୯ ଦଫା ଦାବି ନେଇ ପାଚିକା ସହାୟିକା ମହଦୂର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିନିକା ୭।୧୨: ୯ ଦଫା ଦାବିକୁ ନେଇ ଶନିବାର ପାଚିକା ସହାୟିକା ମହଦୂର ସଙ୍ଘ ଓଡ଼ିଶା ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସୁବର୍ଣ୍ଣପୁର ଜିଲ୍ଲା ରୟାଲ ପଡିଆ ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ବେତନ ୨୮ ହଜାର ହଜାର ଟଙ୍କା, ସାମାଜିକ ସୁରକ୍ଷା ଆଇନ, କାର୍ଯ୍ୟ କରିଥିବା ସମୟରେ ମୃତ୍ୟୁ ହେଲେ ମୃତ୍ୟୁ କାଳୀନ ସହାୟିକା ରାଶି, ଅବସର ପରେ ୫ହଜାର ଟଙ୍କା, ଡ୍ରେସ୍ କୋଡ୍ ଲାଗୁ ଭଳି ୯ ଗୋଟି ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି  l ଆଗାମୀ ଦିନରେ ଯଦି ସରକାର ଦିଆଯାଇଥିବା ଦାବି ନଶୁଣିବେ ତେବେ ଏହି ଆନ୍ଦୋଳନ ସାରା ଓଡ଼ିଶାରେ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି  lYou Can Read:କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କଲେ ସନାତନ ମହାକୁଡ଼

୯ ଦଫା ଦାବି ନେଇ ପାଚିକା ସହାୟିକା ମହଦୂର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବିନିକା ୭।୧୨: ୯ ଦଫା ଦାବିକୁ ନେଇ ଶନିବାର ପାଚିକା ସହାୟିକା ମହଦୂର ସଙ୍ଘ ଓଡ଼ିଶା ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ଦାୟିତ୍ୱରେ ଥିବା କର୍ମଚାରୀ ମାନେ ସୁବର୍ଣ୍ଣପୁର ଜିଲ୍ଲା ରୟାଲ ପଡିଆ ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ପାଚିକା ସହାୟିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ବେତନ ୨୮ ହଜାର ହଜାର ଟଙ୍କା, ସାମାଜିକ ସୁରକ୍ଷା ଆଇନ, କାର୍ଯ୍ୟ କରିଥିବା ସମୟରେ ମୃତ୍ୟୁ ହେଲେ ମୃତ୍ୟୁ କାଳୀନ ସହାୟିକା ରାଶି, ଅବସର ପରେ ୫ହଜାର ଟଙ୍କା, ଡ୍ରେସ୍ କୋଡ୍ ଲାଗୁ ଭଳି ୯ ଗୋଟି ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି  l ଆଗାମୀ ଦିନରେ ଯଦି ସରକାର ଦିଆଯାଇଥିବା ଦାବି ନଶୁଣିବେ ତେବେ ଏହି ଆନ୍ଦୋଳନ ସାରା ଓଡ଼ିଶାରେ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି  l


You Can Read:

କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କଲେ ସନାତନ ମହାକୁଡ଼