୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ
ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗଡ଼ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ […] The post ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ appeared first on Dharitri Odia News.
ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ ସାହୁଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରଦୀପ ବରଗଡ଼ ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଏକ ମାମଲା ରୁଜୁ କରିବା ସହିତ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଓରାମ ଅଭିଯୋଗକାରୀ ପ୍ରଦୀପଙ୍କଠାରୁ ୮ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ ମାଡି ବସିଥିଲେ।
The post ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ appeared first on Dharitri Odia News.