୮ ଲକ୍ଷର ଗଞ୍ଜେଇ ଧରି ଚମ୍ପଟ ମାରୁଥିଲା ଡ୍ରାଇଭର, ମାଡିବସିଲା ପୋଲିସ
ଲମତାପୁଟ ୨୫/୦୭: ୮ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଡ୍ରାଇଭର ଗିରଫ । ପାଡୁଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପାଡୁଆ ଡାକବଙ୍ଗଳା ନିକଟରେ ନାକା ବନ୍ଦୀ କରି ପୋଲିସ ଜଗିରହିଥିଲା । ଅଟୋକୁ ଅଟକାଇ ବାରୁବ ବ୍ୟାରୀକେଟ ଭାଙ୍ଗି ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିଲା । ପୋଲିସ ଗାଡିକୁ ପିଛା କରି ଗାଡିକୁ ଅଟକାଇବାରେ ସକ୍ଷମ ହୋଇ ଅଟୋ ଯାଞ୍ଚ କରିଥିଲେ । ଅଟୋ ଯାଞ୍ଚ କରିବାରୁ ୪ ଟି ଗଞ୍ଜେଇ ବସ୍ତାରେ ୮୧ କେଜି ଗଞ୍ଜେଇ ବାହାରି ଥିଲା l ଏହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଜଲାପୁଟରୁ ପଡୋଶୀ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଜଣକ ପାଡୁଆ ଥାନ ଅନ୍ତର୍ଗତ ତାଇଁତର ଗ୍ରାମର ଧୋବା ଖିଲ । ଏହିବ୍ୟକ୍ତି ନାମରେ NDPS ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିବ ପାଡୁଆ ପୋଲିସ l
ଲମତାପୁଟ ୨୫/୦୭: ୮ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଅଟୋ ସହ ଡ୍ରାଇଭର ଗିରଫ । ପାଡୁଆ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପାଡୁଆ ଡାକବଙ୍ଗଳା ନିକଟରେ ନାକା ବନ୍ଦୀ କରି ପୋଲିସ ଜଗିରହିଥିଲା । ଅଟୋକୁ ଅଟକାଇ ବାରୁବ ବ୍ୟାରୀକେଟ ଭାଙ୍ଗି ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିଲା । ପୋଲିସ ଗାଡିକୁ ପିଛା କରି ଗାଡିକୁ ଅଟକାଇବାରେ ସକ୍ଷମ ହୋଇ ଅଟୋ ଯାଞ୍ଚ କରିଥିଲେ ।
ଅଟୋ ଯାଞ୍ଚ କରିବାରୁ ୪ ଟି ଗଞ୍ଜେଇ ବସ୍ତାରେ ୮୧ କେଜି ଗଞ୍ଜେଇ ବାହାରି ଥିଲା l ଏହାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ଜଲାପୁଟରୁ ପଡୋଶୀ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଜଣକ ପାଡୁଆ ଥାନ ଅନ୍ତର୍ଗତ ତାଇଁତର ଗ୍ରାମର ଧୋବା ଖିଲ । ଏହିବ୍ୟକ୍ତି ନାମରେ NDPS ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିବ ପାଡୁଆ ପୋଲିସ l