୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ ପାଇଁ ଚମତ୍କାର ଖେଳିଛନ୍ତି। ଚେସ ଅଲିମ୍ପିଆଡ଼ର ଓପନ୍‌ ସେକ୍ସନରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି। ଏହା ବ୍ୟତୀତ ଭାରତ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଏହିପରି ଭାରତ ମୋଟ ୩ଟି ସ୍ବର୍ଣ୍ଣ ପଦକ ଜିତିଛି। ଚେସ ଅଲିମ୍ପିଆଡ଼ ଇତିହାସରେ ଏହା ପ୍ରଥମ ଥର ପାଇଁ ଭାରତ ଉଭୟ ବିଭାଗରେ […] The post ୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା appeared first on Dharitri Odia News.

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ ପାଇଁ ଚମତ୍କାର ଖେଳିଛନ୍ତି। ଚେସ ଅଲିମ୍ପିଆଡ଼ର ଓପନ୍‌ ସେକ୍ସନରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି। ଏହା ବ୍ୟତୀତ ଭାରତ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଏହିପରି ଭାରତ ମୋଟ ୩ଟି ସ୍ବର୍ଣ୍ଣ ପଦକ ଜିତିଛି। ଚେସ ଅଲିମ୍ପିଆଡ଼ ଇତିହାସରେ ଏହା ପ୍ରଥମ ଥର ପାଇଁ ଭାରତ ଉଭୟ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଡି ଗୁକେଶ ଭ୍ଲାଡିର୍ମି ଫେଡୋସିଭଙ୍କୁ ପରାସ୍ତ କରିଥିବାବେଳେ ଅର୍ଜୁନ ଏରିଗାଇସି ଜନ ସୁବେଲଙ୍କୁ ପରାସ୍ତ କରିଛନ୍ତି।

ଆଙ୍‌ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚେସ ଅଲିମ୍ପିଆଡ ଆୟୋଜିତ ହେଉଛି। ଏଥିରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତି ଭାରତର ଡି ଗୁକେଶ ଇତିହାସ ସୃଷ୍ଟି କରିଛନ୍ତି। ସେ ବ୍ୟକ୍ତିଗତ ଇଭେଣ୍ଟରେ ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ ଡି ଗୁକେଶ ଚେସ ଅଲିମ୍ପିଆଡ ୨୦୨୨ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହିପରି ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ପରେ କ୍ରମାଗତ ୨ଟି ସ୍ବର୍ଣ୍ଣ ପଦକ ଜିତିବାରେ ଡି ଗୁକେଶ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ସେ ଏହା କରିବା ପାଇଁ ଦୁନିଆର ୧୬ତମ ଗ୍ରାଣ୍ଡ ମାଷ୍ଟର ହୋଇଥିଲେ।

ମହିଳା ବିଭାଗରେ ଭାରତୀୟ ମହିଳା ଦଳରେ ହରିକା ଦ୍ରୋନାଭାଲ୍ଲୀ, ବୈଶାଲୀ ରମେଶବାବୁ, ଦିବ୍ୟା ଦେଶମୁଖ, ଭାଣ୍ଟିକା ଅଗ୍ରୱାଲ, ତାନିଆ ସଚ୍ଚଦେବ ଏବଂ ଅଭିଜିତ କୁନ୍ତେ ସାମିଲ ହୋଇଥିଲେ। ଶେଷ ମ୍ୟାଚରେ ଭାରତୀୟ ମହିଳା ଦଳ ଆଜେରବାଇଜାନକୁ ୩.୫-୦.୫ ରେ ପରାସ୍ତ କରିଛି। ଚେସ ଅଲିମ୍ପିଆଡ଼ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଉଭୟ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଭାରତ ଏହା ପୂର୍ବରୁ କେବେ କରିପାରି ନ ଥିଲା। ଦୁଇ ବର୍ଷ ପୂର୍ବେ ଚେସ ଅଲିମ୍ପିଆଡରେ ଭାରତକୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହା ବ୍ୟତୀତ ଚେସ ଅଲିମ୍ପିଆଡ ୨୦୧୪ରେ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ପାଇଛି ।

The post ୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା appeared first on Dharitri Odia News.