୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି। ଘୋରଡ଼ା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୮ଟି ଶ୍ରେଣୀକୁ ଜଣେ ଶିକ୍ଷକ ଓ ଦୁଇଟି ଶ୍ରେଣୀରେ ଶିକ୍ଷାଦାନ କରୁଥିବାରୁ ବାଧା ଉପୁଜିଥିଲା। ଫଳରେ ଗ୍ରାମବାସୀ ଅତିଷ୍ଠ ହୋଇ ସୋମବାର ସ୍କୁଲରେ ତାଲା ପକାଇ ଦେଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ, ଜଣେ ଶିକ୍ଷକ ପିଲାଙ୍କୁ ଗୋରୁ […] The post ୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.

୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ହରଭଙ୍ଗା,୨୧ା୧୦(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତର ଘୋରଡ଼ା ସ୍କୁଲରେ ଅଭିଭାବକ ଓ ଛାତ୍ରୀଛାତ୍ର ସ୍କୁଲ ତାଲା ପକାଇ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି। ଘୋରଡ଼ା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିଲେ ମଧ୍ୟ ୮ଟି ଶ୍ରେଣୀକୁ ଜଣେ ଶିକ୍ଷକ ଓ ଦୁଇଟି ଶ୍ରେଣୀରେ ଶିକ୍ଷାଦାନ କରୁଥିବାରୁ ବାଧା ଉପୁଜିଥିଲା। ଫଳରେ ଗ୍ରାମବାସୀ ଅତିଷ୍ଠ ହୋଇ ସୋମବାର ସ୍କୁଲରେ ତାଲା ପକାଇ ଦେଇଥିଲେ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଜଣେ ଶିକ୍ଷକ ପିଲାଙ୍କୁ ଗୋରୁ ଜଗିଲା ଭଳି ଜଗି ବସିଛନ୍ତି। ଶିକ୍ଷାଦାନ ଠପ୍‌ ହୋଇ ପଡ଼ିଛି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଆଡ଼କୁ ଠେଲି ଦିଆଯାଉଛି। ଏ ସମ୍ପର୍କରେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଫଳ ଶୂନ। ଏହି ସ୍କୁଲଟି ୧୯୮୦ରେ ସ୍ଥାପନ ହୋଇଥିଲା। ବହୁପୁରାତନ ସ୍କୁଲଟି ଦୁର୍ଗମ ଅଞ୍ଚଳରେ ଥିବାରୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ଶେଷରେ ଗ୍ରାମବାସୀ ନିରାଶ ହୋଇ ସ୍କୁଲରେ ତାଲା ପକାଇଥିଲେ।

The post ୮ ଶ୍ରେଣୀକୁ ଜଣେ ଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଅଭିଭାବକ appeared first on Dharitri Odia News.