ଯଦି ସତ ହୋଇଥାଏ : ଅଭାବ, ଅସୁସ୍ଥ ମାଆର ଚିକିତ୍ସା ଖର୍ଚ୍ଚ ପାଇଁ ୟୁପିଏସ୍ସି ଆଶାୟୀ ସାଜିଲା ଗଞ୍ଜେଇ ମାଫିଆ…
କୋରାପୁଟ ୨୩।୪: ଅଭାବରୁ ଅନ୍ଧ ଗଳିରେ ପଶିଗଲେ । ମାଆ ପାଇଁ ପୁଅର କର୍ତ୍ତ୍ବବ୍ୟ କଥା ଭାବିବା ବେଳେ ସେ ଚିନ୍ତା କରିପାରିଲେନି, ସେ ରୋଗାର ଲାଗି ବାଛିଥିବା ବାଟରେ କ’ ଣ ହୋଇପାରେ ପରିଣାମ ? ତାଙ୍କ ଆଗରେ ଥିଲା ଦୁଇଟି କଥା । ଗୋଟିଏ ପଟେ ମା’ର ଅସୁସ୍ଥତା ଆଉ ଗୋଟିଏ ପଟେ UPSCରେ ସଫଳ ହେବାର ସ୍ଵପ୍ନ । କ୍ୟାରିଅର ଆଉ ପରିବାର ପ୍ରତି କର୍ତ୍ତବ୍ୟର ଦୋଛକିରେ ଅମଡାବାଟରେ ଫସିଯାଇଛନ୍ତି ବିହାରର ଏହି ଯୁବକ ଜଣକ । ନାମ ତାଙ୍କର ଅରବିନ୍ଦ କୁମାର ଶର୍ମା । ପୋଲିସ ହାତରେ ଧରାପଡିଛନ୍ତି ଅରବିନ୍ଦ, ଆଉ ଅଭିଯୋଗ ହେଲା ସେ କରୁଥିଲେ ଗଞ୍ଜେଇ ଚାଲାଣ। କୋରାପୁଟ ଷ୍ଟେସନରେ ଅଟକିଥିବା ହାଓ୍ବଡା ଏକ୍ସପ୍ରେସ ଟ୍ରେନ୍ରେ ଗଞ୍ଜେଇ ଭର୍ତ୍ତୀ ଟ୍ରଲି ବ୍ୟାଗ୍ ସହ ଧରାପଡିଛନ୍ତି ଅରବିନ୍ଦ । ସନ୍ଧାନୀ କୁକୁର ସହାୟତାରେ ଅରବିନ୍ଦଙ୍କ ଗଞ୍ଜେଇ ଭର୍ତ୍ତୀ ବ୍ୟାଗ୍କୁ ଠାବ କରିଛନ୍ତି ଜିଆରପି ଏବଂ ଆରପିଏଫ୍ ଟିମ୍ ।ତେବେ ଚିନ୍ତାଜନକ ହେଲା ଅରବିନ୍ଦଙ୍କ ଠାରୁ ପୋଲିସ ପାଇଥିବା ତଥ୍ୟ ।ବିହାର ବାସିନ୍ଦା ଅରବିନ୍ଦ କୁମାର ଶର୍ମା ଦିଲ୍ଲୀରେ ରୁହନ୍ତି । ସେଠାରେ ସେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପୋଲିସ ସୂଚନାରୁ ଜଣାପଡିଛି । ତେବେ ଜଣେ ୟୁପିଏସ୍ସି ଆଶାୟୀ କିପରି ଗଞ୍ଜେଇ ଚାଲାଣରେ ? ଏପରି ପ୍ରଶ୍ନରେ ପୋଲିସ ଉତ୍ତର ବେଦନାଦାୟକ, ଯଦି ସତ ହୋଇଥାଏ ଅଭିଯୁକ୍ତର କଥା । କ୍ୟାରିୟର ସ୍ବପ୍ନରେ ବାଧକ ହେଲା ମାଆଙ୍କ ଅସୁସ୍ଥତା । ମ
କୋରାପୁଟ ୨୩।୪: ଅଭାବରୁ ଅନ୍ଧ ଗଳିରେ ପଶିଗଲେ । ମାଆ ପାଇଁ ପୁଅର କର୍ତ୍ତ୍ବବ୍ୟ କଥା ଭାବିବା ବେଳେ ସେ ଚିନ୍ତା କରିପାରିଲେନି, ସେ ରୋଗାର ଲାଗି ବାଛିଥିବା ବାଟରେ କ’ ଣ ହୋଇପାରେ ପରିଣାମ ? ତାଙ୍କ ଆଗରେ ଥିଲା ଦୁଇଟି କଥା । ଗୋଟିଏ ପଟେ ମା’ର ଅସୁସ୍ଥତା ଆଉ ଗୋଟିଏ ପଟେ UPSCରେ ସଫଳ ହେବାର ସ୍ଵପ୍ନ । କ୍ୟାରିଅର ଆଉ ପରିବାର ପ୍ରତି କର୍ତ୍ତବ୍ୟର ଦୋଛକିରେ ଅମଡାବାଟରେ ଫସିଯାଇଛନ୍ତି ବିହାରର ଏହି ଯୁବକ ଜଣକ । ନାମ ତାଙ୍କର ଅରବିନ୍ଦ କୁମାର ଶର୍ମା । ପୋଲିସ ହାତରେ ଧରାପଡିଛନ୍ତି ଅରବିନ୍ଦ, ଆଉ ଅଭିଯୋଗ ହେଲା ସେ କରୁଥିଲେ ଗଞ୍ଜେଇ ଚାଲାଣ। କୋରାପୁଟ ଷ୍ଟେସନରେ ଅଟକିଥିବା ହାଓ୍ବଡା ଏକ୍ସପ୍ରେସ ଟ୍ରେନ୍ରେ ଗଞ୍ଜେଇ ଭର୍ତ୍ତୀ ଟ୍ରଲି ବ୍ୟାଗ୍ ସହ ଧରାପଡିଛନ୍ତି ଅରବିନ୍ଦ । ସନ୍ଧାନୀ କୁକୁର ସହାୟତାରେ ଅରବିନ୍ଦଙ୍କ ଗଞ୍ଜେଇ ଭର୍ତ୍ତୀ ବ୍ୟାଗ୍କୁ ଠାବ କରିଛନ୍ତି ଜିଆରପି ଏବଂ ଆରପିଏଫ୍ ଟିମ୍ ।ତେବେ ଚିନ୍ତାଜନକ ହେଲା ଅରବିନ୍ଦଙ୍କ ଠାରୁ ପୋଲିସ ପାଇଥିବା ତଥ୍ୟ ।

ବିହାର ବାସିନ୍ଦା ଅରବିନ୍ଦ କୁମାର ଶର୍ମା ଦିଲ୍ଲୀରେ ରୁହନ୍ତି । ସେଠାରେ ସେ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପୋଲିସ ସୂଚନାରୁ ଜଣାପଡିଛି । ତେବେ ଜଣେ ୟୁପିଏସ୍ସି ଆଶାୟୀ କିପରି ଗଞ୍ଜେଇ ଚାଲାଣରେ ? ଏପରି ପ୍ରଶ୍ନରେ ପୋଲିସ ଉତ୍ତର ବେଦନାଦାୟକ, ଯଦି ସତ ହୋଇଥାଏ ଅଭିଯୁକ୍ତର କଥା । କ୍ୟାରିୟର ସ୍ବପ୍ନରେ ବାଧକ ହେଲା ମାଆଙ୍କ ଅସୁସ୍ଥତା । ମାଆଙ୍କ ଚିକିତ୍ସା ଖର୍ଚ୍ଚ ଯୋଗାଡ କରିବାକୁ ଗଞ୍ଜେଇ ଚାଲାଣରେ କୁଆଡେ ପଶିଗଲେ ଅରବିନ୍ଦ ।କାରଣ କିଛି ଲୋକଙ୍କ ସହାୟତାରେ ଗଞ୍ଜେଇ ନେବାକୁ ଆସିଥିବା ଅରବିନ୍ଦ ସ୍ବୀକାର କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ସୂଚନାଯୋଗ୍ୟ ଯେ, ହାୱଡା ଏକ୍ସପ୍ରେସ୍ ଟ୍ରେନରୁ କୋରାପୁଟ ଷ୍ଟେସନରେ ଜିଆରପି ଏବଂ ଆରପିଏଫ୍ ପୋଲିସ ଦ୍ଵାରା ୩୪ କିଲୋ ୫ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଅରବିନ୍ଦ କୁମାର ଶର୍ମାଙ୍କୁ ଗିରଫ କରା ଯାଇଥିବା ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅରବିନ୍ଦ ଦୁଇଟି ଦାମୀ ଟ୍ରଲି ବ୍ୟାଗରେ ଗଞ୍ଜେଇ ନେଇ ଜଗଦଲପୁର ଅଭିମୁଖେ ଯିବାକୁ ଟ୍ରେନରେ ଚଢୁଥିଲେ । ଆଉ ସେହି ସମୟରେ ତାଙ୍କୁ ମାଡି ବସି ଥିଲା ପୋଲିସ । କୋରାପୁଟ ଆରପିଏଫ୍ ଏବଂ ଜିଆରପି ପୋଲିସ କୁକୁର ହିଁ ଅରବିନ୍ଦଙ୍କ ଦୁଇଟି ଟ୍ରଲି ବ୍ୟାଗକୁ ସନ୍ଧାନ କରିଥିଲା । ଅରବିନ୍ଦଙ୍କୁ ଅଟକ ରଖି ପଚରା ଉଚରାପରେ ପୋଲିସକୁ ମିଳିଥିଲା ସବୁ ତଥ୍ୟ । ଏହି ଘଟଣାରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଅରବିନ୍ଦ କୁମାର ଶର୍ମାଙ୍କୁ ଚାଲାଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।ବିଚରା ଅରବିନ୍ଦ, ଯଦି ସୂଚନା ଠିକ୍ ହୋଇଥାଏ, ତେବେ ଅନ୍ଧ ଗଳିରେ ପସି ଫସିଥିବା ଅରବିନ୍ଦ ଶର୍ମାଙ୍କୁ ଆଇନର କବଜାରୁ ମୁକୁଳିବା କାଠିକର ହେବ ନିଶ୍ଚୟ ।
You Can Read:
କୂଅ ସଫା କରିବା ହେଲା କାଳ, ବାହାରିପାରିଲେନି ଚାଲିଗଲା ଦୁଇ ଜୀବନ