୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତ, ଶୋକରେ ବୁଡିଲା କ୍ୟାଥୋଲିକ୍ ସମ୍ପ୍ରଦାୟ
ନୂଆଦିଲ୍ଲୀ ୨୧/୦୪: ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍ସିସ୍ ଙ୍କୁ ନିମୋନିଆ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭାଟିକାନ୍ ସିଟିରୁ ପୋପ୍ ଙ୍କ ମୃତ୍ୟୁ ଖବର ସୂଚନା ମିଳିଛି । ମାତ୍ର ଗୋଟିଏ ଦିନ ପୂର୍ବରୁ, ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଥିଲେ।Pope Francis died on Easter Monday, April 21, 2025, at the age of 88 at his residence in the Vatican's Casa Santa Marta: Vatican News pic.twitter.com/Rmn88TQbhw— ANI (@ANI) April 21, 2025ସୋମବାର ଦିନ ଭାଟିକାନ ଏକ ବିବୃତ୍ତି ଜାରି କରି କହିଛି ଯେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ହୋଇଛି । ତାଙ୍କର ଉଭୟ ଫୁସଫୁସ୍ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ନୂଆଦିଲ୍ଲୀ ୨୧/୦୪: ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍ସିସ୍ ଙ୍କୁ ନିମୋନିଆ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଭାଟିକାନ୍ ସିଟିରୁ ପୋପ୍ ଙ୍କ ମୃତ୍ୟୁ ଖବର ସୂଚନା ମିଳିଛି । ମାତ୍ର ଗୋଟିଏ ଦିନ ପୂର୍ବରୁ, ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଥିଲେ।
Pope Francis died on Easter Monday, April 21, 2025, at the age of 88 at his residence in the Vatican's Casa Santa Marta: Vatican News pic.twitter.com/Rmn88TQbhw— ANI (@ANI) April 21, 2025
ସୋମବାର ଦିନ ଭାଟିକାନ ଏକ ବିବୃତ୍ତି ଜାରି କରି କହିଛି ଯେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍ସିସଙ୍କ ମୃତ୍ୟୁ ହୋଇଛି । ତାଙ୍କର ଉଭୟ ଫୁସଫୁସ୍ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।