୮,୫୧୧ ମାଧ୍ୟମିକ ସ୍କୁଲ ପିଲାଙ୍କୁ ମିଳିବ ମୌଳିକ ଆଇଟି ଶିକ୍ଷା
ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧୀନରେ ଥିବା ରାଜ୍ୟର ୮,୫୧୧ଟି ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ର ସୂଚନା ପ୍ରଯୁକ୍ତି (ଆଇଟି)ରେ ଦକ୍ଷ ହେବେ। ଓକାକ୍ ମାଧ୍ୟମରେ ଆଉଟସୋର୍ସିଂରେ କମ୍ପ୍ୟୁଟର ଆସିଷ୍ଟାଣ୍ଟମାନଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ମୌଳିକ ଆଇଟି ଦକ୍ଷତା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଇଟି ଶିକ୍ଷାଦାନ ବ୍ୟତୀତ କମ୍ପ୍ୟୁଟର ଆସିଷ୍ଟାଣ୍ଟମାନେ ବିଦ୍ୟାଳୟଗୁଡ଼ିକରେ ଅନ୍ୟାନ୍ୟ ଆଇଟି […] The post ୮,୫୧୧ ମାଧ୍ୟମିକ ସ୍କୁଲ ପିଲାଙ୍କୁ ମିଳିବ ମୌଳିକ ଆଇଟି ଶିକ୍ଷା appeared first on Dharitri Odia News.
ଭୁବନେଶ୍ୱର, ୨୬।୨(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ଅଧୀନରେ ଥିବା ରାଜ୍ୟର ୮,୫୧୧ଟି ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ର ସୂଚନା ପ୍ରଯୁକ୍ତି (ଆଇଟି)ରେ ଦକ୍ଷ ହେବେ। ଓକାକ୍ ମାଧ୍ୟମରେ ଆଉଟସୋର୍ସିଂରେ କମ୍ପ୍ୟୁଟର ଆସିଷ୍ଟାଣ୍ଟମାନଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ମୌଳିକ ଆଇଟି ଦକ୍ଷତା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଇଟି ଶିକ୍ଷାଦାନ ବ୍ୟତୀତ କମ୍ପ୍ୟୁଟର ଆସିଷ୍ଟାଣ୍ଟମାନେ ବିଦ୍ୟାଳୟଗୁଡ଼ିକରେ ଅନ୍ୟାନ୍ୟ ଆଇଟି ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ପାଇଁ ସହାୟତା ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି।
The post ୮,୫୧୧ ମାଧ୍ୟମିକ ସ୍କୁଲ ପିଲାଙ୍କୁ ମିଳିବ ମୌଳିକ ଆଇଟି ଶିକ୍ଷା appeared first on Dharitri Odia News.