୯୨ ବର୍ଷରେ ପଞ୍ଚମ ଥର ବିବାହ କରିବେ ରୁପର୍ଟ ମର୍ଡୋକ, ଜାଣନ୍ତୁ କିଏ ଏଲେନା ଝୁକୋଭା ?
ନୂଆଦିଲ୍ଲୀ: ପଞ୍ଚମ ଥର ବିବାହ କରିବାକୁ ଯାଉଛନ୍ତି ଗଣମାଧ୍ୟମ ଟାଇକୁନ୍ ରୁପର୍ଟ ମର୍ଡୋକ। ଏହାରି ମଧ୍ୟରେ ୯୨ ବର୍ଷୀୟ ରୁପର୍ଟ ମର୍ଡୋକ ୬୭ ବଷୀୟ ଏଲେନା ଝୁକୋଭାଙ୍କ ସହ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି। ତେବେ ରୁପର୍ଟ ମର୍ଡୋକଙ୍କ ଏହା ଷଷ୍ଠ ନିର୍ବନ୍ଧ ହୋଇଥିବାବେଳେ ପଞ୍ଚମ ବିବାହ ହେବାକୁ ଯାଉଛି।ଫକ୍ସ ଆଣ୍ଡ ନ୍ୟୁଜ କର୍ପର ପୂର୍ବତନ ଅଧ୍ୟକ୍ଷ ମର୍ଡୋକ ରୁଷର ଏଲେନାଙ୍କ ସହ ଗତ ଏପ୍ରିଲ୍ରୁ ଡେଟ୍ କରୁଥିଲେ। ଏଲେନା ଝୁକୋଭା ପେଶାରେ ମଲିକ୍ୟୁଲର ବାୟୋଲୋଜିଷ୍ଟ। ଉଭୟଙ୍କ ବିବାହ ଜୁନ୍ ମାସରେ କାଲିଫର୍ଣ୍ଣିଆର ଭିନୟାର୍ଡ ଆଣ୍ଡ ଏଷ୍ଟେଟରେ ହେବ। ଏହା ପୂର୍ବରୁ ରେଡିଓ ହୋଷ୍ଟ ଏନ ଲେସଲୀ ସ୍ମିଥଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ ତାଙ୍କ ନିର୍ବନ୍ଧ ଏକ ମାସରରୁ କମ୍ ଚାଲିଥିଲା। ତେବେ ଆସନ୍ତୁ ଜାଣିବା କିଏ ଏଲେନା ଝୁକୋଭା।କିଏ ଏଲେନା ଝୁକୋଭା:ଏଲେନା ଝୁକୋଭା ଜଣେ ଅବସରପ୍ରାପ୍ତ ମଲିକ୍ୟୁଲର ବାୟୋଲୋଜିଷ୍ଟ। ଡାଇବେଟିସ୍ ରିସର୍ଚ୍ଚରେ ତାଙ୍କର ସ୍ବତନ୍ତ୍ରତା ରହିଛି। ସେ ଲସ ଆଞ୍ଜେଲସର ୟୁନିର୍ଭିସିଟି ଅଫ୍ କାଲିଫର୍ଣ୍ଣିଆ ପାଇଁ କାମ କରିଛନ୍ତି । ଝୁକୋଭା ମସ୍କୋର ମୂଳ ବାସିନ୍ଦା । ଆଉ ଏଲେନା ୧୯୯୧ରେ ଆମେରିକା ଆସିଥିଲେ। ତେବେ ରୁପର୍ଟ ମର୍ଡୋକଙ୍କ ସହ ତାଙ୍କର ସାକ୍ଷାତ ଏକ ପାରିବାରିକ କାର୍ଯ୍ୟକ୍ରମରେ ହୋଇଥିଲା। ଏହି ଆୟୋଜନ ମର୍ଡୋକଙ୍କ ତୃତୀୟ ପତ୍ନୀ ଓ୍ବେଣ୍ଡି ଡ୍ୟାଙ୍ଗ୍ କରିଥିଲେ। ଓ୍ବେଣ
ନୂଆଦିଲ୍ଲୀ: ପଞ୍ଚମ ଥର ବିବାହ କରିବାକୁ ଯାଉଛନ୍ତି ଗଣମାଧ୍ୟମ ଟାଇକୁନ୍ ରୁପର୍ଟ ମର୍ଡୋକ। ଏହାରି ମଧ୍ୟରେ ୯୨ ବର୍ଷୀୟ ରୁପର୍ଟ ମର୍ଡୋକ ୬୭ ବଷୀୟ ଏଲେନା ଝୁକୋଭାଙ୍କ ସହ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି। ତେବେ ରୁପର୍ଟ ମର୍ଡୋକଙ୍କ ଏହା ଷଷ୍ଠ ନିର୍ବନ୍ଧ ହୋଇଥିବାବେଳେ ପଞ୍ଚମ ବିବାହ ହେବାକୁ ଯାଉଛି।
ଫକ୍ସ ଆଣ୍ଡ ନ୍ୟୁଜ କର୍ପର ପୂର୍ବତନ ଅଧ୍ୟକ୍ଷ ମର୍ଡୋକ ରୁଷର ଏଲେନାଙ୍କ ସହ ଗତ ଏପ୍ରିଲ୍ରୁ ଡେଟ୍ କରୁଥିଲେ। ଏଲେନା ଝୁକୋଭା ପେଶାରେ ମଲିକ୍ୟୁଲର ବାୟୋଲୋଜିଷ୍ଟ। ଉଭୟଙ୍କ ବିବାହ ଜୁନ୍ ମାସରେ କାଲିଫର୍ଣ୍ଣିଆର ଭିନୟାର୍ଡ ଆଣ୍ଡ ଏଷ୍ଟେଟରେ ହେବ। ଏହା ପୂର୍ବରୁ ରେଡିଓ ହୋଷ୍ଟ ଏନ ଲେସଲୀ ସ୍ମିଥଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ ତାଙ୍କ ନିର୍ବନ୍ଧ ଏକ ମାସରରୁ କମ୍ ଚାଲିଥିଲା। ତେବେ ଆସନ୍ତୁ ଜାଣିବା କିଏ ଏଲେନା ଝୁକୋଭା।
କିଏ ଏଲେନା ଝୁକୋଭା:
ଏଲେନା ଝୁକୋଭା ଜଣେ ଅବସରପ୍ରାପ୍ତ ମଲିକ୍ୟୁଲର ବାୟୋଲୋଜିଷ୍ଟ। ଡାଇବେଟିସ୍ ରିସର୍ଚ୍ଚରେ ତାଙ୍କର ସ୍ବତନ୍ତ୍ରତା ରହିଛି। ସେ ଲସ ଆଞ୍ଜେଲସର ୟୁନିର୍ଭିସିଟି ଅଫ୍ କାଲିଫର୍ଣ୍ଣିଆ ପାଇଁ କାମ କରିଛନ୍ତି । ଝୁକୋଭା ମସ୍କୋର ମୂଳ ବାସିନ୍ଦା । ଆଉ ଏଲେନା ୧୯୯୧ରେ ଆମେରିକା ଆସିଥିଲେ। ତେବେ ରୁପର୍ଟ ମର୍ଡୋକଙ୍କ ସହ ତାଙ୍କର ସାକ୍ଷାତ ଏକ ପାରିବାରିକ କାର୍ଯ୍ୟକ୍ରମରେ ହୋଇଥିଲା। ଏହି ଆୟୋଜନ ମର୍ଡୋକଙ୍କ ତୃତୀୟ ପତ୍ନୀ ଓ୍ବେଣ୍ଡି ଡ୍ୟାଙ୍ଗ୍ କରିଥିଲେ। ଓ୍ବେଣ୍ଡି ଡ୍ୟାଙ୍ଗ୍ ଏବଂ ମର୍ଡୋକ ୨୦୧୩ରେ ବିବାହ କରିଥିଲେ। ଉଭୟଙ୍କର ବିବାହ ୧୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।
ସୂଚନାଥାଉକି, ଏଲେନା ଝୁକୋଭାଙ୍କ ପୂର୍ବରୁ ମଧ୍ୟ ଦୁଇ ଥର ବିବାହ ହୋଇସାରିଛି। ତାଙ୍କର ପ୍ରଥମ ବିବାହ ରୁଷର ତେଲ ବ୍ୟବସାୟୀ ଆଲେକ୍ଜାଣ୍ଡର ଝୁକୋଭଙ୍କ ସହ ହୋଇଥିଲା। ଉଭୟଙ୍କ ଗୋଟିଏ ଝିଅ ମଧ୍ୟ ରହିଛି। ତାଙ୍କ ନାଁ ଡାଶାଦ ଝୁକୋଭା ଏବଂ ତାଙ୍କର ବୟସ ୪୨ ବର୍ଷ।ସେ ଏକ ବୁଦ୍ଧିଜୀବୀ ପରିବାରରୁ ଆସିଛନ୍ତି ବୋଲି କହିଥାନ୍ତି।
୨୦୨୨ରେ ଚତୁର୍ଥ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ରୁପର୍ଟ
ରୁପର୍ଟ ମର୍ଡୋକ ଚତୁର୍ଥ ପତ୍ନୀ ଜେରୀ ହାଲଙ୍କୁ ୨୦୨୨ରେ ଛାଡ଼ପତ୍ର ଦେଇଥିଲେ। ତେବେ ତାଙ୍କର ଅନ୍ୟ ପତ୍ନୀଙ୍କ ମଧ୍ୟରେ ଓ୍ବେଣ୍ଡି ଡ୍ୟାଙ୍ଗ, ଅନ୍ନା ମର୍ଡୋକ ମାନ ଏବଂ ପେଟ୍ରୋସିଆ ବୁକର ରହିଥିଲେ। ଏମାନଙ୍କ ଠାରୁ ରୁପର୍ଟଙ୍କ ସମୁଦାୟ ୬ ସନ୍ତାନ ଅଛନ୍ତି।
ପୁଅ ସମ୍ଭାଳୁଛନ୍ତି ବ୍ୟବସାୟ:
ଗତ ବର୍ଷ ନ୍ୟୁଜ କର୍ପର ମୁଖ୍ୟ ଭୂମିକାରୁ ଅବସର ନେଇଥିଲେ ରୁପର୍ଟ। ଆଉ ବର୍ତ୍ତମାନ ତାଙ୍କ ପୁଅ ଲାଚଲନଙ୍କୁ ଏହି ପଦରେ ଅଛନ୍ତି। ନ୍ୟୁଜ କର୍ପକୁ ମର୍ଡୋକଙ୍କ ପରିବାରିକ ଟ୍ରଷ୍ଟ ଚଳାଇଥାଏ। ରୁପର୍ଟଙ୍କ ଚାରି ପୁଅ ଏହାର ଶେୟାର ହୋଲ୍ଡର। ସୂଚନାଥାଉକି, ମାର୍ଚ୍ଚ ୧୧ରେ ରୁପର୍ଟ ମର୍ଡୋକ ନିଜର ୯୩ ତମ ଜନ୍ମଦିନ ପାଳନ କରିବେ। ମର୍ଡୋକ ୧୯୩୧ରେ ଅଷ୍ଟ୍ରେଲିରେ ଜନ୍ମ ହୋଇଥିଲେ। ତାଙ୍କର ସମୁଦାୟ ସମ୍ପତ୍ତି ୧.୫ ଲକ୍ଷ କୋଟି ଟଙ୍କା ରହିଛି।