‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ

ଓ୍ବାଶିଂଟନ୍‌, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’ ଲେଖାଯାଇଥିବା ସଂଖ୍ୟାର ଫଟୋକୁ କୋମେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପୋଷ୍ଟ’ର କ୍ୟାପ୍‌ଶନ୍‌ରେ ସେ ଲେଖିଥିଲେ, ସମୁଦ୍ର ବେଳାଭୂମିରେ ଚାଲିବା ସମୟରେ ଶାମୁକାରେ ତିଆରି ଏକ ମଜାଦାର ସଂଖ୍ୟା। ଏହି ପୋଷ୍ଟ ଖୁବ୍‌ଶୀଘ୍ର ଭାଇରାଲ ହୋଇଥିଲା। […] The post ‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ appeared first on Dharitri Odia News.

‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ

ଓ୍ବାଶିଂଟନ୍‌, ୧୭।୫: ଆମେରିକାର ଘରୋଇ ଗୋଇନ୍ଦା ଏବଂ ସୁରକ୍ଷା ସେବା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ)ର ପୂର୍ବତନ ଡାଇରେକ୍ଟର ଜେମ୍ସ କୋମେଙ୍କ ଏକ ରହସ୍ୟମୟ ଇନ୍‌ଷ୍ଟାଗ୍ରାମ ପୋଷ୍ଟକୁ ନେଇ ବିବାଦ ଦେଖାଦେଇଛି। ଏକ ସମୁଦ୍ର ବେଳାଭୂମିରେ ‘୮୬ ୪୭’ ଲେଖାଯାଇଥିବା ସଂଖ୍ୟାର ଫଟୋକୁ କୋମେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପୋଷ୍ଟ’ର କ୍ୟାପ୍‌ଶନ୍‌ରେ ସେ ଲେଖିଥିଲେ, ସମୁଦ୍ର ବେଳାଭୂମିରେ ଚାଲିବା ସମୟରେ ଶାମୁକାରେ ତିଆରି ଏକ ମଜାଦାର ସଂଖ୍ୟା। ଏହି ପୋଷ୍ଟ ଖୁବ୍‌ଶୀଘ୍ର ଭାଇରାଲ ହୋଇଥିଲା। ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ନିଜ ପ୍ରଥମ କାର୍ଯ୍ୟକାଳରେ କୋମେଙ୍କୁ ଏଫ୍‌ବିଆଇ ଡାଇରେକ୍ଟର ପଦରୁ ବହିଷ୍କାର କରିଥିଲେ। ତେଣୁ କୋମେ ଏପରି ରହସ୍ୟଜନକ ପୋଷ୍ଟ ମାଧ୍ୟମରେ ଟ୍ରମ୍ପ୍‌ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆଣି ଏହାର ତଦନ୍ତ ପାଇଁ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଦାବି କରିଛନ୍ତି। ଟ୍ରମ୍ପ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୟୁଏସ୍‌ ସିକ୍ରେଟ ସର୍ଭିସ୍‌ ପକ୍ଷରୁ କୋମେଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି। ଘଟଣାକୁ ନେଇ ବିବାଦ ବଢ଼ିବା ପରେ କୋମେ ନିଜର ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି।
ସାଧାରଣତଃ ଆମେରିକାରେ ୮୬ ଶବ୍ଦର ବ୍ୟବହାର କୌଣସି ବ୍ୟକ୍ତିଙ୍କୁ ତାଙ୍କ ପଦରୁ ବିତାଡ଼ିତ କରିବା କିମ୍ବା ହତ୍ୟା କରିବା ପାଇଁ କରାଯାଇଥାଏ। ସେହିପରି ଟ୍ରମ୍ପ୍‌ ହେଉଛନ୍ତି ଆମେରିକାର ୪୭ତମ ରାଷ୍ଟ୍ରପତି। ତେଣୁ ଏହି ରହସ୍ୟଜନକ ‘୮୬ ୪୭’ ପୋଷ୍ଟ ଟ୍ରମ୍ପ୍‌ଙ୍କୁ ଗାଦିଚ୍ୟୁତ କରିବା କିମ୍ବା ତାଙ୍କୁ ହତ୍ୟା ପାଇଁ କୌଣସି ଷଡ଼ଯନ୍ତ୍ରକୁ ଦର୍ଶାଉଥିବା ନେଇ ସର୍ବପ୍ରଥମେ ଟ୍ରମ୍ପ୍‌ଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କହିଥିଲେ। ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଧମକ ଦିଆଯାଇଥିବା ଦର୍ଶାଇ ଏହି ପୋଷ୍ଟ’ର ତଦନ୍ତ ପାଇଁ ଟ୍ରମ୍ପ୍‌ଙ୍କ ଅନେକ ସମର୍ଥକ ତଥା ରିପବ୍ଲିକାନ ପାର୍ଟିର ନେତାମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି। ଘଟଣାକୁ ନେଇ ୟୁଏସ୍‌ ସିକ୍ରେଟ ସର୍ଭିସ୍‌ ପକ୍ଷରୁ କୁହାଯାଇଛି, କୋମେଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟ ସମ୍ପର୍କରେ ଅବଗତ ରହିଛୁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ଏହି ପୋଷ୍ଟକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ ଆରମ୍ଭ କରାଯାଇଛି। ତେବେ ଏହି ପୋଷ୍ଟକୁ ନେଇ ବିବାଦ ବଢ଼ିବା ପରେ କୋମେ କହିଛନ୍ତି, ବେଳାଭୂମିରେ ବୁଲୁଥିବା ସମୟରେ ସେଠାରେ ସଂଖ୍ୟା ଆକାରରେ ପଡ଼ିଥିବା କିଛି ଶାମୁକାର ଫଟୋ ନେଇ ସେ ଏହାକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ତେବେ ଏହି ପୋଷ୍ଟକୁ ଟ୍ରମ୍ପ୍‌ଙ୍କ ହତ୍ୟାର ଷଡ଼ଯନ୍ତ୍ର ଭାବେ ଦେଖାଯିବ ବୋଲି ସେ କେବେ ମଧ୍ୟ ଭାବି ନ ଥିଲେ। ସେ କୌଣସି ପ୍ରକାର ହିଂସାକୁ ସମର୍ଥନ କରନ୍ତି ନାହିଁ। ତେଣୁ ଏହି ପୋଷ୍ଟକୁ ସେ ହଟାଇ ଦେଇଥିବା କୋମେ କହିଛନ୍ତି। ହ୍ବାଇଟ ହାଉସ୍‌ର ଡେପୁଟି ଚିଫ୍‌ ଅଫ୍‌ ଷ୍ଟାଫ୍‌ ଟେଲର ବୁଡୋଓ୍ବିଚ୍‌ କହିଛନ୍ତି, ଟ୍ରମ୍ପ୍‌ଙ୍କ ରାଷ୍ଟ୍ରପତିତ୍ୱ ଅନେକ ବ୍ୟକ୍ତିଙ୍କୁ ହତାଶ କରି ରଖିଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବାବେଳେ ପୂର୍ବତନ ଏଫ୍‌ବିଆଇ ଡାଇରେକ୍ଟରଙ୍କ ଏପରି ପୋଷ୍ଟ ନିଶ୍ଚିତ ଭାବେ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ପାଇଁ ଏକ ବାର୍ତ୍ତା ଭାବେ ଧରାଯିବ। ଦେଶର ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ତୁଲସୀ ଗବ୍ବାର୍ଡ କହିଛନ୍ତି, ଏହି ରହସ୍ୟଜନକ ପୋଷ୍ଟକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ପୂର୍ବରୁ ୨ ଥର ହତ୍ୟା ଉଦ୍ୟମ ହୋଇସାରିଛି। ତେଣୁ ଏହି ପୋଷ୍ଟର ବିପଜ୍ଜନକ ପ୍ରଭାବକୁ ନେଇ ତଦନ୍ତ କରାଯିବ।

The post ‘୮୬ ୪୭’କୁ ନେଇ ଆମେରିକାରେ ହଇଚଇ: ଟ୍ରମ୍ପ୍‌ଙ୍କ ପ୍ରତି ବଢୁଛି ବିପଦ appeared first on Dharitri Odia News.