‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୬।୫: ଭୁପେଶ ବାଘେଲଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ରାହୁଲ ରାଗ ଛାଡିଛନ୍ତି। ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଦିଗବିଜୟ ସିଂ ଭୁପେଶ ବାଘେଲଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି।ସେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏହା ଆମର ମନର ଭାବନା। କଂଗ୍ରେସ ନେତା କହିଛନ୍ତି ଯେ ଭୁପେଶ ବାଘେଲ ଯାହା […] The post ‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ appeared first on Dharitri Odia News.

‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ

ନୂଆଦିଲ୍ଲୀ,୧୬।୫: ଭୁପେଶ ବାଘେଲଙ୍କ ପରେ ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ରାହୁଲ ରାଗ ଛାଡିଛନ୍ତି। ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପାଇଁ ଦିଗବିଜୟ ସିଂ ଭୁପେଶ ବାଘେଲଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି।ସେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏହା ଆମର ମନର ଭାବନା।

କଂଗ୍ରେସ ନେତା କହିଛନ୍ତି ଯେ ଭୁପେଶ ବାଘେଲ ଯାହା କହିଛନ୍ତି ତାହା ମଧ୍ୟ ମୋର ଅନ୍ତର୍ନିହିତ ଅନୁଭବ। ରାହୁଲ ଗାନ୍ଧୀଙ୍କ ବିଷୟରେ ଆମର ଭାବନା ପ୍ରକାଶ କରିବାକୁ ଆମର ସମସ୍ତ ଅଧିକାର ଅଛି।
ସେ କହିଛନ୍ତି ଯେ ଏହି ଦେଶର ଅନ୍ୟ କୌଣସି ନେତା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ପରି କଠିନ ପରିଶ୍ରମ କରିନାହାଁନ୍ତି। ସେ ନିରନ୍ତର ଗରିବଙ୍କ ଯୁଦ୍ଧରେ ଲଢୁଛନ୍ତି। ଘୃଣାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ଦିଗବିଜୟ ସିଂ କହିଛନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମ୍ୟାଟେରିୟାଲ।
ତେବେ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ କଂଗ୍ରେସ ନେତାଙ୍କ ନିବେଦନ ଉପରେ ବିରୋଧୀ ଦଳର ନେତାମାନେ ନିରବ ରହିଲେ ସେତେବେଳେ ଦିଗବିଜୟ ସିଂ କହିଛନ୍ତି ଯେ କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀଙ୍କୁ ସେମାନଙ୍କ ନେତା ଭାବରେ ଗ୍ରହଣ କରିଛନ୍ତି। ଆମେ କଂଗ୍ରେସ ପାର୍ଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନାମ ଆଗକୁ ବଢାଉଛୁ।
ସେ କହିଛନ୍ତି ଯେ ସରକାର ଗଠନ ହେଲେ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ କେବଳ ମିଳିତ ମଞ୍ଚର ନେତାମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସରକାର ଗଠନ ପରେ ହିଁ ଏ ବାବଦରେ ନିଷ୍ପତ୍ତି ନିଆଯିବ।

The post ‘ଇଣ୍ଡିଆ’ ମେଣ୍ଟ ସରକାର ଗଢିଲେ କିଏ ହେବେ ପ୍ରଧାନମନ୍ତ୍ରୀ? ମନର କଥା କହିଲେ ଦିଗବିଜୟ appeared first on Dharitri Odia News.