ୱାଗନ ଛାଡ଼ି ଚାଲିଗଲା ରେଳଇଞ୍ଜିନ
ସମ୍ବଲପୁର: ସମ୍ବଲପୁର ଜଙ୍କସନ ରେଳଷ୍ଟେସନରୁ ମାତ୍ର ୧ କିମି ଦୂର ଫାଟକରେ ଗୁରୁବାର ଅପରାହ୍ଣ ୫ଟାରେ ୱାଗନ ଛାଡି ରେଳଇଞ୍ଜିନ ଚାଲି ଯାଇଥିଲା। ଝାରସୁଗୁଡ଼ା ପଟୁ ଆସୁଥିବା ଉକ୍ତ କୋଇଲା ବୋଝେଇ ମାଲଗାଡିକୁ ଟାଣିବା ପାଇଁ ସମ୍ମୁଖରେ ୨ଟି ଏବଂ ପଛରେ ୨ଟି ଇଞ୍ଜିନ ଲାଗିଥିଲା। ଟ୍ରେନଟି ଫାଟକ ଅତିକ୍ରମ କରୁଥିବା ସମୟରେ ଅଚାନକ ମଝିରୁ ଗାଡିଟି ଅଲଗା ହୋଇଯାଇ ୨୦୦ ମିଟର ପର୍ଯ୍ୟନ୍ତ ସମ୍ମୁଖଭାଗର ୨ ଇଞ୍ଜିନ ଓ କିଛି ୱାଗନ ଚାଲି ଯାଇଥିଲା ା […]

ସମ୍ବଲପୁର: ସମ୍ବଲପୁର ଜଙ୍କସନ ରେଳଷ୍ଟେସନରୁ ମାତ୍ର ୧ କିମି ଦୂର ଫାଟକରେ ଗୁରୁବାର ଅପରାହ୍ଣ ୫ଟାରେ ୱାଗନ ଛାଡି ରେଳଇଞ୍ଜିନ ଚାଲି ଯାଇଥିଲା। ଝାରସୁଗୁଡ଼ା ପଟୁ ଆସୁଥିବା ଉକ୍ତ କୋଇଲା ବୋଝେଇ ମାଲଗାଡିକୁ ଟାଣିବା ପାଇଁ ସମ୍ମୁଖରେ ୨ଟି ଏବଂ ପଛରେ ୨ଟି ଇଞ୍ଜିନ ଲାଗିଥିଲା। ଟ୍ରେନଟି ଫାଟକ ଅତିକ୍ରମ କରୁଥିବା ସମୟରେ ଅଚାନକ ମଝିରୁ ଗାଡିଟି ଅଲଗା ହୋଇଯାଇ ୨୦୦ ମିଟର ପର୍ଯ୍ୟନ୍ତ ସମ୍ମୁଖଭାଗର ୨ ଇଞ୍ଜିନ ଓ କିଛି ୱାଗନ ଚାଲି ଯାଇଥିଲା ା ତେବେ ଗାର୍ଡ ଟ୍ରେନଟି ୨ ଭାଗରେ ବିଭକ୍ତ ହୋଇଥିବା ଜାଣିପାରି ତୁରନ୍ତ ଆଗରେ ଯାଉଥିବା ଗାଡିକୁ ଅଟକାଇ ନିୟନ୍ତ୍ରଣ କକ୍ଷକୁ ଖବର ଦେଇଥିଲେ।
ତୁରନ୍ତ ଟେକ୍ନିକାଲ ଦଳ ଘଟଣାସ୍ଥଳରେ ପହଞ୍ଚି ୱାଗନ ଗୁଡିକୁ ଯୋଡିବାପରେ ପୁଣି ଟ୍ରେନ ଆଗକୁ ବଢ଼଼ିଥିଲା। ଫଳରେ ଉକ୍ତ ରୁଟ୍ରେ ୩୦ ମିନିଟ୍ ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ରେଳ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦାୟିତ୍ୱହୀନତାକୁ ସବୁ ମହଲରେ ନିନ୍ଦା କରାଯାଇଛି।