ୱାକଫ ସମ୍ପତ୍ତି ପଞ୍ଜୀକରଣ ପାଇଁ ଜୁନ୍ ୬ରେ ପୋର୍ଟାଲ୍ ଲଞ୍ଚ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ୱାକଫ ସମ୍ପତ୍ତିର ଉତ୍ତମ ପରିଚାଳନା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଜୁନ୍ ୬ ତାରିଖରେ 'ଉମୀଦ୍' ପୋର୍ଟାଲ୍ ଲଞ୍ଚ କରିବାକୁ ଯାଉଛନ୍ତି। ସୂଚନା ଆନୁସାରେ, 'ଏକୀକୃତ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ' ପାଇଁ ବ୍ୟବହୃତ ଏହି ପୋର୍ଟାଲ ଦେଶବ୍ୟାପୀ ୱାକଫ ସମ୍ପତ୍ତି ପଞ୍ଜୀକରଣ ପାଇଁ ଏକ କେନ୍ଦ୍ରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯୋଜନା ଅନୁସାରେ, ପୋର୍ଟାଲ୍‌ ଶୁଭାରମ୍ଭ ହେବାର ୬ ମାସ ମଧ୍ୟରେ ସମସ୍ତ ୱାକଫ ସମ୍ପତ୍ତି ଏଥିରେ ପଞ୍ଜିକୃତ ହେବ। ସମ୍ପତ୍ତିର ଲମ୍ବ, ପ୍ରସ୍ଥ ଏବଂ ଜିଓଟ୍ୟାଗ୍ ହୋଇଥିବା ସ୍ଥାନ ସମେତ ବିସ୍ତୃତ ବର୍ଣ୍ଣନା ରହିବା ବାଧ୍ୟତାମୂଳକ ହେବ। ମହିଳାଙ୍କ ନାମରେ ପଞ୍ଜିକୃତ ସମ୍ପତ୍ତି ୱାକଫ ଭାବରେ ଘୋଷିତ ହେବାକୁ ଯୋଗ୍ୟ ହେବ ନାହିଁ। ୱାକଫ ସମ୍ପତ୍ତିର ପ୍ରାଥମିକ ହିତାଧିକାରୀଙ୍କ ମଧ୍ୟରେ ମହିଳା, ପିଲା ଏବଂ ସମାଜର ଆର୍ଥିକ ଦୁର୍ବଳ ବର୍ଗ ଅନ୍ତର୍ଭୁକ୍ତ ହେବେ।ପଢନ୍ତୁ- ପୁଣି ଆମେରିକା ସ୍କାନରରେ ଆଦାନୀ ଗ୍ରୁପ୍: ଏଥର ନୂଆ ଅଭିଯୋଗ ଆଣି ଘେରିବାକୁ ଚେଷ୍ଟାସମ୍ପୃକ୍ତ ରାଜ୍ୟ ଦ୍ୱାରା ୱାକଫ ବୋର୍ଡ ପଞ୍ଜୀକରଣରେ ସହଯୋଗ କରାଯିବ। ବୈଷୟିକ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଯୋଗୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକୃତ ହୋଇନଥିବା ସମ୍ପତ୍ତିଗୁଡ଼ିକୁ ଗୋଟିଏରୁ ଦୁଇ ମାସ ପା

ୱାକଫ ସମ୍ପତ୍ତି ପଞ୍ଜୀକରଣ ପାଇଁ ଜୁନ୍ ୬ରେ ପୋର୍ଟାଲ୍ ଲଞ୍ଚ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀଦେଶରେ ୱାକଫ ସମ୍ପତ୍ତିର ଉତ୍ତମ ପରିଚାଳନା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଜୁନ୍ ୬ ତାରିଖରେ 'ଉମୀଦ୍' ପୋର୍ଟାଲ୍ ଲଞ୍ଚ କରିବାକୁ ଯାଉଛନ୍ତି। ସୂଚନା ଆନୁସାରେ, 'ଏକୀକୃତ ୱାକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ' ପାଇଁ ବ୍ୟବହୃତ ଏହି ପୋର୍ଟାଲ ଦେଶବ୍ୟାପୀ ୱାକଫ ସମ୍ପତ୍ତି ପଞ୍ଜୀକରଣ ପାଇଁ ଏକ କେନ୍ଦ୍ରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

ଯୋଜନା ଅନୁସାରେ, ପୋର୍ଟାଲ୍‌ ଶୁଭାରମ୍ଭ ହେବାର ୬ ମାସ ମଧ୍ୟରେ ସମସ୍ତ ୱାକଫ ସମ୍ପତ୍ତି ଏଥିରେ ପଞ୍ଜିକୃତ ହେବ। ସମ୍ପତ୍ତିର ଲମ୍ବ, ପ୍ରସ୍ଥ ଏବଂ ଜିଓଟ୍ୟାଗ୍ ହୋଇଥିବା ସ୍ଥାନ ସମେତ ବିସ୍ତୃତ ବର୍ଣ୍ଣନା ରହିବା ବାଧ୍ୟତାମୂଳକ ହେବ। ମହିଳାଙ୍କ ନାମରେ ପଞ୍ଜିକୃତ ସମ୍ପତ୍ତି ୱାକଫ ଭାବରେ ଘୋଷିତ ହେବାକୁ ଯୋଗ୍ୟ ହେବ ନାହିଁ। ୱାକଫ ସମ୍ପତ୍ତିର ପ୍ରାଥମିକ ହିତାଧିକାରୀଙ୍କ ମଧ୍ୟରେ ମହିଳା, ପିଲା ଏବଂ ସମାଜର ଆର୍ଥିକ ଦୁର୍ବଳ ବର୍ଗ ଅନ୍ତର୍ଭୁକ୍ତ ହେବେ।

ପଢନ୍ତୁ- ପୁଣି ଆମେରିକା ସ୍କାନରରେ ଆଦାନୀ ଗ୍ରୁପ୍: ଏଥର ନୂଆ ଅଭିଯୋଗ ଆଣି ଘେରିବାକୁ ଚେଷ୍ଟା

ସମ୍ପୃକ୍ତ ରାଜ୍ୟ ଦ୍ୱାରା ୱାକଫ ବୋର୍ଡ ପଞ୍ଜୀକରଣରେ ସହଯୋଗ କରାଯିବ। ବୈଷୟିକ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଯୋଗୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକୃତ ହୋଇନଥିବା ସମ୍ପତ୍ତିଗୁଡ଼ିକୁ ଗୋଟିଏରୁ ଦୁଇ ମାସ ପାଇଁ ବୃଦ୍ଧି କରାଯାଇପାରେ। ତଥାପି, ଅନୁମୋଦିତ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ପଞ୍ଜୀକୃତ ନ ଥିବା ସମ୍ପତ୍ତିଗୁଡ଼ିକୁ ବିବାଦିତ ବୋଲି ବିବେଚନା କରାଯିବ ଏବଂ ସମାଧାନ ପାଇଁ ୱାକଫ ଟ୍ରିବ୍ୟୁନାଲକୁ ପଠାଯିବ। 

ୱାକ୍‌ଫ ବୋର୍ଡରେ ସଂଶୋଧନ ପାଇଁ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଆଣିଥିଲେ କେନ୍ଦ୍ର ସରକାର। ବିରୋଧୀ ଦ୍ୱାରା ଏହାକୁ ସଂସଦରେ ତୀବ୍ର ବିରୋଧ କରାଯାଇଥିଲା। ବହୁ ବିରୋଧ ସତ୍ତ୍ୱେ ଏହି ବିଲ୍  ସଂସଦରେ ଉଭୟ ସଦନରେ ପାସ୍ ହୋଇଥିଲା। ଏହାପରେ ଏପ୍ରିଲ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅନୁମୋଦନ ପାଇଥିଲା।

ୱାକଫ୍ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ବିଚାରାଧୀନ ରହିଛି। କେନ୍ଦ୍ର ସରକାର ଏହି ଆବେଦନଗୁଡ଼ିକୁ ଖାରଜ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି, କାରଣ ଏହି ଆଇନ ସାମ୍ବିଧାନିକ ଗ୍ୟାରେଣ୍ଟି ଉଲ୍ଲଂଘନ କରେ ନାହିଁ ବୋଲି ସରକାର ତର୍କ ଦେଇଛନ୍ତି।