ୱାକଫ୍ ବିଲକୁ କଡା ବିରୋଧ ; ରାଜଭବନ  ଆଗରେ ବିଜେଡିର ଧାରଣା

କନକ ବ୍ୟୁରୋ: ୱାକଫ ବିଲକୁ ବିରୋଧ କରି ବିଜେଡିର ପ୍ରତିବାଦ । ଏମଏଲଏ କଲୋନୀ ଠାରୁ ବିକ୍ଷୋଭ ଆରମ୍ଭ କରି ରାଜଭବନ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ ପ୍ରଦାନ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ପାର୍ଲାମେଣ୍ଟରେ ବିଜେଡି ବିରୋଧ କରିବ ବୋଲି କଡା ଚେତାବନୀ ଦେଇଛି। ଜାଣିଶୁଣି କେନ୍ଦ୍ର ସରକାର ବିଲ ଆଣିବାକୁ ଚେଷ୍ଟା କରୁଛନ୍ତି। ୱାକଫର ସମ୍ପତ୍ତି ଆମ ମୁସଲିମ ଧର୍ମର ସମ୍ପତ୍ତି। ତାକୁ ହାତେଇ ନେଇ ବଡ଼ ବଡ଼ କମ୍ପାନୀ ମାନଙ୍କୁ ଟେକିଦେବେ ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ। ଅନ୍ୟପଟେ ୱାକଫ୍ ଆଇନ ସଂଶୋଧନକୁ ବିଜେଡିର ବିରୋଧ ପରେ ପ୍ରତିକ୍ରିୟା ରଖିଛି ବିଜେପି ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିରୋଧ କରିବା ନାଁରେ କିଛି ଲୋକ ବିରୋଧ କରୁଛନ୍ତି। ଜଷ୍ଟିସ ଟୁ ଅଲ୍, କେହି ଅନ୍ୟାୟର ଶିକାର ହେବେନି। ବାଜପେୟୀ ଓ ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ନୀତିରେ ବିଜେପି ସରକାର ଚାଲିଛି। କାହାକୁ ତୁଷ୍ଟିକରଣ ନକରି ସମସ୍ତଙ୍କୁ ନ୍ୟାୟ ଦେବା ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି । ଦେଶ ପାଇଁ ଯାହା ଆବଶ୍ୟକତା ତାହା କରାଯାଉଛି । ୱାକାଫ ଆଇନ ସଂଶୋଧନ ଦେଶ ପାଇଁ ଆବଶ୍ୟକ । ଏହାକୁ ନେଇ ଚର୍ଚ୍ଚା, ଆଲୋଚନା ଆବଶ୍ୟକ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି।

ୱାକଫ୍ ବିଲକୁ କଡା ବିରୋଧ ; ରାଜଭବନ  ଆଗରେ ବିଜେଡିର ଧାରଣା

କନକ ବ୍ୟୁରୋ: ୱାକଫ ବିଲକୁ ବିରୋଧ କରି ବିଜେଡିର ପ୍ରତିବାଦ । ଏମଏଲଏ କଲୋନୀ ଠାରୁ ବିକ୍ଷୋଭ ଆରମ୍ଭ କରି ରାଜଭବନ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମେମୋରେଣ୍ଡମ ପ୍ରଦାନ କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ପାର୍ଲାମେଣ୍ଟରେ ବିଜେଡି ବିରୋଧ କରିବ ବୋଲି କଡା ଚେତାବନୀ ଦେଇଛି। ଜାଣିଶୁଣି କେନ୍ଦ୍ର ସରକାର ବିଲ ଆଣିବାକୁ ଚେଷ୍ଟା କରୁଛନ୍ତି। ୱାକଫର ସମ୍ପତ୍ତି ଆମ ମୁସଲିମ ଧର୍ମର ସମ୍ପତ୍ତି। ତାକୁ ହାତେଇ ନେଇ ବଡ଼ ବଡ଼ କମ୍ପାନୀ ମାନଙ୍କୁ ଟେକିଦେବେ ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ।

ଅନ୍ୟପଟେ ୱାକଫ୍ ଆଇନ ସଂଶୋଧନକୁ ବିଜେଡିର ବିରୋଧ ପରେ ପ୍ରତିକ୍ରିୟା ରଖିଛି ବିଜେପି ।  ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିରୋଧ କରିବା ନାଁରେ କିଛି ଲୋକ ବିରୋଧ କରୁଛନ୍ତି। ଜଷ୍ଟିସ ଟୁ ଅଲ୍, କେହି ଅନ୍ୟାୟର ଶିକାର ହେବେନି। ବାଜପେୟୀ ଓ ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ ନୀତିରେ ବିଜେପି ସରକାର ଚାଲିଛି। କାହାକୁ ତୁଷ୍ଟିକରଣ ନକରି ସମସ୍ତଙ୍କୁ ନ୍ୟାୟ ଦେବା ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି । ଦେଶ ପାଇଁ ଯାହା ଆବଶ୍ୟକତା ତାହା କରାଯାଉଛି । ୱାକାଫ ଆଇନ ସଂଶୋଧନ ଦେଶ ପାଇଁ ଆବଶ୍ୟକ । ଏହାକୁ ନେଇ ଚର୍ଚ୍ଚା, ଆଲୋଚନା ଆବଶ୍ୟକ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି।