ହୁ ହୁ ହୋଇ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ପୋଡ଼ି ପାଉଁଶ
ସାଲେପୁର,୨୪।୧୦(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ମାଛୁଆତିଠାରେ ଥିବା ଗହଣା ଦୋକାନ ଶ୍ରୀରାମ ଜୁଏଲାରୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଯୋଗୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୋକାନରେ ଥିବା ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଅଳଙ୍କାରମାନ ପୋଡି ହୋଇ ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ଖବର ପାଇ ସାଲେପୁର ଦମକଳ ବିଭାଗ ପହଞ୍ଚିବା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ବିଦ୍ୟୁତ ସର୍ଟସର୍କିଟ […] The post ହୁ ହୁ ହୋଇ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ପୋଡ଼ି ପାଉଁଶ appeared first on Dharitri Odia News.
ସାଲେପୁର,୨୪।୧୦(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ମାଛୁଆତିଠାରେ ଥିବା ଗହଣା ଦୋକାନ ଶ୍ରୀରାମ ଜୁଏଲାରୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଯୋଗୁ ଦୋକାନଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ଦୋକାନରେ ଥିବା ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାରୂପା ଅଳଙ୍କାରମାନ ପୋଡି ହୋଇ ନଷ୍ଟ ହୋଇଥିବା ଜଣାପଡ଼ିଛି।
ତେବେ ଖବର ପାଇ ସାଲେପୁର ଦମକଳ ବିଭାଗ ପହଞ୍ଚିବା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଦୋକାନଟି ମାହାଙ୍ଗା ଅଞ୍ଚଳର ସୁକାନ୍ତ ସାହୁଙ୍କର ହୋଇଥିବା ବେଳେ ସେ ଏହି ଦୁର୍ଘଟଣାକୁ ନେଇ ଭାଙ୍ଗି ପଡ଼ିଛନ୍ତି।
The post ହୁ ହୁ ହୋଇ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ପୋଡ଼ି ପାଉଁଶ appeared first on Dharitri Odia News.