ୱେବ କାଷ୍ଟିଙ୍ଗରୁ ଧରାପଡି ପୋଲିଂ ଅଫିସର ନିଲମ୍ବିତ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ):ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେସିଙ୍ଗା ବ୍ଲକର ତୁର୍ଲାଖମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିୟୋଜିତ ହୋଇ ଥିବା ଚତୁର୍ଥ ପୁଲିଙ୍ଗ ଅଫିସର ତଥା ଧର୍ମଗଡ଼ ଅତିରିକ୍ତ ଉପ ରେଜିଷ୍ଟ୍ରେସନ ଅଧିକାରୀ ତେଜନଶୁ ସାହା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ କାଷ୍ଟିଙ୍ଗରୁ ଧରାପଡି ନିଲମ୍ବିତ ହୋଇଛନ୍ତି। ଏହାପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁରର ୨୭ ଏବଂ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ […] The post ୱେବ କାଷ୍ଟିଙ୍ଗରୁ ଧରାପଡି ପୋଲିଂ ଅଫିସର ନିଲମ୍ବିତ appeared first on Dharitri Odia News.

ୱେବ କାଷ୍ଟିଙ୍ଗରୁ ଧରାପଡି ପୋଲିଂ ଅଫିସର ନିଲମ୍ବିତ

କେସିଙ୍ଗା,୧୩।୫(ତୁମେଶ୍ୱର ସାହୁ):ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କେସିଙ୍ଗା ବ୍ଲକର ତୁର୍ଲାଖମନ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିୟୋଜିତ ହୋଇ ଥିବା ଚତୁର୍ଥ ପୁଲିଙ୍ଗ ଅଫିସର ତଥା ଧର୍ମଗଡ଼ ଅତିରିକ୍ତ ଉପ ରେଜିଷ୍ଟ୍ରେସନ ଅଧିକାରୀ ତେଜନଶୁ ସାହା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ କାଷ୍ଟିଙ୍ଗରୁ ଧରାପଡି ନିଲମ୍ବିତ ହୋଇଛନ୍ତି।
ଏହାପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁରର ୨୭ ଏବଂ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ସସ୍‌ପେଣ୍ଡ ସହ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ତାଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲାପାଳକୁ କୁହାଯାଇଛି। ଡ୍ୟୁଟିରେ ଗୁରୁତର ତ୍ରୁଟି ଯୋଗୁ ଏହି ନିଷ୍ବତ୍ତି ନିଆଯାଇଥିବା ଜଣାପଡିଛି। ଏହାସହ ଗୋପାଳପୁରର ୧୯୩ ବୁ୍‌ଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି।

The post ୱେବ କାଷ୍ଟିଙ୍ଗରୁ ଧରାପଡି ପୋଲିଂ ଅଫିସର ନିଲମ୍ବିତ appeared first on Dharitri Odia News.