ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ : ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି... The post ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର appeared first on .

ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର

ନନ୍ଦିଘୋଷ ବ୍ୟୁରୋ : ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ରକୁ କେତେକ କଠୋର ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ୱାକଫ ବୋର୍ଡରେ ହିନ୍ଦୁମାନଙ୍କୁ ସଦସ୍ୟ ରଖିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ହେଲେ ହିନ୍ଦୁ ଦେବୋତ୍ତର ବୋର୍ଡରେ ମୁସଲିମମାନଙ୍କ ରଖାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।
– ସମ୍ବିଧାନର ଧାରା ୨୬କୁ ନେଇ କୋର୍ଟରେ ହୋଇଥିଲା ବିତର୍କ। ଜାମାଏତ ଉଲେମା ଇ ହିନ୍ଦ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବୀ କପିଳ ସିବଲ କହିଥିଲେ- ୱାକଫ ଆଇନରେ ଧାରା ୨୬ରେ ଉଲ୍ଲଂଘନ ହୋଇଛି। ଧାରା ୨୬ ଅନୁସାରେ ଦେଶବାସୀଙ୍କୁ ଧାର୍ମିକ ସ୍ବାଧୀନତା ଦେଇଥାଏ। ନିଜର ଧାର୍ମିକ ବ୍ୟାପାର ଓ ପ୍ରତିଷ୍ଠାନଗୁଡିକୁ ନିଜ ନୀତି ଅନୁସାରେ ପରିଚାଳନା କରିବା ଲାଗି ଏଥିରେ ବ୍ୟବସ୍ଥା ରହିଛି। ୩ ହଜାର ବର୍ଷରୁ ରହିଥିବା ପରମ୍ପରା ଉପରେ କୁଠାରାଘାତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ।
-ବରିଷ୍ଠ ଆଇନଜୀବୀ ଅଭିଷେମନୁ ସିଂଘଭି କହିଥିଲେ- ଦେଶରେ ମୋଟ ୮ ଲକ୍ଷ ୱାକଫ ସମ୍ପତ୍ତିରୁ ୪ ଲକ୍ଷ ସମ୍ପତ୍ତିର ଦୀର୍ଘକାଳୀନ ବ୍ୟବହାର କରାଯାଉଛି।
– ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ- ସଂସଦରେ ଦୀର୍ଘ ବିତର୍କ ପରେ ଏହି ବିଲ୍ ଗୃହୀତ ହୋଇଥିଲା।
-ସିଜେଆଇ ସଞ୍ଜୀବ ଖାନ୍ନା କହିଥିଲେ-ୱାକଫ ଅଧୀନରେ ଅଧିକାଂଶ ମସଜିଦ ତ୍ରୟୋଦଶ, ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଛି। ତେଣୁ ଏସବୁ ସମ୍ପତ୍ତିର ନଥି ମିଳିବା ବର୍ତ୍ତମାନ କଷ୍ଟସାଧ୍ୟ।
– ୱାକଫ ଆଇନ ବିରୋଧରେ କଂଗ୍ରେସ, ଆପ, ଡିଏମକେ, ସିପିଆଇ ଓ ଏପରିକି ବିଜେପି ସହଯୋଗୀ ଜେଡିୟୁ ପିଟିସନ ଦାୟର କରିଛନ୍ତି।..
– ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଦିକ୍ରମେ କରୁଛନ୍ତି ୭୩ଟି ପିଟିସନର ଶୁଣାଣି।
-ଏପ୍ରିଲ ୩ରେ ଲୋକସଭାରେ ଓ୍ବାକଫ ସଂଶୋଧନୀ ବିଲ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିଲା । ଏପ୍ରିଲ ୪ରେ ରାଜ୍ୟସଭାରେ ଓ୍ବାକଫ ସଂଶୋଧନ ବିଲ ୧୨୮-୯୫ ଭୋଟରେ ପାସ୍ ହୋଇଥିଲା । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଗତ ଏପ୍ରିଲ ୮ରେ ବିଜ୍ଞପ୍ତି ଜାରି କରିଥିଲେ ସରକାର ।

The post ୱାକଫ ଆଇନ ନେଇ ହରଡ଼ଘଣାରେ କେନ୍ଦ୍ର ସରକାର appeared first on .