ନାଲକୋ ଛକରେ କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ
ବାରଙ୍ଗ,୨୨।୨: ପୁଣି ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦୁଇଟି ପିସିଆର ସହ ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନାଲକୋ ଛକରେ କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି। ପ୍ରେସ […] The post ନାଲକୋ ଛକରେ କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ appeared first on Dharitri Odia News.
ବାରଙ୍ଗ,୨୨।୨: ପୁଣି ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦୁଇଟି ପିସିଆର ସହ ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନାଲକୋ ଛକରେ କାର୍ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି। ପ୍ରେସ ଛକ ପଟୁ ଗୋଟିଏ ମାରୁତି ସେଲେରିଓ ଦ୍ରୁତ ଗତିରେ ଆସୁଥିବାବେଳେ ଜୟଦେବ ବିହାରରୁ ପ୍ରେସ ଛକ ଯାଉଥିବା ଟ୍ରାକ୍ଟର ସହିତ ଜୋରଦାର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ନାଲକୋ ଛକ ଟ୍ରାଫିକ ପୋଷ୍ଟ ଭାଙ୍ଗିଥିବାବେଳେ ତିନିଜଣ ବ୍ୟକ୍ତି ଗୁରୁୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳି ନ ଥିବାବେଳେ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ଦୁଇଟି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛିି।
The post ନାଲକୋ ଛକରେ କାର୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ appeared first on Dharitri Odia News.