯ରୁ ପାଗ ଶୁଖିଲା ରହିବ । ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । wp:embed {"u
ଭୁବନେଶ୍ୱର ୦୬।୦୩ : ପାଗ ବଦଳିଛି । କେତେକ ଜାଗାରେ ହାଲୁକା ବର୍ଷା ହୋଇଛି । ଏଭଳି ପାଗ ଆସନ୍ତା ୩-୪ ଦିନ ରହିବ । ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଗରମ ବଢ଼ିବ । କେତେକ ସ୍ଥାନରେ ୧୧ କିମ୍ବା ୧୨ ତାରିଖବେଳକୁ ଦିନ ତାପମାତ୍ରା ୩୮-୩୯ ଡିଗ୍ରୀ ସେଲସିୟସ୍ ଛୁଇଁପାରେ ।
ତେବେ ଗତ ୨୪ ଘଣ୍ଟାରେ ବଲାଙ୍ଗୀର, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ନୟାଗଡ଼, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇଛି । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ପାଣିପାଗ ବିଭାଗ ଆକଳନ ହେଲା, ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଥିବାବେଳେ ଦକ୍ଷିଣ ଛତିଶଗଡ଼ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ଯୋଗୁଁ ବର୍ଷା ସମ୍ଭାବନା ଅଛି ।
ବୁଧବାର ୬ ତାରିଖ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ୭ରେ ଉତ୍ତର ଉପକୂଳ ସହ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ପୁରୀ, ଖୋର୍ଦ୍ଧାରେ ବର୍ଷା ସମ୍ଭାବନା ଅଛି । ୮ରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳରେ ହାଲୁକା ବର୍ଷା ହୋଇପାରେ । ୯ରୁ ପାଗ ଶୁଖିଲା ରହିବ । ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
wp:embed {"url":"https://www.prameyanews7.com/rainfall-warning-for-five-day/","type":"wp-embed","providerNameSlug":"prameya-news-7"}
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ତାରିଖ ଯାଏ ତାପମାତ୍ରା ଧୀରେଧୀରେ ବଢ଼ିବ । ଦକ୍ଷିଣ ଆଭ୍ୟନ୍ତରୀଣରେ ୧୧ କିମ୍ବା ୧୨ ତାରିଖରେ ଗରମ ରହିବ, ଯାହାକି ପରବର୍ତ୍ତୀ ୫ ଦିନ ଯାଏ ଚାଲୁ ରହିପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ମାଲକାନଗିରି, ଗୁଣୁପୁର, ପାରଳାଖେମୁଣ୍ଡି ଆଦି ସ୍ଥାନରେ ତାପମାତ୍ରା ୩୮ରୁ ୩୯ ଡିଗ୍ରୀ ରହିପାରେ । ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା କମ୍ ବଢ଼ିବ । କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ମଧ୍ୟମ ଧରଣର ବଢ଼ିପାରେ । ୭ରୁ ୯ ତାରିଖ ଭିତରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ପୁରୀ, ଖୋର୍ଦ୍ଧାରେ କିଛି କିଛି ବର୍ଷା ହୋଇପାରେ । ତାପମାତ୍ରା ବଢ଼ିବାର ଆଶଙ୍କା ଥିବାରୁ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ ନେବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି ।
ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ ପ୍ରକୋପ ଅଧିକ ରହିଛି । ମଙ୍ଗଳବାର ପାରଳାଖେମୁଣ୍ଡି ତାପମାତ୍ରା ୩୮.୨ ଡିଗ୍ରୀ ଛୁଇଁଥିବାବେଳେ ବୌଦ୍ଧ ୩୬.୪, ନୟାଗଡ଼ ୩୬.୬, ମାଲକାନଗିରି ୩୬.୬ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୫.୨ ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ ୩୫.୫, ବଲାଙ୍ଗୀର ୩୫.୩, ଢେଙ୍କାନାଳ ୩୫.୨ ଡିଗ୍ରୀ ଥିଲା ।
wp:embed {"url":"https://www.prameyanews7.com/worlds-oldest-person-celebrates-117th-birthday-in-spain-know-secret-to-her-long-life/","type":"wp-embed","providerNameSlug":"prameya-news-7"}