ୱାୟନାଡ଼ ଭୂସ୍ଖଳନ ପରେ ୪୫ଟି ରିଲିଫ୍ ଶିବିରରେ ଅଛନ୍ତି ୩୦୬୯ ଜଣ
ୱାୟନାଡ଼: ୱାୟନାଡ଼ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ପରେ ୩୦୬୯ ଜଣ ଲୋକଙ୍କୁ ୪୫ଟି ରିଲିଫ୍ ଶିବିରକୁ ପଠାଯାଇଛି। ଛୁଟିରେ ଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଫେରିଆସି ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତିରୁଅନନ୍ତପୁରମ ପୁଲିସ ମୁଖ୍ୟାଳୟରେ ଦୁଇଟି ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସମନ୍ବୟ ରଖିବା ଏବଂ ଖୋଜିବା କାର୍ଯ୍ୟରେ ସାମିଲ ବ୍ୟକ୍ତିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାଲାଗି ଏହି କେନ୍ଦ୍ର କାର୍ଯ୍ୟ କରୁଛି। ମୃତକଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚିହ୍ନଟ […]

ୱାୟନାଡ଼: ୱାୟନାଡ଼ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ପରେ ୩୦୬୯ ଜଣ ଲୋକଙ୍କୁ ୪୫ଟି ରିଲିଫ୍ ଶିବିରକୁ ପଠାଯାଇଛି। ଛୁଟିରେ ଥିବା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଫେରିଆସି ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତିରୁଅନନ୍ତପୁରମ ପୁଲିସ ମୁଖ୍ୟାଳୟରେ ଦୁଇଟି ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସମନ୍ବୟ ରଖିବା ଏବଂ ଖୋଜିବା କାର୍ଯ୍ୟରେ ସାମିଲ ବ୍ୟକ୍ତିମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାଲାଗି ଏହି କେନ୍ଦ୍ର କାର୍ଯ୍ୟ କରୁଛି। ମୃତକଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୮ ଜଣଙ୍କ ମୃତଦେହକୁ ସେମାନଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାର ସ୍ଥାନୀୟ ଶାସନ ବିଭାଗର ପ୍ରମୁଖ ନିର୍ଦ୍ଦେଶକ ସିରାମ ଶାମ୍ବାଶିବରାଓଙ୍କୁ ସ୍ବତନ୍ତ୍ର ଅଧିକାରୀଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ପୂର୍ବରୁ ସେ ୱାୟନାଡ଼ର ଉପଜିଲ୍ଲାପାଳ ଏବଂ କୋଝିକୋଡ଼ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବାରୁ ସେହି ଅଞ୍ଚଳର ଭୂମି ଗଠନ ସଂପର୍କରେ ଜ୍ଞାନ ରଖିଛନ୍ତି। ତେଣୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଅଧିକ ସହାୟତା ମିଳିପାରିବ ବୋଲି କୁହାଯାଉଛି।