ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ ମାଆ ପାଲି (୬୦) ଓ ବାପା ଗୁରା ମୁଣ୍ଡା (୬୫) ବୋଲି ଜଣାପଡିଛି। ପୋଲିସ ହତ୍ୟା ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡା (୩୫)ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।   ଆଜି ସକାଳେ […] The post ମା-ବାପାଙ୍କ ଜୀବନ ନେଲେ ପୁଅ appeared first on Dharitri Odia News.

ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ ମାଆ ପାଲି (୬୦) ଓ ବାପା ଗୁରା ମୁଣ୍ଡା (୬୫) ବୋଲି ଜଣାପଡିଛି। ପୋଲିସ ହତ୍ୟା ଅଭିଯୁକ୍ତ ପୁଅ ଧ୍ୟାନ ମୁଣ୍ଡା (୩୫)ଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

 

ଆଜି ସକାଳେ ଘରୋଇ କନ୍ଦଳକୁ ନେଇ ପୁଅ ଉତ୍ତ୍ୟକ୍ତ ହୋଇ ଏକ କାଠ ବୋଝ ବାପା ଉପରେ କଚାଡ଼ି ଦେଲେ। ସେହିପରି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ବେଳେ ଉଦ୍ଧାର କରିବାକୁ ଆସିଥିବା ମା’କୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମା’ଙ୍କୁ ପ୍ରଥମେ ଚମ୍ପୁଆ ମେଡ଼ିକାଲ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।

The post ମା-ବାପାଙ୍କ ଜୀବନ ନେଲେ ପୁଅ appeared first on Dharitri Odia News.