ଆଇଆଇଟିଏଫ୍ରେ ଏଲ୍ଆଇସିର ଆକର୍ଷଣୀୟ ଷ୍ଟଲ୍
ନୂଆଦିଲ୍ଲୀ,୧୮।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ୪୩ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର (ଆଇଆଇଟିଏଫ୍) ରେ ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ (ଏଲ୍ଆଇସି ଇଣ୍ଡିଆ ବା ଏଲ୍ଆଇସି) ର ଆକର୍ଷଣୀୟ ଷ୍ଟଲ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏଲ୍ଆଇସି ଇଣ୍ଡିଆର ଇଡି (ସିସି) ଆଦିତ୍ୟ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ […] The post ଆଇଆଇଟିଏଫ୍ରେ ଏଲ୍ଆଇସିର ଆକର୍ଷଣୀୟ ଷ୍ଟଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ୪୩ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର (ଆଇଆଇଟିଏଫ୍) ରେ ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ (ଏଲ୍ଆଇସି ଇଣ୍ଡିଆ ବା ଏଲ୍ଆଇସି) ର ଆକର୍ଷଣୀୟ ଷ୍ଟଲ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏଲ୍ଆଇସି ଇଣ୍ଡିଆର ଇଡି (ସିସି) ଆଦିତ୍ୟ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଲ୍ଆଇସି ଇଣ୍ଡିଆର ନର୍ଦର୍ନ ଜୋନ ଜେଡଏମ ପି. ଏସ୍. ବଜାଜଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୧୪ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାକୁ ଲକ୍ଷାଧିକ ଲୋକ ଓ ଅନେକ ଏଲଆଇସି ହିତାଧିକାରୀ ମଧ୍ୟ ଆସିବାକୁ ଥିବାବେଳେ ନିଗମର ସେବା, ସୁବିଧା ଓ ନୂତନ ଉତ୍ପାଦ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ ସହ ଅବଗତ କରାଇବା ପାଇଁ ଏହି ଷ୍ଟଲ କରାଯାଇଥିବା ନିଗମ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।ସେହିଭଳି ନିଗମର ୬୮ତମ ପୂର୍ତ୍ତି ଉତ୍ସବ ଅବସରରେ ଅନେକ ପ୍ରକାର ଯୋଜନା ଓ ସୁବିଧା ସାଙ୍ଗକୁ ନୂଆ ନିଯୁକ୍ତି ଓ ଏଜେଣ୍ଟ ଭଳି ମହତ୍ତ୍ୱପୂର୍ଣ୍ଣ ସୁବିଧାର ଲାଭ ଆଶାୟୀ ବ୍ୟକ୍ତିବିଶେଷମାନେ ଉଠାଇପାରିବେ।
The post ଆଇଆଇଟିଏଫ୍ରେ ଏଲ୍ଆଇସିର ଆକର୍ଷଣୀୟ ଷ୍ଟଲ୍ appeared first on Dharitri Odia News.