ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍‌ସ

ଓ୍ବାଶିଂଟନ,୩ା୮: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ହାରିସ୍‌ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଛି। ୫ ଦିନ ଧରି ଚାଲିଥିବା ଇଲେକ୍ଟ୍ରୋନିକ୍‌ ମତଦାନ ପ୍ରକ୍ରିୟାରେ ପ୍ରାୟ ୪ ହଜାର ଡେମୋକ୍ରାଟିକ୍‌ କନ୍‌ଭେନ୍‌ଶନ ପ୍ରତିନିଧି ଭୋଟ ଦେଇଥିବାବେଳେ ହାରିସ୍‌ ଜଣେମାତ୍ର ପ୍ରାର୍ଥୀ ଥିଲେ। ସେ ନିର୍ବିରୋଧ ଭାବେ ଶାସକ ଦଳରୁ ପ୍ରାର୍ଥୀ […] The post ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍‌ସ appeared first on Dharitri Odia News.

ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍‌ସ

ଓ୍ବାଶିଂଟନ,୩ା୮: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏଥିସହ ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ହାରିସ୍‌ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ପଷ୍ଟ ହୋଇଛି। ୫ ଦିନ ଧରି ଚାଲିଥିବା ଇଲେକ୍ଟ୍ରୋନିକ୍‌ ମତଦାନ ପ୍ରକ୍ରିୟାରେ ପ୍ରାୟ ୪ ହଜାର ଡେମୋକ୍ରାଟିକ୍‌ କନ୍‌ଭେନ୍‌ଶନ ପ୍ରତିନିଧି ଭୋଟ ଦେଇଥିବାବେଳେ ହାରିସ୍‌ ଜଣେମାତ୍ର ପ୍ରାର୍ଥୀ ଥିଲେ। ସେ ନିର୍ବିରୋଧ ଭାବେ ଶାସକ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଶିକାଗୋରେ ଚଳିତ ମାସରେ ହେବାକୁ ଥିବା ଏକ କନ୍‌ଭେନଶନରେ ତାଙ୍କ ପ୍ରାର୍ଥତ୍ତ୍ୱ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଏନେଇ ୫୯ ବର୍ଷୀୟା ହାରିସ୍‌ ଖୁସିବ୍ୟକ୍ତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି। ପ୍ରକାଶ ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଶାରୀରିକ ଅକ୍ଷମତା ଓ ମତିଭ୍ରମ ପାଇଁ ଜୁଲାଇ ୨୧ରେ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱରୁ ଓହରିଯାଇଥିଲେ। ଏଥିସହ ସେ ହାରିସ୍‌ଙ୍କୁ ସିମର୍ଥନ ଜଣାଇଥିଲେ।

The post ହାରିସ୍‌ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲେ ଡେମୋକ୍ରାଟ୍‌ସ appeared first on Dharitri Odia News.