ୟୁପି ପରେ ହିମାଚଳ: ବୋର୍ଡରେ ରହିବ ହୋଟେଲ ମାଲିକଙ୍କ ନାଁ
ଶିମ୍ଲା, ୨୬।୯: ହିମାଚଳ ପ୍ରଦେଶର ସମସ୍ତ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ମାଲିକଙ୍କ ନାମ ଓ ଠିକଣାକୁ ଭଲ ଭାବେ ପ୍ରଦର୍ଶନ କରିବାକୁ ପଡ଼ିବ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ରାଜ୍ୟ ସହରୀ ବିକାଶ ଏବଂ ମ୍ୟୁନିସିପାଲିଟି କର୍ପୋରେଶନର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ହିମାଚଳ ପ୍ରଦେଶର ସହରୀ ବିକାଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ବୁଧବାର ଏକ୍ସ’ରେ ସୂଚନା ଦେଇଛନ୍ତି। ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଓ ହୋଟେଲଗୁଡ଼ିକରେ ଯେପରି ଗ୍ରାହକ ସ୍ବଚ୍ଛ ଖାଦ୍ୟ ଖାଇବେ, ତାହା ସୁନିଶ୍ଚିତ କରିବାକୁ […] The post ୟୁପି ପରେ ହିମାଚଳ: ବୋର୍ଡରେ ରହିବ ହୋଟେଲ ମାଲିକଙ୍କ ନାଁ appeared first on Dharitri Odia News.
ଶିମ୍ଲା, ୨୬।୯: ହିମାଚଳ ପ୍ରଦେଶର ସମସ୍ତ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ମାଲିକଙ୍କ ନାମ ଓ ଠିକଣାକୁ ଭଲ ଭାବେ ପ୍ରଦର୍ଶନ କରିବାକୁ ପଡ଼ିବ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ରାଜ୍ୟ ସହରୀ ବିକାଶ ଏବଂ ମ୍ୟୁନିସିପାଲିଟି କର୍ପୋରେଶନର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ହିମାଚଳ ପ୍ରଦେଶର ସହରୀ ବିକାଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ବୁଧବାର ଏକ୍ସ’ରେ ସୂଚନା ଦେଇଛନ୍ତି। ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଓ ହୋଟେଲଗୁଡ଼ିକରେ ଯେପରି ଗ୍ରାହକ ସ୍ବଚ୍ଛ ଖାଦ୍ୟ ଖାଇବେ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିକ୍ରମାଦିତ୍ୟ କହିଛନ୍ତି। ବିଭିନ୍ନ ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ଭୋଜନର ଉପଲବ୍ଧତାକୁ ନେଇ ଲୋକଙ୍କ ମନରେ ରହୁଥିବା ଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିୟମକୁ କାର୍ଯ୍ୟକାରୀ କରିବେ। ଉତ୍ତରପ୍ରଦେଶ ପରି ହିମାଚଳ ପ୍ରଦେଶରେ ମଧ୍ୟ ଉକ୍ତ ନିୟମ କଡ଼ାକଡ଼ି ଭାବରେ ଲାଗୁ କରାଯିବ। ସେହିପରି ହିମାଚଳ ସରକାରଙ୍କ ପକ୍ଷରୁ ରାସ୍ତାରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କୁ ସ୍ବତନ୍ତ୍ର ଆଇଡି ପ୍ରଦାନ କରାଯିବ। ଯଦି ଦୋକାନରେ ମିଳୁଥିବା ଭୋଜନକୁ ନେଇ କୌଣସି ଗ୍ରାହକ ଅସନ୍ତୋଷ ପ୍ରକାଶ କରନ୍ତି, ତେବେ ଉକ୍ତ ସ୍ବତନ୍ତ୍ର ଆଇଡି ଜରିଆରେ ଅଭିଯୋଗ କରିହେବ ବୋଲି ବିକ୍ରମାଦିତ୍ୟ କହିଛନ୍ତି।
The post ୟୁପି ପରେ ହିମାଚଳ: ବୋର୍ଡରେ ରହିବ ହୋଟେଲ ମାଲିକଙ୍କ ନାଁ appeared first on Dharitri Odia News.