ବହୁଳ ବ୍ୟବହୃତ ସାମଗ୍ରୀ ଉପରେ ହ୍ରାସ ହୋଇପାରେ ଜିଏସ୍‌ଟି

ନୂଆଦିଲ୍ଲୀ: ମହଙ୍ଗା ମାର୍କେଟ୍ ହେବା ପରେ ଲୋକେ ମୋଦୀ ସରକାରରେ  ପ୍ରମାଦ ଗଣିଲେଣି। ସବୁଥିରେ ଉଚ୍ଚା ଟ୍ୟାକ୍ସ ମାର୍କେଟ୍‌କୁ ଉଚ୍ଚାରେ ପହଞ୍ଚାଇ ଦେଇଛି। ହେଲେ ଏବେ ଜିଏସ୍‌ଟିକୁ ଯୁକ୍ତିଯୁକ୍ତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ଚିନ୍ତା କରୁଛନ୍ତି। ଏନେଇ ରାଜ୍ୟ ଅର୍ଥମନ୍ତ୍ରୀ ସ୍ତରୀୟ ବୈଠକ ହୋଇଛି। ଏଥିରେ ବହୁଳ ବ୍ୟବହୃତ ସାମଗ୍ରୀ ଯଥା ଔଷଧ ଓ ଟ୍ରାକ୍ଟର ଆଦି ଉପରେ ୫ ପ୍ରତିଶତ ଜିଏସ୍‌ଟି କମ କରିବାକୁ ବିଚାର କରାଯାଇଛି। ତେବେ ସିମେଣ୍ଟ ଭଳି ସାମଗ୍ରୀ ଉପରେ ଟ୍ୟାକ୍ସ ପରିବର୍ତ୍ତନ ହୋଇ ନପାରେ। ବର୍ତ୍ତମାନ ମଡେଲ୍ ଅନୁଯାୟୀ ଟ୍ରାକ୍ଟର ଊପରେ ଜିଏସ୍‌ଟି ୧୨ ପ୍ରତିଶତରୁ ୨୮ ପ୍ରତିଶତ ଲାଗୁ ହେଉଛି। ତେଣୁ ଟ୍ରାକ୍ଟର ଉପରେ ଜିଏସ୍‌ଟି କମ୍ କରିବାକୁ ଚିନ୍ତା କରୁଛନ୍ତି ସରକାର। ଟ୍ରାକ୍ଟରରେ ଜିଏସ୍‌ଟି ହ୍ରାସ ହେଲେ ଏଥିରେ ହେବା କ୍ଷତିର ଭରଣା ପାଇଁ ଆମଦାନୀ ହେଉଥିବା ୪୦ ଲକ୍ଷ ମୂଲ୍ୟର ହାଇ ଓ ଇଭିରେ ଟ୍ୟାକ୍ସ ବୃଦ୍ଧି କରାଯାଇପାରେ। ବର୍ତ୍ତମାନ ଇଭି ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗୁଛି।ସେପଟେ ସ୍ୱାସ୍ଥ୍ୟ ଓ ଟର୍ମ ଇନ୍ସୁରାନ୍ସ ଉପରେ ଖୁବ୍‌ଶୀଘ୍ର ଜିଏସ୍‌ଟି ହ୍ରାସ ହୋଇପାରେ। ସ୍ୱାସ୍ଥ୍ୟ ବୀମା ଉପରେ ଟ୍ୟାକ୍ସ ୧୮ ପ୍ରତିଶତରୁ ହ୍ରାସ କରି ୧୨ ପ୍ରତିଶତ କରାଯାଇପାରେ। ସେହିପରି ଟର୍ମ ଇନ୍ସୁରାନ୍ସ ଜିଏସ୍‌ଟି ୫ ପ୍ରତିଶତ କରାଯାଇପାରେ। ମନ୍ତ୍ରୀସ୍ତରୀୟ ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରତିନିଧିତ୍ୱ କ

ବହୁଳ ବ୍ୟବହୃତ ସାମଗ୍ରୀ ଉପରେ ହ୍ରାସ ହୋଇପାରେ ଜିଏସ୍‌ଟି

ନୂଆଦିଲ୍ଲୀ: ମହଙ୍ଗା ମାର୍କେଟ୍ ହେବା ପରେ ଲୋକେ ମୋଦୀ ସରକାରରେ  ପ୍ରମାଦ ଗଣିଲେଣି। ସବୁଥିରେ ଉଚ୍ଚା ଟ୍ୟାକ୍ସ ମାର୍କେଟ୍‌କୁ ଉଚ୍ଚାରେ ପହଞ୍ଚାଇ ଦେଇଛି। ହେଲେ ଏବେ ଜିଏସ୍‌ଟିକୁ ଯୁକ୍ତିଯୁକ୍ତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ଚିନ୍ତା କରୁଛନ୍ତି। ଏନେଇ ରାଜ୍ୟ ଅର୍ଥମନ୍ତ୍ରୀ ସ୍ତରୀୟ ବୈଠକ ହୋଇଛି। ଏଥିରେ ବହୁଳ ବ୍ୟବହୃତ ସାମଗ୍ରୀ ଯଥା ଔଷଧ ଓ ଟ୍ରାକ୍ଟର ଆଦି ଉପରେ ୫ ପ୍ରତିଶତ ଜିଏସ୍‌ଟି କମ କରିବାକୁ ବିଚାର କରାଯାଇଛି। ତେବେ ସିମେଣ୍ଟ ଭଳି ସାମଗ୍ରୀ ଉପରେ ଟ୍ୟାକ୍ସ ପରିବର୍ତ୍ତନ ହୋଇ ନପାରେ। 

ବର୍ତ୍ତମାନ ମଡେଲ୍ ଅନୁଯାୟୀ ଟ୍ରାକ୍ଟର ଊପରେ ଜିଏସ୍‌ଟି ୧୨ ପ୍ରତିଶତରୁ ୨୮ ପ୍ରତିଶତ ଲାଗୁ ହେଉଛି। ତେଣୁ ଟ୍ରାକ୍ଟର ଉପରେ ଜିଏସ୍‌ଟି କମ୍ କରିବାକୁ ଚିନ୍ତା କରୁଛନ୍ତି ସରକାର। ଟ୍ରାକ୍ଟରରେ ଜିଏସ୍‌ଟି ହ୍ରାସ ହେଲେ ଏଥିରେ ହେବା କ୍ଷତିର ଭରଣା ପାଇଁ ଆମଦାନୀ ହେଉଥିବା ୪୦ ଲକ୍ଷ ମୂଲ୍ୟର ହାଇ ଓ ଇଭିରେ ଟ୍ୟାକ୍ସ ବୃଦ୍ଧି କରାଯାଇପାରେ। ବର୍ତ୍ତମାନ ଇଭି ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗୁଛି।

ସେପଟେ ସ୍ୱାସ୍ଥ୍ୟ ଓ ଟର୍ମ ଇନ୍ସୁରାନ୍ସ ଉପରେ ଖୁବ୍‌ଶୀଘ୍ର ଜିଏସ୍‌ଟି ହ୍ରାସ ହୋଇପାରେ। ସ୍ୱାସ୍ଥ୍ୟ ବୀମା ଉପରେ ଟ୍ୟାକ୍ସ ୧୮ ପ୍ରତିଶତରୁ ହ୍ରାସ କରି ୧୨ ପ୍ରତିଶତ କରାଯାଇପାରେ। ସେହିପରି ଟର୍ମ ଇନ୍ସୁରାନ୍ସ ଜିଏସ୍‌ଟି ୫ ପ୍ରତିଶତ କରାଯାଇପାରେ। ମନ୍ତ୍ରୀସ୍ତରୀୟ ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପ୍ରତିନିଧିତ୍ୱ କରିଥିଲେ। ଏହି କମିଟି ୪ ସ୍ତରୀୟ ଜିଏସ୍‌ଟି ସ୍ଲାବ୍‌ ହ୍ରାସ କରି ୩ ସ୍ତରୀୟ କରିବାକୁ ଚାହୁଁ ନାହିଁ। ବରଂ ୧୨ ପ୍ରତିଶତ ସ୍ଲାବ୍‌ରୁ ଏକାଧିକ ସାମଗ୍ରୀ ହଟାଇ ଏହାକୁ ୫ ପ୍ରତିଶତ କିମ୍ବା ୧୮ ପ୍ରତିଶତ ସ୍ଲାବକୁ ନେଇ ବାକୁ ବିଚାର କରୁଛି।

ଅକ୍ଟୋବର ମାସ ଶେଷରେ ସମ୍ପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିବ। ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଇନ୍ସୁରାନ୍ସ ପ୍ୟାନେଲ୍‌ ଅକ୍ଟୋବର ୧୯ରେ ବୈଠକ କରିବ। ଏହାପରେ ଜିଏସ୍‌ଟି ରେଟ୍ ଯୁକ୍ତିଯୁକ୍ତ କରିବା ନେଇ ବୈଠକ ଅକ୍ଟୋବର ୨୦ରେ ବସିବ। ଏହାପରେ ଯାଇ ସମ୍ପୂର୍ଣ୍ଣ ବିବରଣୀ ସାମ୍ନାକୁ ଆସିପାରେ। 

ତେବେ କିଛି ରାଜ୍ୟର ଅର୍ଥମନ୍ତ୍ରୀ ୩ ସ୍ତରୀୟ ଜିଏସ୍‌ଟି ସ୍ଲାବକୁ ସମର୍ଥନ କରୁଥିବା ବଳେ ଆଉ କିଛି ରାଜ୍ୟ ଯଥା କେରଳ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ବର୍ତ୍ତମାନ ଥିବା ୪ ସ୍ତରୀୟ ସ୍ଲାବକୁ ସମର୍ଥନ କରୁଛନ୍ତି। ଜିଏସ୍‌ଟି ରେଟ୍‌ କଟ୍ ପାଇଁ କେରଳ ଅର୍ଥମନ୍ତ୍ରୀ କେଏନ୍ ବାଲଗୋପାଳ ପଛଘୁଞ୍ଚା ଦେଉଛନ୍ତି। ନିକଟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟର ଅବସ୍ଥା ଶୋଚନୀୟ ଥିବାରୁ ବୋଧହୁଏ ମନ୍ତ୍ରୀ ଏପରି ଭାବୁଛନ୍ତି। 

ତେବେ ଜିଏସ୍‌ଟି ହ୍ରାସ କଲେ ରାଜ୍ୟ ସରକାରଙ୍କ ଆୟକର ଉପରେ ବଡ଼ ଚାପ ପଡ଼ିବ। ବିଶେଷ କରି ଔଷଧରେ ଜିଏସ୍‌ଟି ୧୨ରୁ ୫ ପ୍ରତିଶତ କଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୧୧ ହଜାର କୋଟି ଟଙ୍କାର କ୍ଷତି ହେବ। ସେହିପରି ସ୍ୱାସ୍ଥ୍ୟବୀମା ଜିଏସ୍‌ଟି ୮ ହଜାର ଟଙ୍କାର ଆୟକର ଆଶୁଛି। ଯେଉଁ ସାମଗ୍ରୀଗୁଡ଼ିକ ୧୮ ପ୍ରତିଶତ ଓ ୨୮ ପ୍ରତିଶତ ଜିଏସ୍‌ଟି ସ୍ଲାବରେ ଆଶୁଛନ୍ତି ସେମାନେ ଅଧିକ ଆୟକର ଦେଉଛନ୍ତି। ମୋଟ ଆୟକରର ୭୨-୭୩ ପ୍ରତିଶତ ଏହି ସ୍ଲାବ୍‌ରୁ ଆସୁଛି।