ପାକିସ୍ତାନକୁ ସମର୍ଥନ ଘୋଷଣା କଲା ଚାଇନା, ଭାରତକୁ ନେଇ କହିଦେଲା ବଡ଼କଥା!

ବେଜିଂ/ଇସଲାମାବାଦ, ୧୦।୫: ଚାଇନା ତା’ର ନିକଟତମ ବନ୍ଧୁ ପାକିସ୍ତାନକୁ ସମର୍ଥନ ଜାରି ରଖିବାକୁ ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇୟୀ ଶନିବାର କହିଛନ୍ତି ଯେ, ଚାଇନା ପାକିସ୍ତାନର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସ୍ବାଧୀନତା ରକ୍ଷା କରିବାରେ ସବୁବେଳେ ତା’ର ପକ୍ଷରେ ରହିବ। ଏହି ବୟାନ ଏକ ସମୟରେ ଆସିଛି ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଛି। ନିକଟରେ ଭାରତ ଓ ପାକିସ୍ତାନ କଶ୍ମୀରରେ ଚାଲିଥିବା ସଂଘର୍ଷ ବନ୍ଦ […] The post ପାକିସ୍ତାନକୁ ସମର୍ଥନ ଘୋଷଣା କଲା ଚାଇନା, ଭାରତକୁ ନେଇ କହିଦେଲା ବଡ଼କଥା! appeared first on Dharitri Odia News.

ପାକିସ୍ତାନକୁ ସମର୍ଥନ ଘୋଷଣା କଲା ଚାଇନା, ଭାରତକୁ ନେଇ କହିଦେଲା ବଡ଼କଥା!

ବେଜିଂ/ଇସଲାମାବାଦ, ୧୦।୫: ଚାଇନା ତା’ର ନିକଟତମ ବନ୍ଧୁ ପାକିସ୍ତାନକୁ ସମର୍ଥନ ଜାରି ରଖିବାକୁ ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇୟୀ ଶନିବାର କହିଛନ୍ତି ଯେ, ଚାଇନା ପାକିସ୍ତାନର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଏବଂ ଜାତୀୟ ସ୍ବାଧୀନତା ରକ୍ଷା କରିବାରେ ସବୁବେଳେ ତା’ର ପକ୍ଷରେ ରହିବ। ଏହି ବୟାନ ଏକ ସମୟରେ ଆସିଛି ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଘଂନ ହୋଇଛି।

ନିକଟରେ ଭାରତ ଓ ପାକିସ୍ତାନ କଶ୍ମୀରରେ ଚାଲିଥିବା ସଂଘର୍ଷ ବନ୍ଦ କରିବାକୁ ଏକ ଯୁଦ୍ଧବିରତି ଚୁକ୍ତିରେ ସହମତ ହୋଇଥିଲେ। ହେଲେ କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି। ତେବେ ଏହି ସମୟରେ ଚାଇନାର ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଚାଇନା ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟର ରାଜନୈତିକ ଓ ସାମରିକ ସମ୍ପର୍କ ରହିଆସିଛି। ଚାଇନା ପାକିସ୍ତାନକୁ ଉନ୍ନତ ସାମରିକ ସାମଗ୍ରୀ ଯୋଗାଇ ଦେଉଛି।

ତେବେ ଚାଇନା କହିଛି ଯେ ଏହା ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ଏକ ନିର୍ଣ୍ଣାୟତ୍ମକ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଉଭୟ ଦେଶର ମୌଳିକ ସ୍ବାର୍ଥରେ ରହିଛି ଏବଂ ଏହା ଆନ୍ତର୍ଜାତୀୟ ସମୁଦାୟର ଆଶା ସହ ସଙ୍ଗତି ରଖେ।

The post ପାକିସ୍ତାନକୁ ସମର୍ଥନ ଘୋଷଣା କଲା ଚାଇନା, ଭାରତକୁ ନେଇ କହିଦେଲା ବଡ଼କଥା! appeared first on Dharitri Odia News.