୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଭାଇରାଲ ଭୟ ଦେଖାଇ ୫ ଲକ୍ଷ, ସୁନାଗହଣା ନେଇଗଲେ…

କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବା ଏବଂ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବା ଧମକ ଦେଇ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଠକି ନେବା ଭଳି ସଙ୍ଗିନ ଅଭିଯୋଗ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ପରେ ବୀରମିତ୍ରପୁର ଥାନା ପୋଲିସ ଅଭିଯୁକ୍ତ ରାଉରକେଲା ମଣି କଲୋନୀର ଇନ୍ଦ୍ରମଣି ସାମଲ(୫୬)ଙ୍କୁ ଶନିବାର ଗିରଫ କରିଛି। ଏ ନେଇ ଥାନାରେ ଆଇପିସି ଦଫା […] The post ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଭାଇରାଲ ଭୟ ଦେଖାଇ ୫ ଲକ୍ଷ, ସୁନାଗହଣା ନେଇଗଲେ… appeared first on Dharitri Odia News.

୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର:  ଭାଇରାଲ ଭୟ ଦେଖାଇ ୫ ଲକ୍ଷ, ସୁନାଗହଣା ନେଇଗଲେ…

କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବା ଏବଂ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବା ଧମକ ଦେଇ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଠକି ନେବା ଭଳି ସଙ୍ଗିନ ଅଭିଯୋଗ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ପରେ ବୀରମିତ୍ରପୁର ଥାନା ପୋଲିସ ଅଭିଯୁକ୍ତ ରାଉରକେଲା ମଣି କଲୋନୀର ଇନ୍ଦ୍ରମଣି ସାମଲ(୫୬)ଙ୍କୁ ଶନିବାର ଗିରଫ କରିଛି। ଏ ନେଇ ଥାନାରେ ଆଇପିସି ଦଫା ୩୭୬(୨)(ଏନ୍‌)/୩୭୬(୩)/୫୦୬,ସେକ୍ସନ ୪ ପୋକ୍‌ସୋ ଆକ୍ଟ ସହ ଏସ୍‌ସି/ଏସ୍‌ଟିରେ ଏକ ମାମଲା (ନଂ. ୩୨୪/୨୫) ରୁଜୁ ହୋଇଛି। ଘଟଣାଟି ୨୦୨୪ ମେ ୩ରେ ଘଟିଥିବା ବେଳେ ଅଭିଯୁକ୍ତ ବଳାତ୍କାର ସମୟର ଭିଡିଓ ଭାଇରାଲ କରିବା ଭୟ ଦେଖାଇ ପୀଡ଼ିତାଙ୍କୁ ବ୍ଲାକମେଲିଂ କରିବା ପରେ ଏହି ଘଟଣା ସମ୍ମାନକୁ ଆସିଛି।
ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ରାଉରକେଲାରେ ରହୁଥିଲେ। ପାରିବାରିକ ସମସ୍ୟା ସୃଷ୍ଟି ହେବା ବିଷୟରେ ପୀଡ଼ିତାଙ୍କ ମା’ଙ୍କ ଠାରୁ ଇନ୍ଦ୍ରମଣି ଜାଣି ତାଙ୍କୁ ସାହାଯ୍ୟ କରିବା ପାଇଁ କୁଆଁରମୁଣ୍ଡା ଯମୁନାନାକିରେ ସେମାନଙ୍କ ପାଇଁ ୨୦୨୩ ସେପ୍ଟେମ୍ବର ୬ ତାରିଖରେ ଘରଭଡ଼ା ବୁଝିଥିଲେ। ପରେ ପରିବାର ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରିକି ପୀଡ଼ିତାଙ୍କ ଉପରେ ତାଙ୍କର ଆଖି ପଡ଼ିଥିଲା। ପୀଡ଼ିତା ଜଣଙ୍କ କୁଆଁରମୁଣ୍ଡାର ଏକ ଘରୋଇ ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିଲେ। ୨୦୨୪ ମେ ୩ରେ ସ୍କୁଲ ଛୁଟି ହେବା ପରେ ଇନ୍ଦ୍ରମଣି ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ନିଜର ଏକ ହୋଟେଲକୁ ନେଇ ବଳାତ୍କାର କରିବା ସହ ଭିଡିଓ ମଧ୍ୟ କରିଥିଲେ। ପରେ ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ପୀଡ଼ିତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏନେଇ ପୀଡିତା ପରିବାର ଲୋକଙ୍କୁ କହିଥିଲେ। ପ୍ରଥମେ ଇନ୍ଦ୍ରମଣି ପୀଡ଼ିତାଙ୍କଠାରୁ ୫ ଲକ୍ଷ ଟଙ୍କା ସହ ୩ ହଳ ସୁନା କାନଫୁଲ,୨ଟି ସୁନା ମୁଦି ଓ ଗହଣା ନେଇଥିଲେ। ହେଲେ ଇନ୍ଦ୍ରମଣି ଭିଡିଓ ଡିଲିଟ କରି ନ ଥିଲେ। ପୀଡିତାଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରି ଭିଡିଓ ଡିଲିଟ୍‌ କରିବାକୁ କହିବାରୁ ସେ ଆହୁରି ଟଙ୍କା ମାଗିଥିଲେ। ଶେଷରେ ପରିବାର ଲୋକେ ଶୁକ୍ରବାର ବୀରମିତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଇନ୍ଦ୍ରମଣିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଇନ୍ଦ୍ରମଣି ପୂର୍ବରୁ ରାଉରକେଲା ମ୍ୟୁନସିପାଲଟିର ସାନିଟାରୀ ଅଧିକାରୀ ଥିବା ବେଳେ ବର୍ତ୍ତମାନ କୁଆଁରମୁଣ୍ଡାରେ ଡେପୁଟେସନରେ କାମ କରୁଛନ୍ତି। ଏଥିସହ ଯମୁନାନାକି ନିକଟରେ ଏକ ହୋଟେଲ ବ୍ୟବସାୟ କରୁଥିବା ଜଣାପଡିଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ରବିବାର କରାଯିବ ବୋଲି ଥାନା ଆଇଆଇସି ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି।

The post ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଭାଇରାଲ ଭୟ ଦେଖାଇ ୫ ଲକ୍ଷ, ସୁନାଗହଣା ନେଇଗଲେ… appeared first on Dharitri Odia News.